Below header

ଓଡ଼ିଶାର ଶ୍ରେୟା ଲେଙ୍କା ହୋଇପାରନ୍ତି ଭାରତର ପ୍ରଥମ କେ – ପପ୍ ଆଇଡଲ୍ ଷ୍ଟାର, ବିପକ୍ଷରେ ଅଛନ୍ତି ବ୍ରାଜିଲର ଗାବ୍ରିଏଲା ଡାଲକିନ୍

ଭାରତର ପ୍ରଥମ କେ-ପପ୍ ଆଇଡଲ୍ ହୋଇପାରନ୍ତି ଓଡିଶା, ଝାରସୁଗୁଡାର ଶ୍ରେୟା ଲେଙ୍କା । ତେବେ ଓଡ଼ିଶାରୁ କୋରିଆ ପହଞ୍ଚିବା ତାଙ୍କ ପାଇଁ ଏତେ ସହଜ ନଥିଲା । ଗୀତ ଓ ନାଚରେ ନିଜର ଟ୍ୟାଲେଣ୍ଟ ପାଇଁ ଆଜି ଅନେକ ବିଦେଶୀଙ୍କୁ ପଛରେ ପକାଇ କୋରିଆ ବ୍ଲାକ ସ୍ୱାନ ପକ୍ଷରୁ କରାଯାଉଥିବା ‘ଶୋ’ ରେ ଅଛନ୍ତି । କିନ୍ତୁ ଏହା ପରେ ବି ତାଙ୍କୁ କେ – ପପ୍ ବ୍ଲାକ ସ୍ଵାନ ଗ୍ରୁପର ୫ମ ସଦସ୍ୟ ହେବା ପାଇଁ ବ୍ରାଜିଲର ଗାବ୍ରିଏଲା ଡାଲସିନଙ୍କୁ ହରାଇବାକୁ ପଡ଼ିବ ।

shreya
Picture Credit- Odisha bytes

ଏମିତି ମଧ୍ୟ କହିହେବ ଭାରତର ପ୍ରଥମ କେ-ପପ୍ ଷ୍ଟାର ହେବା ଠାରୁ ଓଡିଶାର ଶ୍ରେୟା ଲେଙ୍କା ମାତ୍ର ଗୋଟିଏ ପାଦ ଦୂରରେ। ଶ୍ରେୟାଙ୍କ ବୟସ ମାତ୍ର ୧୮, ଏହା ପରେ ବି ସେ ଏତେ କମ ବୟସରେ ଅନେକ ସୁନାମ ଅର୍ଜନ କରିଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ଶ୍ରେୟା ଜଣେ ତାଲିମପ୍ରାପ୍ତ ନୃତ୍ୟଶିଳ୍ପୀ, ଗାୟକ ଏବଂ ଯୋଗ ଅଭ୍ୟାସକାରୀ ଏବଂ ବର୍ତ୍ତମାନ ଦକ୍ଷିଣ କୋରିଆରେ କୋରିଆ ମ୍ୟୁଜିକ୍ ଲେବଲ୍ DR ମ୍ୟୁଜିକ୍ ଏଣ୍ଟରଟେନମେଣ୍ଟରେ ଗୀତ ଶିଖୁଛନ୍ତି।

k pop star
Picture Credit – Mashable India

ରିପୋର୍ଟ ଅନୁଯାୟୀ ଶ୍ରେୟାଙ୍କର କେ-ପପ୍ ଷ୍ଟାର ହେବା ସେତେବେଳେ ଇଚ୍ଛା ହୋଇଥିଲା ଯେତେବେଳେ ସେ କୋରିଆ ପପ୍ ଷ୍ଟାରଙ୍କୁ ଟେଲିଭିଜନରେ ଦେଖୁଥିଲେ। ତେବେ ସୋସିଆଲ୍ ମିଡିଆ ମାଧ୍ୟମରେ ହିଁ ସେ କେ – ପପ୍ ରେ ଅଡିସନ ପାଇଁ ସୁଯୋଗ ପାଇଥିଲେ।ତେବେ ତାଙ୍କ ବିପକ୍ଷରେ ଥିବା ଗ୍ରାବିଏଲାଙ୍କୁ ସେ ହରାଇଲାପରେ ସେ ହୋଇଯିବେ ଭାରତର ପ୍ରଥମ କେ – ପପ୍ ଷ୍ଟାର । ଯାହା କେବଳ ଭାରତ ନୁହେଁ ଓଡ଼ିଶା ପାଇଁ ମଧ୍ୟ ହେବ ଗର୍ବର ବିଷୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.