Below header

ଡାକ୍ତରମାନେ କାହିଁକି ପିନ୍ଧନ୍ତି ଧଳା ରଙ୍ଗର ପୋଷାକ, ଜାଣନ୍ତି ?

ଆମେ ସବୁବେଳେ ଦେଖିଛନ୍ତି ଡାକ୍ତରମାନେ ଧଳା ପୋଷାକ ପରିଧାନ କରନ୍ତି । ହେଲେ କାହିଁକି ହୁଏତ ଅନେକ ଜାଣିନଥିବେ । ଏହାର ଅର୍ଥ ସିଧା ରୋଗୀ ଓ ରୋଗୀର ସୁରକ୍ଷା ଦିଗକୁ ଯାଉଛି । ଏକ ରିପୋର୍ଟ ହିସାବରେ ଧଳା ହେଉଛି ମେଡିକାଲ ପ୍ରଫେସନର ପ୍ରତୀକ । ଯାହା ୧୯ଶତାବ୍ଦୀରୁ ଆରମ୍ଭ ହୋଇଛି । ପ୍ରାୟତ ଧଳା କୋଟ ବା ଆଫ୍ରୋନ କୁହାଯାଉଥିବା ପୋଷାକକୁ ପରିଧାନ କରାଯାଏ । ଯାହା ସଂକ୍ରମଣରୁ ଦୂରରେ ରଖେ । ଧଳା ରଙ୍ଗରେ ରକ୍ତ ଓ କେମିକାଲର ଚିହ୍ନ ଅତି ସହଜରେ ଦିଶେ । ଯାହା ଫଳରେ ରୋଗୀ ଠାରୁ ଅନ୍ୟମାନଙ୍କୁ ସଂକ୍ରମଣ ବ୍ୟାପିବାର ଆଶଙ୍କା କମିଥାଏ । ତେଣୁ ଏଭଳି ଚିହ୍ନ ଲାଗିଲେ ସଂଗେ ସଂଗେ ଏହାକୁ ବଦଳାଯାଇ ପାରିଥାଏ ।ଏହାଛଡା ଅନ୍ୟ କାରଣ ମଧ୍ୟ ରହିଛି । ଧଳା ହେଉଛି ସ୍ୱଚ୍ଛତାର ପ୍ରତୀକ । ଧଳା ରଙ୍ଗର ପୋଷାକ ପିନ୍ଧିବା ଦ୍ୱାରା ଏହା ଡାକ୍ତର ଅଥବା ମେଡିକାଲ ଷ୍ଟାପଙ୍କର ପରିଚୟ ଦର୍ଶାଇଥାଏ । ଯାହାଦ୍ୱାରା ରୋଗୀ ସେମାନଙ୍କୁ ଭଲଭାବରେ ଜାଣିପାରନ୍ତି ।

ଧଳା ରଙ୍ଗକୁ ନେଇ ଡାକ୍ତରମାନଙ୍କ ମତାମତ କଣ ? ଏହାକୁ ନେଇ ଏକ ସର୍ଭେ କରାଯାଇଥିଲା । ରିପୋର୍ଟ ହିସାବରେ ୪୦୦ ରୋଗୀ ଓ ୮୬ ଡାକ୍ତରଙ୍କ ଉପରେ କରାଯାଇଥିଲା ସର୍ଭେ । ସେମାନଙ୍କୁ ପ୍ରଶ୍ନ ପଚରା ଯାଇଥିଲା । ଯେଉଁଥିରେ ସେମାନଙ୍କର କହିବା କଥା କି ୭୦ପ୍ରତିଶତ ପର୍ଯ୍ୟନ୍ତ ସଂକ୍ରମଣ ଧଳା ରଙ୍ଗ ପାଇଁ ଅଟକିଥାଏ ।

ଅନ୍ୟପଟେ ଡାକ୍ତର ଧଳାରଙ୍ଗ ପିନ୍ଧିବାକୁ ନେଇ ରୋଗୀଙ୍କ ଉପରେ ମଧ୍ୟ ଏକ ସର୍ଭେ କରାଯାଇଥିଲା । ଯେଉଁଥିରେ ଅଧିକାଂଶ ବୃଦ୍ଧବୃଦ୍ଧାଙ୍କୁ ସର୍ଭେରେ ସ୍ଥାନ ଦିଆଯାଇଥିଲା । ଏଥିରେ ସେମାନଙ୍କର କହିବା କଥା କି ଧଳା ରଙ୍ଗ ଜ୍ଞାନର ପ୍ରତୀକ । ଏହା ଦ୍ୱାରା ରୋଗୀ ସହଜ ଅନୁଭବ କରିବା ସହ ମନବଳ ମଧ୍ୟ ବଢିଥାଏ । ଯାହା ଦ୍ୱାରା ରୋଗୀ ସୁସ୍ଥ ହେବାର ସମ୍ଭାବନା ଟିକେ ବଢିଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.