Below header

ଖୁବ କମ ସମୟରେ ଘରେ ବନାନ୍ତୁ “ଇମଲି କ୍ୟାଣ୍ଡି”, ପିଲାଠୁ ବୁଢା ସମସ୍ତଙ୍କୁ ଆସିବ ପସନ୍ଦ

ଖଟା -ମିଠା କ୍ୟାଣ୍ଡି ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି । ଛୋଟ ଠାରୁ ବଡ ସମସ୍ତଙ୍କର ପସନ୍ଦ । ଆଉ ବର୍ତ୍ତମାନ ସମୟରେ ତେନ୍ତୁଳି କ୍ୟାଣ୍ଡିର ମଧ୍ୟ ଖୁବ ଚାହିଦା ଅଛି । ଅନଲାଇନ ହେଉ କିମ୍ବା ଅଫଲାଇନରେ ଏହାକୁ ମଗେଇ ଖାଇବାକୁ ପସନ୍ଦ କରୁଛନ୍ତି ଲୋକେ । ଅନେକ ହୋଟେଲରେ ବି ଖାଇବା ପରେ ମାଉଥ ଫ୍ରେଶନର ଭାବେ ଏହି ତେନ୍ତୁଳି କ୍ୟାଣ୍ଡି ପରସା ଯାଉଥିବା ଦେଖାଦେଉଛି । ଜାଣି ଆଶ୍ଚର୍ଯ୍ୟ ହେବେ ଆପଣ ନିଜ ଘରେ ଖୁବ ସହଜ ଓ ସୁବିଧାରେ ଏହି କ୍ୟାଣ୍ଡି ପ୍ରସ୍ତୁତ କରି ଖାଇପାରିବେ । ଏଥିପାଇଁ ଆପଣଙ୍କୁ ମାତ୍ର ୧୦  ମିନିଟ ସମୟ ଲାଗିବ । ତେବେ ଲେଖି ରଖନ୍ତୁ ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ:

– ତେନ୍ତୁଳି

– ଖଜୁରୀ

– ଗରମ ପାଣି

– ଗୁଡ

– ଲଙ୍କା ଗୁଣ୍ଡ

– ଚାଟ ମସଲା

– ଜିରା ଗୁଣ୍ଡ

imli candy
pic credit: You tube

– ଲୁଣ

– ଘିଅ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ତେନ୍ତୁଳି ଆଉ ଖଜୁରୀକୁ ୩୦ ମିନିଟ ପାଇଁ କିଛି ସମୟ ପାଣିରେ ଭିଜେଇ ରଖିଦିଅନ୍ତୁ । ଆଉ ଏବେ ଗ୍ରାଇଣ୍ଡରରେ ଏହାକୁ ଭର୍ତ୍ତି କରି ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ।

ଏବେ ପେଷ୍ଟକୁ ଛାଣି ଦିଅନ୍ତୁ । ଆଉ ଛଣା ହୋଇଥିବା ପେଷ୍ଟକୁ ଏକ ପ୍ୟାନରେ ଖୁବ ଧୀର ଆଞ୍ଚରେ ବସାଇ ଦିଅନ୍ତୁ । ଏବେ ଏଥିରେ ଗୁଡ ମିଶାନ୍ତୁ । ଗୁଡ ମିଶିବା ପରେ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ ।

ଏବେ ନିଜ ପେଷ୍ଟରେ ଚାଟ ମସଲା, ଲୁଣ, ଗୋଲମରିଚ ଗୁଣ୍ଡ, ଜିରା ଗୁଣ୍ଡ ଭଲ ଭାବରେ ମିଶାଇ ଦିଅନ୍ତୁ । ଏବେ ଏଥିରେ କିଛି ଦେଶୀ ଘିଅ ଦିଅନ୍ତୁ ଆଉ ମିଶାଇ ଦିଅନ୍ତୁ । ଏବେ ଏହାକୁ ଏକ ରାପିଙ୍ଗ ପେପରରେ ଦେଇ ପ୍ୟାକ କରି ଦିଅନ୍ତୁ । ଦେଖିଲେ କେମିତି ଅତି ସହଜରେ ସ୍ୱାଦିଷ୍ଟ ଆଉ ମଜାଦାର ଇମଲି କ୍ୟାଣ୍ଡି ପ୍ରସ୍ତୁତ ହୋଇଗଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.