Below header

ବନବାସ ସମୟରେ ସୀତା କାହିଁକି ହଳଦିଆ ରଙ୍ଗର କପଡା ପିନ୍ଧିଥିଲେ, ଜାଣନ୍ତୁ ଏହା ପଛର ରୋଚକ ତଥ୍ୟ

କ’ଣ ଆପଣ ଜାଣିନ୍ତି କି, ସୀତା ମାତାଙ୍କୁ ରାବଣ ଅପହରଣ କରିବା ସମୟରେ କେଉଁ ରଙ୍ଗର ବସ୍ତ୍ର ପିନ୍ଧିଥିଲେ ? ବନବାସ ସମୟରେ ଭଗବାନ ଶ୍ରୀରାମ, ମାତା ସୀତା ଏବଂ ଳକ୍ଷ୍ମଣ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧିଥିଲେ। ଏହି ରଙ୍ଗର ବସ୍ତ୍ର ପିନ୍ଧିବା ପଛରେ ଏକ ବଡ କାରଣ ରହିଛି। ଯାହା ବିଷୟରେ ଆମେ ଆପଣଙ୍କୁ ଜଣାଇବୁ।

ଭଗବାନ ରାମ ୧୪ ବର୍ଷ ବନବାସ ରହିବା ଆଦେଶ ମିଳିବା ପରେ ମାତା ସୀତା ମଧ୍ୟ ତାଙ୍କ ସହିତ ଯିବାକୁ ନିଷ୍ପତ୍ତି ନେଇଥିଲେ। ସଂସାରର ସବୁ ମୋହ ମାୟା, ଲୋଭ ତ୍ୟାଗ କରିବା ହିଁ ବନବାସର ମୂଳ ଲକ୍ଷ୍ୟ। ଏଥିପାଇଁ ଭଗବାନ ରାମ, ମାତା ସୀତା ଏବଂ ଲକ୍ଷ୍ମଣ ନିଜର ଆଭୂଷଣ ଏବଂ ରାଜକୀୟ ବସ୍ତ୍ରକୁ ତ୍ୟାଗ କରି ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧିଥିଲେ।

ram

ସାଧାରଣତଃ ସାଧୁସନ୍ଥମାନେ ଗେରୁଆ ରଙ୍ଗର ବସ୍ତ୍ର ପିନ୍ଧିବାର ପରମ୍ପରା ରହିଛି। ମାନ୍ୟତା ରହିଛି କି, ଗେରୁଆ ରଙ୍ଗର ବସ୍ତ୍ର ପିନ୍ଧିବା ସଂସାର ତ୍ୟାଗକୁ ଦର୍ଶାଇଥାଏ। ଗେରୁଆ ରଙ୍ଗର ବସ୍ତ୍ର ପିନ୍ଧିବା ଅର୍ଥ ହେଉଛି କେବଳ ଗୃହତ୍ୟାଗ ନୁହେଁ ବରଂ ଗୃହସ୍ଥ ଜୀବନ ମଧ୍ୟ ପରିତ୍ୟାଗ କରିବା। କିନ୍ତୁ ରାମସୀତା ସନ୍ନ୍ୟାସୀ ହୋଇନଥିଲେ ବରଂ ବଚନ ପାଳନ କରିବା ପାଇଁ ବନବାସ ଯାଇଥିଲେ। ସେମାନେ ଗେରୁଆ ସ୍ଥାନରେ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧିବାକୁ ଚୟନ କରିଥିଲେ।

ramsita

ଭାରତୀୟ ସଂସ୍କୃତି ତଥା ହିନ୍ଦୁ ଧର୍ମରେ କେଶର ରଙ୍ଗ ଏବଂ ହଳଦିଆ ରଙ୍ଗର ମହତ୍ତ୍ୱ ବହୁତ ଖାସ୍‌ ରହିଥାଏ। ସେଥିପାଇଁ ଧାର୍ମିକ ଏବଂ ମହତ୍ତ୍ୱପୂର୍ଣ୍ଣ କାମରେ ଏହି ଦୁଇଟି ରଙ୍ଗର ବସ୍ତ୍ରର ମହତ୍ୱ ସବୁଠାରୁ ଅଧିକ ରହିଥାଏ। ମାନ୍ୟତା ରହିଛି କି, ଏହି ଦୁଇ ରଙ୍ଗ ଦେବତାଙ୍କର ବହୁତ ପି୍ରୟ ହୋଇଥାଏ। ତେଣୁ ଏହି ରଙ୍ଗର ବସ୍ତ୍ରର ବିଶେଷ ମହତ୍ତ୍ୱ ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.