Below header

ସବୁ ବ୍ୟବସ୍ଥା କରାଯାଇ ବି କାହିଁକି ଏ ଅବ୍ୟବସ୍ଥା? ଗହଳି ନିୟନ୍ତ୍ରଣ କରିବାରେ ବିଫଳ ସୁରକ୍ଷା କର୍ମୀ

ସବୁ ବ୍ୟବସ୍ଥା କରାଯାଇଛି ବି କାହିଁକି ଏ ଅବ୍ୟବସ୍ଥା । ଏଭଳି ଘଟଣା ପରେ ଅସନ୍ତୋଷ ମନରେ ଫେରୁଛନ୍ତି ଭକ୍ତ। ଏଇଟା ଠିକ୍ କଥା? କାହିଁ କେତେ ଦୁରରୁ ଜଗାକୁ ଟିକେ ଦର୍ଶନ କରିବାକୁ ଆସୁଛନ୍ତି ଲୋକମାନେ, ହେଲେ ଏଭଳି ଅବ୍ୟବସ୍ଥା ନେଇ ଦୁର୍ଦ୍ଦଶା ଭୋଗୁଛନ୍ତି ।

ପୁରୀ(କେନ୍ୟୁଜ): ଧର୍ମ ମାସ କାର୍ତ୍ତିକରେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ପୁରୀରେ ରହି କାର୍ତ୍ତିକ ବ୍ରତ ପାଳୁଛନ୍ତି ହବିଷ୍ୟାଳି। ବ୍ରତଧାରୀ ମାନେ ବଢି ଭୋରରୁ ଉଠି ବିଭିନ୍ନ ପଞ୍ଚତୀର୍ଥ ପୁଷ୍କରିଣୀ ସ୍ନାନ କରିବା ସହ ତୁଳସୀ ଚଉରା ମୂଳରେ ରାଇ ଦାମୋଦର ପୂଜା କରୁଛନ୍ତି । ବିଭିନ୍ନ ହବିଷ୍ୟାଳି କେନ୍ଦ୍ରରେ ହବିଷ ଖାଇ କାର୍ତ୍ତିକ ବ୍ରତ ଓ ପୁରାଣ ପାଠ କରୁଛନ୍ତି ହବିଷ୍ୟାଳୀ ।

କର୍ତ୍ତୀକ ମାସରେ ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଲାଗି ସାଧାରଣ ଭକ୍ତଙ୍କ ଭିଡ଼ ଜମିଥିବାବେଳେ ସେପଟେ ସ୍ୱତନ୍ତ୍ର ବସ ଦ୍ୱାରା ବ୍ରତଧାରୀ ମାନେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ଦର୍ଶନ କରୁଛନ୍ତି। ଭକ୍ତଙ୍କ ଗହଳକୁ ଦୃଷ୍ଟି ରେ ରଖି ଶ୍ରୀ ମନ୍ଦିର କାର୍ଯ୍ୟାଳୟ ନିକଟରୁ ସ୍ୱତନ୍ତ୍ର ବାରିଗେଟ କରାଯାଇଛି। ତଥାପି ଏଥିରେ ଦେଖାଦେଇଛି ବ୍ୟତିକ୍ରମ ।

ପୁରୀ ଶ୍ରୀମନ୍ଦିରରେ ମଙ୍ଗଳଆଳତୀ ସମୟରେ ଠେଲାପେଲା ହୋଇଥିବା ନେଇ ମିଳିଛି । ଘଣ୍ଟିଦ୍ୱାର ଓ ସାତପାହାଚ ନିକଟରେ ଠେଲାପେଲା। ବହୁ ହବିଷ୍ଯାଳୀଙ୍କ ସମେତ ୧୦ରୁ ଉର୍ଦ୍ଧ୍ବ ଆହତ। ବଗଲା ଧର୍ମଶାଳା ସରକାରୀ ହବିଷ୍ଯାଳୀ ସେଣ୍ଟରରେ ଥିବା ଜଣେ ହବିଷ୍ଯାଳୀଙ୍କ ଗୋଡରେ ଲାଗିଛି ଶକ୍ତ ଆଘାତ। ଆହତ ମହିଳା ମାନଙ୍କୁ ପୁରୀ ସଦର ହସପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଆହତ ମାନଙ୍କୁ ତୁରନ୍ତ ମେଡିକାଲ ନେବା ପାଇଁ ଏକାଧିକ ଆମ୍ବୁଲାନ୍ସ ନିୟୋଜିତ ହୋଇଥିଲା। ତେବେ ଦର୍ଶନ ସମୟରେ ପ୍ରବଳ ଗହଳି ଯୋଗୁଁ ଏଭଳି ଘଟଣା ଘଟିଥିବା ଅଭିଯୋଗ ହେଉଛି।

ahata

ମଙ୍ଗଳାଳତୀ ପରେ ସିଂହଦ୍ୱାର ବେରିକେଡ ଖୋଲାଯିବା ସମୟରେ ହବିଷ୍ଯାଳୀ ମାନଙ୍କୁ ମଧ୍ୟ ଏକ କାଳିନ ମନ୍ଦିରକୁ ଛଡାଯାଇଥିଲା । ଫଳରେ ସାତପାହାଚ ନିକଟରେ ହଜାର ହଜାର ଭକ୍ତଙ୍କ ଗହଳି ଓ ଠେଲାପେଲା ହୋଇଥିଲା । ସୁରକ୍ଷା କର୍ମୀ ମାନେ ଗହଳି ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲେ। ଆହତ ହବିଷ୍ଯାଳୀ ଓ ଭକ୍ତ ମାନଙ୍କ କହିବା କଥା ହେଲା ଠେଲାପେଲା ସମୟରେ ଲୋକମାନେ ସେମାନଙ୍କ ଉପରେ ଚଢିଯିବା ସହ ଚକଟି ଦେଇଥିଲେ । ଫଳରେ ବହୁ ଭକ୍ତ ଆହତ ହୋଇଥିଲେ ।ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରାଥମିକ ଚିକତ୍ସା ପରେ ଆହତ ମାନେ ସୁସ୍ଥ ହୋଇଛନ୍ତି ।

ସବୁ ବ୍ୟବସ୍ଥା କରାଯାଇଛି ବି କାହିଁକି ଏ ଅବ୍ୟବସ୍ଥା । ଏଭଳି ଘଟଣା ପରେ ଅସନ୍ତୋଷ ମନରେ ଫେରୁଛନ୍ତି ଭକ୍ତ। ଏଇଟା ଠିକ୍ କଥା? କାହିଁ କେତେ ଦୁରରୁ ଜଗାକୁ ଟିକେ ଦର୍ଶନ କରିବାକୁ ଆସୁଛନ୍ତି ଲୋକମାନେ, ହେଲେ ଏଭଳି ଅବ୍ୟବସ୍ଥା ନେଇ ଦୁର୍ଦ୍ଦଶା ଭୋଗୁଛନ୍ତି । ଆଗକୁ ଯେପରି ଏଭଳି ଘଟଣା ନଘଟୁ ଏଥିପ୍ରତି ପ୍ରଶାସନ ଶୃଙ୍ଖଳିତ ପଦକ୍ଷପ ନେବା ନିହାତୀ ଆବଶ୍ୟକ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.