ଅର୍ଥ ନୈତିକ ସର୍ଭେ : ବିଦେଶୀ ମୁଦ୍ରା ଭଣ୍ଡାରରେ ଭାରତର ସ୍ଥାନ ୪ର୍ଥ, ଆଗରେ ରହିଛି ଚୀନ, ଜାପାନ ଓ ସ୍ୱେଜରଲାଣ୍ଡ

ନୂଆଦିଲ୍ଲୀ :  ଦେଶର ମଜବୁତ ଅର୍ଥ ବ୍ୟବସ୍ଥା କେତେକ ମାନକକୁ ନେଇ ବିଚାର କରା ଯାଇଥାଏ । ବିଦେଶୀ ମୁଦ୍ରା ଏହାର ଏକ କାରଣ । ଯେଉଁ ଦେଶର ବିଦେଶୀ ମୁଦ୍ରା ଯେତେ ମଜବୁତ ସେହି ଦେଶର ଅର୍ଥ ବ୍ୟବସ୍ଥା ସେତେ ମଜବୁତ ।

୬୦୦ ଆରବ ଡଲାରରୁ ଅଧିକ ବିଦେଶୀ ମୁଦ୍ରା ଭଣ୍ଡାର

ଆର୍ଥିକ ସମୀକ୍ଷକଙ୍କ ଅନୁଯାୟୀ ୨୦୨୧-୨୨ ଆର୍ଥିକ ବର୍ଷର ପିଛିଲା ଛ’ ମାସରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ୬୦୦ ବିଲିୟନ ଡଲାର(ପ୍ରାୟ ୪୪,୮୧୦ ଆରବ ଟଙ୍କା) ଉପରକୁ ଉଠିଛି । ଏହି ବର୍ଷ ୩୧ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ୬୩୩.୬ ବିଲିୟନ ଡଲାର(ପ୍ରାୟ ୪୭,୩୦୦ ଆରବ ଟଙ୍କା) ରେ ପହଞ୍ଚିଛି ଭାରତର ବିଦେଶୀ ମୁଦ୍ରା ସ୍ଥିତି । ସେହିପରି ବିଦେଶୀ ମୁଦ୍ରା ଭଣ୍ଡାର କ୍ଷେତ୍ରରେ ନଭେମ୍ବର ୨୦୨୧ ପର୍ଯ୍ୟନ୍ତ ଚୀନ, ଜାପାନ ଓ ସ୍ୱେଜରଲାଣ୍ଡ ଭାରତ ଠାରୁ ଆଗରେ ରହିଥିବା ଅର୍ଥନୈତିକ ସର୍ଭେରୁ ଜଣାପଡ଼ିଛି ।

ଏତିକି ରହିଛି ବିଦେଶୀ କରଜ

ସଦ୍ୟ ଆର୍ଥିକ ସମୀକ୍ଷା ଅନୁଯାୟୀ ଭାରତର ବିଦେଶୀ କରଜ ୨୦୨୧ ଶେଷ ପର୍ଯ୍ୟନ୍ତ ୫୯୩.୧ ଆରବ ଡଲାର(ପ୍ରାୟ ୪୪,୨୯୫ ଆରବ ଟଙ୍କା) ରହିଛି । ଯାହା ୨୦୨୧ ଜୁନ ୩୦ ସୁଧା ୩.୯% ଅଧିକ ଅଟେ । ଆଜି ସଂସଦରେ ବଜେଟ ଅଧିବେସନ ପୂର୍ବରୁ ଆର୍ଥିକ ୨୦୨୦-୨୧ ଆର୍ଥିକ ବର୍ଷର ସମୀକ୍ଷା କରିବା ବେଳେ ଅର୍ଥ ମନ୍ତ୍ରୀ ଏହି ତଥ୍ୟ ଦେଇଛନ୍ତି । ଆର୍ଥିକ ସମୀକ୍ଷା ସର୍ବଦା ବଜେଟର ଗୋଟିଏ ଦିନ ପୂର୍ବରୁ କରାଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.