Below header

ଉଡାଜାହାଜରେ କାହିଁକି ଲାଗିଥାଏ ଏହିସବୁ ଲାଇଟ୍ସ , ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ

ଉଡାଜାହାଜକୁ ଦେଖିଲେ ସବୁବେଳେ ମନରେ ପ୍ରଶ୍ନ ଆସେ ଉଡାଜାହାଜରେ କାହିଁକି ଏତେ ଲାଇଟ୍ସ ରହିଥାଏ । ଉଡାଜାହାଜକୁ ସମସ୍ତ ସିିଗନାଲ କଣ୍ଟ୍ରୋଲ ରୁମରୁ ଦିଆଯାଏ। ଏହାପରେ ବି ବିଭିନ୍ନ କାମ ପାଇଁ ଭିନ୍ନ ଭିନ୍ନ ସାଙ୍କେତିକ ଲାଇଟ୍ସ ବ୍ୟବହାର କରାଯାଏ। ତେବେ ଆଜି ଆମେ ଆପଣଙ୍କୁ କହିବୁ ଉଡାଜାହାଜ ଟେକ-ଅଫରୁ ଲ୍ୟାଣ୍ଡିଂ ପର୍ଯ୍ୟନ୍ତ ମଧ୍ୟରେ କେତୋଟି ଲାଇଟ୍ସକୁ ସାଙ୍କେତିକ ରୂପେ ବ୍ୟବହାର କରିଥାଏ।

ମୋଟ ୯ପ୍ରକାରର ଭିନ୍ନ ଭିନ୍ନ ଲାଇଟ୍ସ ଏଥିରେ ବ୍ୟବହୃତ ହୋଇଥାଏ। ସବୁ ଲାଇଟ୍ସର ସୂଚନା ମଧ୍ୟ ଅଲଗା ରହିଥାଏ। ଚାଲନ୍ତୁ ଜାଣିବା ସେ ସଂପର୍କରେ।

6565
pc: Whelen Aerospace Technologies

୧) ଟ୍ୟାକ୍ସି ଲାଇଟ:

ଏହି ଲାଇଟ ଉଡାଜାହାଜକୁ ଟାକ୍ସି ମୋଡରେ ଆଣିଥାଏ। ୧୫୦ ଭୋଲ୍ଟସ୍‌ ର ଏହି ଲାଇଟ ଉଡାଜାହାଜକୁ ରନ୍‌େଓ୍ଵରେ ଚାଲିବାକୁ ସଙ୍କେତ ଦିଏ। ଫ୍ଲାଇଟକୁ ଟାକ୍ସି କ୍ଲିୟରାନ୍ସ ମିଳିବା ପରେ ପାଇଲଟ ଟାକ୍ସି ଲାଇଟ ଅନ କରିଥାଏ। ଏହାପରେ ରନେଓ୍ଵରେ ଲାଗିଥିବା ଲାଇଟ୍ସ ମଧ୍ୟ ଅନ ହୋଇଯାଏ।

୨) ଟେକ ଅଫ ଲାଇଟ:

ଟାକ୍ସି ଲାଇଟ ସହିତ ଟେକ ଅଫ ଲାଇଟ ଲାଗିଥାଏ। ଏହା ଟାକ୍ସି ଲାଇଟରୁ ଅଧିକ ଚମକଦାର ହୋଇଥାଏ। ଏହି ଲାଇଟ ଉଡାଜାହାଜ ଟେକ ଅଫ ନେବା ସମୟରେ ଅନ କରାଯାଇଥାଏ। ଏହା ବହୁ ଦୂର ପର୍ଯ୍ୟନ୍ତ ଦେଖାଯାଏ। ଏହି ଲାଇଟ ସେତେବେଳେ ଜଳିଥାଏ ଯେତେବେଳେ ପ୍ଲେନ ଟେକଅଫ ପାଇଁ ରେଡି ହୋଇଯାଇଥାଏ।

୩) ରନେଓ୍ଵ ଟର୍ନ ଅଫ ଲାଇଟ:

ଟେକ ଅଫ ଓ ରନେଓ୍ଵ ଲାଇଟ୍ସ ବ୍ୟତିତ ଅନ୍ୟ ଏକ ଲାଇଟ ରହିଛି ଯାହାର ଆକାର ବଡ଼। ଏହା ପାଇଲଟକୁ ପ୍ଲେନ ଚଲାଇବା ପାଇଁ ରାସ୍ତା ଦେଖାଇଥାଏ। ପାଇଲଟକୁ ପ୍ଲେନ ଚଲାଇବା ସହଜ ହୋଇଥାଏ।

୪) ବିଗ ସ୍କ୍ରିନ ଲାଇଟ:

ଉଡାଜାହାଜର ସବୁଠୁ ସମ୍ବେଦନଶୀଳ ଅଂଶ ହେଉଛି ତା’ର ପଙ୍ଖ। ଏହାର ସୁରକ୍ଷା ନିହାତି ଜରୁରୀ ଅଟେ। ଏଥିପାଇଁ ବିଗ ସ୍କ୍ରିନ ଲାଇଟ ଲଗାଯାଇଥାଏ। ଏହାଦ୍ୱାରା ଟେକଅଫ ସମୟରେ ଅନ୍ଧାର ହୋଇଥିଲେ ମଧ୍ୟ ଉଡାଜାହାଜର ପୁରା ଆକାର ସ୍ପଷ୍ଟ ରୂପେ ଦେଖାଯାଏ।

୫) ଆଣ୍ଟି କୋଲିଜନ ଓ୍ଵିକନ:

ଏହି ଲାଇଟ ଅଫିସରେ ଥିବା କ୍ରୁ ମେମ୍ବର୍ସଙ୍କ ପାଇଁ ସାହାଯ୍ୟ କରେ। ଏହା ନାରଙ୍ଗୀ ରଙ୍ଗର ହୋଇଥାଏ। ପ୍ରଥମ ଇଞ୍ଜିନ ଷ୍ଟାର୍ଟ ହେବା ସମୟରୁ ଏହା ଅନ୍‌ କରାଯାଏ, ଶେଷ ଇଞ୍ଜିନ ବନ୍ଦ ହେବାପରେ ଏହି ଲାଇଟ ବନ୍ଦ ହୋଇଯାଏ। ଗ୍ରାଉଣ୍ଡରେ ଥିବା କ୍ରୁ ମେମ୍ବର୍ସଙ୍କ ପାଇଁ ଏହା ସଙ୍କେତ ଜଣାଇଥାଏ।

୬) ଲ୍ୟାଣ୍ଡିଂ ଲାଇଟ:

ଏହା ଧଳା ରଙ୍ଗର ଲାଇଟ ହୋଇଥାଏ। ଲ୍ୟାଣ୍ଡି ସମୟରେ ଏହା ଅନ କରାଯାଇଥାଏ। ପାଇଲଟ ରନେଓ୍ଵକୁ ଠିକୂ ରୂପେ ଦେଖିବା ପାଇଁ ଏହା ସାହାଯ୍ୟ କରିଥାଏ।

343443
pc: Shutterstock

୭) ନାଭିଗେସନ ଲାଇଟ:

ଏହା ଉଡାଣ ଭରିଥିବା ପ୍ଳେନକୁ ଦିଶା ତଥା ଦିଗ ନିର୍ଣ୍ଣୟ କରିବାରେ ସହାୟକ ହୋଇଥାଏ। ଏଥିପାଇଁ ୩ଟି ଲାଇଟ୍ସ ଥାଏ। ପାଇଲଟଙ୍କ ପାଖରେ ଥିବା ଲାଇଟ ସବୁଜ ରଙ୍ଗର ହୋଇଥାଏ। ବିପରୀତ ଦିଗରେ ଲାଲ ରଙ୍ଗର ଲାଇଟ ରହିଥିବା ବେଳେ ପଛ ପଟେ ଧଳା ରଙ୍ଗର ଲାଇଟ ଲାଗିଥାଏ। ଏହି ଲାଇଟରୁ ଅନ୍ୟପଟେ ଆସୁଥିବା ପ୍ଲେନକୁ ଜଣାପଡିଥାଏ ଯେ ଉକ୍ତ ପ୍ଲେନଟି କେଉଁ ଦିଶାରେ ଗତି କରିବ।

୮) ହାଇ ଇନଟେନସିଟି ଷ୍ଟ୍ରୋଭ ଲାଇଟ:

ଏହି ଲାଇଟ ନାଭିଗେସନ ଲାଲ ଓ ସବୁଜର ଲାଇଟ ତଳେ ରହିଥାଏ। ଏହା ଫ୍ଲାଇଟରେ ବସିଥିବା ଲୋକଙ୍କ ଧ୍ୟାନକୁ କେନ୍ଦ୍ରୀଭୂତ କରିଥାଏ।

୯) ଲୋଗୋ ଲାଇଟ:

ସବୁ କମ୍ପାନୀର ନିଜସ୍ୱ ଲୋଗୋ ରହିଥାଏ । ସେପରି ଉଡାଜାହାଜରେ ମଧ୍ୟ ଲୋଗୋ ରହିଥାଏ। ଏହି ଲୋଗୋରେ ଲାଇଟ ଲଗାଯାଇଥାଏ। ଏହାଦ୍ୱାରା ଜଣାପଡେ ଏହା କେଉଁ କମ୍ପାନୀର ଉଡାଜାହାଜ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.