ମୋଟାରୁ ପତଳା ହେବାକୁ ଚାହୁଁଛନ୍ତି? ତା’ ହେଲେ ଡେରି କାହିଁକି…ଖାଆନ୍ତୁ ଡାର୍କ ଚକୋଲେଟ; ଦିନକୁ ୪୦ ଗ୍ରାମ ଯଥେଷ୍ଟ

ଚକୋଲେଟର କ୍ରେଜ୍ କେତେ, ତାହା କେବଳ ଏହାକୁ ପସନ୍ଦ କରୁଥିବା ଲୋକ ହିଁ ଭଲ ଭାବେ କହି ପାରିବ। ସାରା ବିଶ୍ୱରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ଚକୋଲେଟ୍ ଖାଇବାକୁ ପାଗଳ ହୁଅନ୍ତି। କିନ୍ତୁ ଅଧିକ ଚକୋଲେଟ୍ ଖାଇବା ଦ୍ୱାରା ଅନେକ ଅସୁବିଧା ମଧ୍ୟ ହୋଇ ପାରେ, ସେଥି ମଧ୍ୟରୁ ଗୋଟିଏ ହେଉଛି ଓଜନ ବୃଦ୍ଧି। ଯଦିଓ ଡାର୍କ ଚକୋଲେଟ୍ ଖାଇବା ଦ୍ୱାରା ଲାଭ ମିଳି ପାରିଥାଏ। ବେଳେବେଳେ ଚକୋଲେଟ୍‌ ଖାଇବାର ସଉକ ରଖୁଥିବା ଲୋକଙ୍କୁ ଚକୋଲେଟ୍‌ଠାରୁ ନିଜକୁ ଦୂରେଇ ରଖିବାକୁ ପଡ଼ିଥାଏ, କାହିଁକି ନା, ସେମାନେ ଓଜନ ବୃଦ୍ଧିକୁ ନେଇ ଚିନ୍ତିତ ଥାଆନ୍ତି। ଏମିତିରେ ଆପଣଙ୍କୁ ଚିନ୍ତା କରିବାର କୌଣସି ଆବଶ୍ୟକ ନାହିଁ, କାରଣ ଆମେ ଏଠାରେ ଆପଣଙ୍କୁ କହିବାକୁ ଯାଉଛୁ କି, ଚକୋଲେଟ୍ ଖାଇଲେ କ’ଣ ଲାଭ ମିଳିଥାଏ ଏବଂ ଏହାର ସେବନ କେମିତି କରିବା ଉଚିତ।

ଚକୋଲେଟ୍ ଖାଇବାର ଲାଭ

– ଡାର୍କ ଚକୋଲେଟ୍ ଖାଇବା ଦ୍ୱାରା ହୃଦରୋଗ ସମସ୍ୟା କମି ଯାଇଥାଏ। ଯଦି ଆପଣ ଡାର୍କ ଚକୋଲେଟ୍ ସେବନ କରୁଛନ୍ତି, ତା’ ହେଲେ ଏହା ଆପଣଙ୍କ ଭୋକକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବ। ଆଉ ଏହି କାରଣରୁ ଓଜନ ହ୍ରାସ ହୋଇ ପାରିବ।

– ଡାର୍କ ଚକୋଲେଟ୍ ଖାଇବା ଦ୍ୱାରା ଶରୀରରେ କମ୍‌ ଯନ୍ତ୍ରଣା ଅନୁଭବ ହୋଇଥାଏ। ଏଥିରେ ମ୍ୟାଗ୍ନେସିୟମର ମାତ୍ରା ଯଥେଷ୍ଟ ଅଧିକ ଥାଏ। ଏଥିପାଇଁ ଯେଉଁ ଲୋକ ଜିମ୍ ଯାଇ ଥାଆନ୍ତି, ସେମାନଙ୍କୁ ଡାର୍କ ଚକୋଲେଟ୍ ଖାଇବାକୁ କୁହାଯାଇଥାଏ।

– ଲୋକେ ସାଧାରଣତଃ ଚାପରେ ଅଧିକ ଖାଦ୍ୟ ଖାଇ ନିଅନ୍ତି, କିନ୍ତୁ ଡାର୍କ ଚକୋଲେଟ୍ ଏହି ଚାପ ସମସ୍ୟାରୁ ମୁକ୍ତି ଦେଇଥାଏ। ଏଥିପାଇଁ ଯଦି ଆପଣ ଚାପରେ ଅଛନ୍ତି, ତା’ ହେଲେ ଡାର୍କ ଚକୋଲେଟ୍ ଏକ ବଢ଼ିଆ ବିକଳ୍ପ ରହିବ।

– ରକ୍ତଚାପ କମିଯିବା ସମୟରେ ଡାର୍କ ଚକୋଲେଟ ଖାଇବା ଉଚିତ। ଏହାଦ୍ୱାରା ବ୍ଲଡ ପ୍ରେସର ନିୟନ୍ତ୍ରଣରେ ରହିଥାଏ।

– ଏଥିରେ ଥିବା ସେରୋଟୋନିନ ଡିପ୍ରେସନରୁ ମୁକ୍ତି ଦେଇଥାଏ।

– ଶରୀରରେ ରକ୍ତ ପ୍ରବାହ ଠିକ ରୂପେ ହେବା ପାଇଁ ଡାର୍କ ଚକୋଲେଟ ଖୁବ ସହାୟକ ହୋଇଥାଏ।

– ଏଥିରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ତ୍ୱଚାରେ ଉଜ୍ୱଳତା ଆଣିଥାଏ।

ଚକୋଲେଟ୍ ଖାଇବାର ଠିକ୍ ଉପାୟ

ଡାର୍କ ଚକୋଲେଟ୍ ଖାଇବା ମଧ୍ୟ ଏକ ନିଶା ଭଳି ହୋଇପାରେ। ଏଥିପାଇଁ ଏହା ଧ୍ୟାନ ରଖିବା ଉଚିତ୍ ଯେ ଦିନର ଏକ ନିର୍ଦ୍ଦିଷ୍ଟ ଲିମିଟ୍‌ ହିସାବରେ ଏହାକୁ ସେବନ କରନ୍ତୁ। ଗୋଟିଏ ଦିନରେ ୪୦ ଗ୍ରାମରୁ ଅଧିକ ମାତ୍ରାରେ ଚକୋଲେଟ୍ ଖାଇବା ଉଚିତ୍ ନୁହେଁ। ଏଥିପାଇଁ ଏକ କ୍ୟୁବ୍‌ରୁ ଅଧିକ ଡାର୍କ ଚକୋଲେଟର ସେବନ ଗୋଟିଏ ଦିନରେ କରିବା ହାନିକାରକ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.