Below header

ମହାକାଶରେ ମଣିଷର ପ୍ରଥମ ଛୁଆ କେବେ ହେବ ଜନ୍ମ? ବୈଜ୍ଞାନିକମାନେ କଲେ ଏତେ ବଡ଼ ଖୁଲାସା

ପୃଥିବୀରେ ଆଉ କିଛି ବର୍ଷ ପରେ ମଣିଷ ରହି ପାରିବନି। କାହିଁକିନା, ଆଗାମୀ କିଛି ଦଶକ ଭିତରେ ଜନସଂଖ୍ୟା ବଢିଯିବ ଏବଂ ମଣିଷ ରହିବା ପାଇଁ ପୃଥିବୀରେ ଆଉ ଜାଗା ମିଳିବନି। ତ ଏଭଳି ସ୍ଥିତିରେ ମଣିଷ କେଉଁଆଡ଼େ ଯିବ? ଯାହାର ଉତ୍ତର ହେଉଛି ମହାକାଶ। ସେତେବେଳେ ମଣିଷ ପାଇଁ ନୂଆ ଜାଗା ହେବ ଚନ୍ଦ୍ର, ସ୍ପେସ ଷ୍ଟେଶନ ନଚେତ ମଙ୍ଗଳ ଗ୍ରହ। ଏଥି ସହିତ ଏଠି ଏକ ପ୍ରଶ୍ନ ମଧ୍ୟ ଉଠୁଛି, ମହାକାଶରେ ମଣିଷର ପ୍ରଥମ ଛୁଆ କେବେ ଜନ୍ମ ହେବ? ଯାହାର ଖୁଲାସା ଏବେ ବୈଜ୍ଞାନିକମାନେ କରିଛନ୍ତି।

ଏକ ରିପୋର୍ଟ ମୁତାବକ, University of Arizonaର ଗବେଷକ, କ୍ରିସ ଇମ୍ପି କହିଛନ୍ତି, ପାଖାପାଖି ୩୦ ବର୍ଷ ପରେ ମଣିଷ ମହାକାଶରେ ରହିବାକୁ ଲାଗିବ। ସେତେବେଳେ ସେଠାରେ କେବଳ ରିସର୍ଚ୍ଚ କାମ ମଣିଷ କରିବ ନାହିଁ, ବରଂ ସାଧାରଣ ଲୋକଙ୍କ ଭଳି ଜୀବନ ମଧ୍ୟ ବିତାଇବ। କ୍ରିସ ଇମ୍ପିଙ୍କ ମୁତାବକ, ଏହା ମାନି ଚାଲିବାକୁ ହେବ ଯେ ୨୦୫୧ ମସିହା କିମ୍ବା ଏହା ଆଖପାଖରେ ପ୍ରଥମ ଛୁଆ ମହାକାଶରେ ହିଁ ଜନ୍ମ ନେଇପାରେ।

କହି ରଖୁଛୁ, ମହାକାଶ ଅଭିଯାନ ରେସରେ ଅନ୍ୟାନ୍ୟ କେତେକ ଦେଶ ଭଳି ଚୀନ ମଧ୍ୟ ରହିଛି। ଚୀନ ନିଜ ସ୍ପେସ ଷ୍ଟେଶନକୁ ନେଇ କାମ କରୁଛି ଏବଂ ନିକଟରେ ତାହାର ରୋଭର ଓ ପ୍ରୋବକୁ ଚନ୍ଦ୍ର ଏବଂ ମଙ୍ଗଳ ପୃଷ୍ଠରେ ଓହ୍ଲାଇଛି। ଚନ୍ଦ୍ର ଉପରେ ବେସ ବନାଇବାକୁ ମଧ୍ୟ ଚୀନର ଯୋଜନା ଅଛି।

ସ୍ପେସ ମିଶନକୁ ନେଇ ବର୍ତ୍ତମାନ ଏଲନ ମସ୍କଙ୍କ କମ୍ପାନୀ ସ୍ପେସଏକ୍ସ, ନାସା ସହିତ ମିଶି କାମ କରୁଛି। ଅର୍ଟେମିସ ପ୍ରୋଗ୍ରାମ ଅଧୀନରେ କମ୍ପାନୀ ପାଖରେ ମହାକାଶଚାରୀଙ୍କୁ ଚନ୍ଦ୍ର ଏବଂ ମଙ୍ଗଳ ଉପରକୁ ନେଇ ଯିବାର ଯୋଜନା ଅଛି।ଏହାଛଡ଼ା ଜେଫ ବେଜୋସଙ୍କ କମ୍ପାନୀ ମଧ୍ୟ ସ୍ପେସ ମିଶନକୁ ନେଇ କାମ କରୁଛି। ବ୍ଲୁ ଓରିଜିନ୍ସ ନାମକ ଏହି କମ୍ପାନୀ ପାଖରେ ସୌର ମଣ୍ଡଳରେ କଲୋନୀ ବନାଇବାର ଯୋଜନା ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.