ଓଡ଼ିଶା ହାଇକୋର୍ଟ ବିଚାରପତି ପାଇଁ ୪ ଜଣ ଆଇନଜୀବୀଙ୍କ ନାମକୁ ସୁପାରିସ,ରାଷ୍ଟ୍ରପତିଙ୍କ ଅନୁମୋଦନକୁ ଅପେକ୍ଷା

କଟକ(କେନ୍ୟୁଜ୍): ଓଡ଼ିଶା ହାଇକୋର୍ଟ ବିଚାରପତି ପାଇଁ ୪ ଜଣ ଆଇନଜୀବୀଙ୍କ ନାମକୁ ସୁପାରିସ । ସୁପ୍ରମିକୋର୍ଟଙ୍କ କଲେଜିୟମ ଏହି ସୁପାରିସ କରିଛନ୍ତି । ଗତ ୨୯ ତାରିଖ କଲେଜିୟମ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ହାଇକୋର୍ଟ ବିଚାରପତି ହେବେ ଆଇନଜୀବୀ ଭି ନରସିଂହ, ସଞ୍ଜୟ କୁମାର ମିଶ୍ର, ବିରଜା ପ୍ରସନ୍ନ ଶତପଥୀ ଓ ଶ୍ରୀରମଣ ମୁରାହରି ।

ଏହି ୪ ଆଇନଜୀବୀଙ୍କ ନାଁ ସୁପାରିସ କରାଯାଇଛି । ଓଡ଼ିଶା ହାଇକୋର୍ଟରେ ଏବେ ୧୮ ଜଣ ବିଚାରପତି ଅଛନ୍ତି । ଓଡ଼ିଶା ହାଇକୋର୍ଟଙ୍କ ଅନୁମୋଦିତ ବିଚାରପତିଙ୍କ ସଂଖ୍ୟା ହେଉଛି ୨୭ । ନୂଆ ୪ଜଣ ନାମକୁ ରାଷ୍ଟ୍ରପତି ଅନୁମୋଦନ ଦେଲେ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୨ରେ ପହଞ୍ଚିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.