ଦୀପାବଳିରେ ମୁକ୍ତିଲାଭ କରିବ ଫିଲ୍ମ ‘ଟାଇଗର ୩’, ଆଡଭାନ୍ସ ବୁକିଂରେ ଇନ୍‌କମ୍‌ କଲା କୋଟି କୋଟି ଟଙ୍କା

‘ଟାଇଗର ୩’ ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି ଏବଂ ଏହାର କଲେକ୍ସନ୍‌ରୁ ଜଣାପଡିଛି ଯେ ଦୀପାବଳିରେ ‘ଟାଇଗର ୩’ ରେକର୍ଡ କରିବାକୁ ଯାଉଛି । ତେବେ ସଲମାନ୍‌ ଖାନଙ୍କ ଫ୍ୟାନ୍ସ ଏହି ଫିଲ୍ମ ପାଇଁ ବହୁତ ଉତ୍ସାହ ସହ ଅପେକ୍ଷା କରିଛନ୍ତି । ଏହା ସହ ଦେଖିବାରେ ଅଛି ଆଗକୁ ଯାଇ ଏହି ଫିଲ୍ମ କେତେ ଇନ୍‌କମ୍‌ କରିବ ।

ନଭେମ୍ବର ୧୨ରେ ସଲମାନ ଖାନ ଓ କ୍ୟାଟ୍ରିନା କୈଫ୍‌ଙ୍କ ସ୍ପାଏ ଥ୍ରୀଲର ଫିଲ୍ମ ‘ଟାଇଗର ୩’ ଦୀପାବଳିରେ ମୁକ୍ତିଲାଭ କରିବା ପାଇଁ ଯାଉଛି । ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି ଏବଂ ଏହାର କଲେକ୍ସନ୍‌ରୁ ଜଣାପଡିଛି ଯେ ଦୀପାବଳିରେ ‘ଟାଇଗର ୩’ ରେକର୍ଡ କରିବାକୁ ଯାଉଛି । ତେବେ ଏହି ଫିଲ୍ମଟି ଆଡଭାନ୍ସ ବୁକିଂରେ ୧୨ କୋଟିରୁ ଅଧିକ ଇନ୍‌କମ୍‌ କରିଛି ।

ସୂଚନା ମୁତାବକ,‘ଟାଇଗର ୩’ ରିଲିଜ୍ ହେବାର ପ୍ରଥମ ଦିନ ପାଇଁ ୪୬ ଲକ୍ଷ ୨ ହଜାର ୩୨୭ ଟିକେଟ୍ ବିକ୍ରି କରିଛି । ଏହା ସହିତ ଫିଲ୍ମ ୧୨.୪୩ କୋଟି ଟଙ୍କା ରୋଜଗାର କରିଛି । ତେବେ ଏହା ‘ଟାଇଗର ୩’ ପାଇଁ ଏହା ଏକ ଭଲ ରେସ୍ପନ୍ସ । ଅନୁମାନ କରାଯାଉଛି ଯେ ଫିଲ୍ମ ରିଲିଜ୍ ପାଇଁ ଆଉ ୨ ଦିନ ବାକି ଅଛି । ସେଥିପାଇଁ ଏହାର ଇନ୍‌କମ୍‌ ଆହୁରି ବଢିପାରେ ।

ଏହି ଫିଲ୍ମର ନିର୍ଦ୍ଦେଶକ ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ ହି ଏହାର ରନ୍‌ଟାଇମ୍‌ ବଢେଇ ଦେଇଛନ୍ତି । ଯାହା ଭାଇଜାନଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ବହୁତ ବଡ ଖୁସିର ଖବର ହୋଇଛି । ପୂର୍ବରୁ ଫିଲ୍ମ ରନ୍‌ଟାଇମ୍‌ ୨ ଘଣ୍ଟା, ୩୩ ମିନିଟ୍, ୩୮ ସେକେଣ୍ଡ୍ ଥିଲା । ହେଲେ ବର୍ତ୍ତମାନ ଫିଲ୍ମର ଏଡିସ୍‌ନାଲ ରନ୍‌ଟାଇମ୍‌ ସହିତ ଏହା ୨ ଘଣ୍ଟା, ୩୬ ମିନିଟ୍, ୦୦ ସେକେଣ୍ଡ ହୋଇଛି ।

ଫିଲ୍ମ ‘ଟାଇଗର ୩’ ହେଉଛି ୟଶ ଚୋପ୍ରାଙ୍କ ବ୍ୟାନରରେ ନିର୍ମିତ ଏବଂ ମନୀଷ ଶର୍ମାଙ୍କ ନିର୍ଦ୍ଦେଶିତ । ଏହି ଫିଲ୍ମରେ ସଲମାନ ଖାନ ମୁଖ୍ୟ ଭୂମିକାରେ ନଜର ଆସିବେ, କ୍ୟାଟ୍ରିନା କ୍ୟାଫ୍‌ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ଇମ୍ରାନ ହାସମୀ ଭିଲେନ ଭୂମିକାରେ ଅଭିନୟ କରିବେ । ଏହା ବ୍ୟତୀତ ଶାହାରୁଖ ଖାନ ଏବଂ ହ୍ରିତିକ ରୋଶନଙ୍କ ଖାସ୍‌ କ୍ୟାମିୟ ଦେଖିବାକୁ ମିଳିବ । ତେବେ ସଲମାନ୍‌ ଖାନଙ୍କ ଫ୍ୟାନ୍ସ ଏହି ଫିଲ୍ମ ପାଇଁ ବହୁତ ଉତ୍ସାହ ସହ ଅପେକ୍ଷା କରିଛନ୍ତି । ଏହା ସହ ଦେଖିବାରେ ଅଛି ଆଗକୁ ଯାଇ ଏହି ଫିଲ୍ମ କେତେ ଇନ୍‌କମ୍‌ କରିବ ।