ଜାଣନ୍ତୁ ସୀତା ଅଷ୍ଟମୀ କେବେ ? ମନ ପସନ୍ଦର ବର ପାଇବାକୁ ଏମିତି କରନ୍ତୁ ପୂଜା
ପୌରାଣିକ କଥା ଅନୁସାରେ, ଫାଲଗୁନ ମାସର କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ସୀତା ପ୍ରକଟ ହୋଇଥିଲେ। ତେଣୁ ପ୍ରତିବର୍ଷ ଏହି ଦିନରେ ସୀତା ଜୟନ୍ତୀ ଏବଂ ଜାନକୀ ଜୟନ୍ତୀ ପାଳନ କରାଯାଏ। ଏହି ବର୍ଷ ସୀତା ଜୟନ୍ତୀ ୬ ମାର୍ଚ୍ଚ ରବିବାର ଦିନ ପଡୁଛି। ଏହି ସୀତା ଅଷ୍ଟମୀ ପଡୁଥିବାରୁ ବ୍ରତ ରଖିବା ବିବାହିତା ମହିଳାଙ୍କ ପାଇଁ ବହୁତ ଶୁଭ ହୋଇଥାଏ। ଏହି ଦିନ ବିବାହିତା ମହିଳା ସ୍ବାମୀମାନଙ୍କ ଦୀର୍ଘାୟୁଷ ପାଇଁ ବ୍ରତ ରଖନ୍ତି। ଏହି ବ୍ରତ ରଖିବା ଦ୍ବାରା ବୈବାହିକ ଜୀବନରେ ଥିବା ଚିନ୍ତା ଏବଂ ସମସ୍ଯା ଦୂର ହୋଇଥାଏ ବୋଲି ମାନ୍ଯତା ରହିଛି। ଯେଉଁ ଝିଅମାନଙ୍କର ବାହାଘର ହେବାରେ ବାଧା ରହୁଥାଏ, ସେମାନେ ଏହି ବ୍ରତ ରଖି ମନ ମୁତାବକ ବର ପାଇପାରିବେ।
ସୀତା ଜୟନ୍ତୀର ମହତ୍ତ୍ବ:
ପୌରାଣିକ ମାନ୍ଯତା ଅନୁସାରେ, ସୀତା ଜୟନ୍ତୀ ବ୍ରତ କରିବା ଦ୍ବାରା ବୈବାହିକ ଜୀବନ ସହିତ ଜଡିତ ସମସ୍ତ କଷ୍ଟରୁ ମୁକ୍ତି ମିଳିଥାଏ। ଜୀବନସାଥୀ ଦୀର୍ଘାୟୁ ହୋଇଥାନ୍ତି। ଏହି ବ୍ରତ କରିବା ଦ୍ବାରା ସମସ୍ତ ତୀର୍ଥ ଦର୍ଶନ କରିବାର ଫଳ ପ୍ରାପ୍ତ ହୋଇଥାଏ।
ସୀତା ଜୟନ୍ତୀର ଶୁଭ ମୁହୂର୍ତ୍ତ:
ଫାଲଗୁନ ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥିର ପ୍ରାରମ୍ଭ ୫ ମାର୍ଚ୍ଚ ସନ୍ଧ୍ଯା ୭ଟା ୫୪ ମିନିଟରୁ ଆରମ୍ଭ ହୋଇ ଅଷ୍ଟମୀ ତିଥି ୬ ମାର୍ଚ୍ଚ ଶନିବାର ସନ୍ଧ୍ଯା ୬ଟା ୧୦ ମିନିଟ୍ ପର୍ଯ୍ଯନ୍ତ ରହିବ।
କେମିତି କରିବେ ପାଳନ :
ସୀତା ଅଷ୍ଟମୀ ଦିନ ସକାଳୁ ଗାଧୋଇ ସାରିବା ପରେ ସୀତା ଏବଂ ଭଗବାନ ଶ୍ରୀରାମଙ୍କୁ ପ୍ରଣାମ କରି ବ୍ରତ ଆରମ୍ଭ କରନ୍ତୁ।
ପୂଜା ଆରମ୍ଭ କରିବା ପୂର୍ବରୁ ଗଣେଶ ଭଗବାନ ଏବଂ ମାତା ଅମ୍ବିକାଙ୍କ ପୂଜା କରିବା ଉଚିତ।
ମାତା ସୀତାଙ୍କ ପାଖରେ ହଳଦିଆ ଫୁଲ, ହଳଦିଆ ବସ୍ତ୍ର ଏବଂ ସମସ୍ତ ଷୋଳ ଶୃଙ୍ଗାର ଜିନିଷ ସମର୍ପିତ କରନ୍ତୁ।
ପ୍ରସାଦରେ ହଳଦିଆ ଜିନିଷ ଲଗାନ୍ତୁ, ତା’ ପରେ ମା’ଙ୍କ ଆରତୀ କରନ୍ତୁ। ଆରତୀ କରିବା ପରେ ଶ୍ରୀ ଜାନକୀ ରାମାଭ୍ଯା ନମଃ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ।
କ୍ଷୀର ଗୁଡରେ ତିଆରି ଖାଦ୍ଯ ପ୍ରସ୍ତୁତ କରନ୍ତୁ ଏବଂ ଦାନ କରନ୍ତୁ।
ସନ୍ଧ୍ଯାରେ ପୂଜା କରିବା ପରେ ଏହି ଖାଦ୍ଯ ଖାଆନ୍ତୁ।