Below header

ଜାଣନ୍ତୁ କାହିଁକି ପାଳନ କରାଯାଏ ହୋଲି, କଣ ରହିଛି ଏହା ପଛର କାରଣ

ରଙ୍ଗର ପର୍ବ ହୋଲି ଫଗୁଣ ମାସର ପୂର୍ଣ୍ଣିମା ଦିନ ବଡ଼ ଆନନ୍ଦର ସହ ପାଳନ କରାଯାଇଥାଏ। ଚଳିତ ବର୍ଷ ହୋଲି ୨୧ମାର୍ଚ୍ଚରେ ପାଳନ କରାଯିବ। ହୋଲି ଦିନ ପ୍ରଥମେ ହୋଲିକା ଦହନ ହୋଇଥାଏ। ହୋଲି ଦିନ ଲୋକମାନେ ସାଙ୍ଗ, ସାଥୀଙ୍କ ସହ ମିଶି ରଙ୍ଗ ଖେଳିବା ସହିତ ଫଗୁଣର ଗୀତ ବୋଲି ଖୁବ୍ ମଜା କରିଥାନ୍ତି। ଜାଣନ୍ତୁ ଭାରତରେ ହୋଲି ପର୍ବ କାହିଁକି ପାଳନ କରାଯାଇଥାଏ।

ପ୍ରଥମ କାରଣ

holika-dahanହୋଲି ପର୍ବ ପାଳନ କରିବାର ମାନ୍ୟତା ହେଉଛି ଭଗବାନ ବିଷ୍ଣୁ ଭକ୍ତ ପ୍ରହଲ୍ଲାଦଙ୍କ ଦ୍ବାରା ରାକ୍ଷସ ହିରଣ୍ୟକଶ୍ୟପଙ୍କ ଭଉଣୀ ହୋଲିକାଙ୍କର ବଧ କରିଥିଲେ। ହିରଣ୍ୟକଶ୍ୟପ ଜଣେ ରାକ୍ଷସ ଥିଲେ , ଯାହାର ପୁତ୍ରଙ୍କ ନାମ ଥିଲା ପ୍ରହଲ୍ଲାଦ। ପ୍ରହଲ୍ଲାଦ ଭଗବାନ ବିଷ୍ଣୁଙ୍କର ବଡ଼ ଭକ୍ତ ଥିଲେ କିନ୍ତୁ ରାକ୍ଷସ ହିରଣ୍ୟକଶ୍ୟପ ଭଗବାନ ବିଷ୍ଣୁଙ୍କର ଘୋର ବିରୋଧୀ ଥିଲେ। ତାଙ୍କ ରାଜ୍ୟରେ କିଏ ବି ଭଗବାନ ବିଷ୍ଣୁଙ୍କ ପୂଜା କରିବା ପାଇଁ ସେ ଚାହୁଁନଥିଲେ। କିନ୍ତୁ ପ୍ରହଲ୍ଲାଦ ଦିନ-ରାତି ଭଗବାନ ବିଷ୍ଣୁଙ୍କ ପୂଜା କରୁଥିଲେ, ଯାହା ଫଳରେ ପିତା ହିରଣ୍ୟକଶ୍ୟପ ନିଜ ପୁତ୍ର ପ୍ରହଲ୍ଲାଦଙ୍କୁ ମାରିବା ପାଇଁ କେତେଥର ପ୍ରୟାସ କରିଥିଲେ, ମାତ୍ର ବାରମ୍ବାର ଏହି ପ୍ରୟାସରେ ଅସଫଳ ହୋଇଯାଉଥିଲେ। ସେହି ସମୟରେ ହିରଣ୍ୟକଶ୍ୟପ ଭକ୍ତ ପ୍ରହଲ୍ଲାଦଙ୍କୁ ମାରିବା ପାଇଁ ନିଜ ଭଉଣୀ ହୋଲିକାଙ୍କୁ ତାଙ୍କ ପାଖକୁ ପଠାଇଥିଲେ।

ଦ୍ବିତୀୟ କାରଣ

ଅନ୍ୟ ଏକ ମତ ଅନୁସାରେ ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ବାରା ପୁତନା ନାମକ ରାକ୍ଷସୀର ବଧ ହେବା ପରେ ବ୍ରଜବାସୀମାନେ ଖୁସିରେ ନିଜ ମଧ୍ୟରେ ରଙ୍ଗ ଖେଳିଥିଲେ।

ତୃତୀୟ କାରଣ

ଭଗବାନ ଶିବଙ୍କ ସହ ମଧ୍ୟ ହୋଲି ପରମ୍ପରା ଜଡ଼ିତ ରହିଛି। ଫଗୁଣ ମାସର ପୂର୍ଣ୍ନିମା ଦିନ ଭଗବାନ ଶିବ ବାଇଗଣୀ ରଙ୍ଗ ଲଗାଇ ଗୀତ ଗାଇ ନୃତ୍ୟ କରିଥାନ୍ତି।

holi 1ଚତୁର୍ଥ କାରଣ

ମୋଗଲ ମାନଙ୍କ ସମୟରେ ମଧ୍ୟ ଭାରତରେ ହୋଲି ପର୍ବ ପାଳନ କରାଯାଉଥିଲା। ଇତିହାସରେ ବାଦଶାହା ଆକବର ଯୋଦ୍ଧାବାଇଙ୍କ ସହିତ ହୋଲି ଖେଳିବାର ଉଲ୍ଲେଖ ରହିଛି। ମୋଗଲ ସମୟରେ ଏହାକୁ ଇଦ୍-ଇ-ଗୁଲାବୀ କୁହାଯାଉଥିଲା। ସେହି ସମୟରୁ ଲୋକମାନେ ପରସ୍ପରଙ୍କ ମଧ୍ୟରେ ରଙ୍ଗ ଫୋପାଡ଼ି ହୋଲି ପର୍ବ ପାଳନ କରିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.