ଦିଆସିଲ କାଠିରେ ପୁରୀର ଶାଶ୍ୱତ ତିଆରି କଲେ ବାଇସାଇକେଲ, ଦେଖିଲେ ଆଖି ଲାଖିଯିବ

ପୁରୀ (କେନ୍ୟୁଜ୍‌) : ଆସନ୍ତାକାଲି ହେଉଛି ବିଶ୍ୱ ବାଇସାଇକେଲ ଦିବସ । ସାଇକେଲ ସମ୍ପର୍କରେ ସଚେତନତା ସୃଷ୍ଟି ଏବଂ ଏହାର ଉପକାରୀତା ଯେଭଳି ଲୋକଙ୍କ ପାଖରେ ପହଞ୍ଚିବ ସେଥିପାଇଁ ଏହି ଦିବସ ପାଳନ କରାଯାଏ । ଏହି ଅବସରରେ ପୁରୀ କୁମ୍ଭାରପଡ଼ାର ୧୮ ବର୍ଷ ବୟସ୍କ ଶାଶ୍ୱତ ରଞ୍ଜନ ସାହୁ ଦିଆସିଲି କାଠିରେ ତିଆରି କରିଛନ୍ତି ଏକ ସାଇକେଲ। ଯାହା ଏତେ ସୁନ୍ଦର ହୋଇଛି ଯେ ଆପଣଙ୍କ ଆଖି ଲାଖିଯିବ ।

ବିଭିନ୍ନ ସମୟରେ ଦିଆସିଲି କାଠିରେ ଭିନ୍ନ ଭିନ୍ନ କଳାକୃତି କରି ଶାଶ୍ୱତ ସମସ୍ତଙ୍କ ଚମକାଇଛନ୍ତି । ଆଉ ଏବେ ତାଙ୍କର ଏହି ବାଇସାଇକେଲଟି ନିଶ୍ଚୟ ସମସ୍ତଙ୍କୁ ଆକୃଷ୍ଟ କରିବ । ମୋଟ ୩୬୫୩ଟି ଦିଆସିଲି କାଠିରେ ସେ ସାଇକେଲଟିକୁ ରୂପ ଦେଇଛନ୍ତି । ଏହାର ଲମ୍ବ ୫୦ ଇଞ୍ଚ ଏବଂ ଓସାର ୨୫ ଇଞ୍ଚ । ଏହାକୁ ପ୍ରସ୍ତୁତ କରିବାରେ ଶାଶ୍ୱତଙ୍କୁ ଲାଗିଛି ସାତ ଦିନ । ତେବେ ସାଇକେଲର ଡିଜାଇନ୍‌ ଏବେକାର ନୁହେଁ ସତୁରୀ ଦଶକର । ସେତେବେଳ ଏହି ଡିଜାଇନ୍‌ର ସାଇକେଲକୁ ପ୍ରଥମେ ବାଇସାଇକେଲ ବୋଲି କୁହାଗଲା । ଶାଶ୍ୱତ ତିଆରି କରିଥିବା ଏହି ସାଇକେଲର ଗୋଟିଏ ଚକ ଛୋଟ ଓ ଗୋଟିଏ ଚକ ବଡ଼ । ସାଇକେଲଟିର ସ୍ପୋକ୍‌ ଠାରୁ ଆରମ୍ଭ କରି ହ୍ୟାଣ୍ଡେଲ ପର୍ଯ୍ୟନ୍ତ ସବୁ କିଛି ନିଖୁଣ ଭାବେ ତିଆରି ହୋଇଛି ଦିଆସିଲି କାଠିରେ ।

CYCLE-2

ଏହାର ଗୋଟିଏ ବଡ଼ ଫାଇଦା ହେଉଛି ପରିବେଶ ଅନୁକୂଳ ଯାନଟିଏ । ପ୍ରଦୂଷଣ ହେବାର କୌଣସି ସମ୍ଭାବନା ହିଁ ନାହିଁ । ତାଙ୍କର ଏହି ଦିଆସିଲି କଳାକୃତିରେ ବିଶେଷ କରି ଯୁବ ପିଢ଼ିଙ୍କୁ ବାଇକ୍‌ ଛାଡ଼ି ସାଇକେଲ ପ୍ରତି ଆକର୍ଷିତ ହେବା ପାଇଁ ବାର୍ତ୍ତା ଦେଇଛନ୍ତି ଯୁବକ ଶାଶ୍ୱତ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.