ଫିଲ୍ମ ଅଫର ପାଇବା ପରେ ରାଜେଶ ଖାନ୍ନାଙ୍କୁ ଜ୍ୟୋତିଷ କ’ଣ କହିଥିଲେ, ଯେଉଁଥିପାଇଁ ଜ୍ୟୋତିଷଙ୍କ ଉପରେ ତୁଟି ଗଲା ଭରଷା

ବଲିଉଡ୍‌ର ସୁପର ଷ୍ଟାର୍‌ ରାଜେଶ ଖାନ୍ନା । ଦଶନ୍ଧି ଧରି ସବୁ କଳାପ୍ରେମୀଙ୍କ ହୃଦୟେରେ ରାଜ କରୁଥିଲେ ସେ । ବହୁତ ଜ୍ୟୋତିଷ ବିଶ୍ୱାସୀ ଥିଲେ ସେ । ହେଲେ ଏହି ଘଟଣା ଯୋଗୁ ତାଙ୍କର ସବୁଦିନ ପାଇଁ ଜ୍ୟୋତିଷଙ୍କ ଉପରୁ ଭରଷା ତୁଟିଯାଇଥିଲା ।

ରାଜେଶ ଖାନ୍ନା ପ୍ରଥମରୁ ଅଭିନୟକୁ ପସନ୍ଦ କରୁଥିଲେ । କଲେଜରେ ପଢ଼ିବା ସମୟରେ ସେ ଅଭିନୟ ପ୍ରତି ଅଧିକ ଆକୃଷ୍ଟ ହୋଇଥିଲେ । ସବୁଦିନେ ସେ ମୁମ୍ବାଇ ଭୁଲା ବାଇ ମେମୋରିଆଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌କୁ ଡ୍ରାମା ରିହରସେଲ୍‌ କରିବା ପାଇଁ ଯାଉଥିଲେ । ସେହି ବିଲ୍ଡିଂରେ ରହୁଥିଲେ ସେତେବେଳର ଖ୍ୟାତନାମା ଅଭିନେତ୍ରୀ ଓ ପ୍ରଡ୍ୟୁସର ଗୀତା ବାଲି । ଗୀତା ବାଲି ସେ ସମୟରେ ଏକ ପଞ୍ଜାବୀ ଫିଲ୍ମ ନର୍ମାଣ କରିବାକୁ ପ୍ରସ୍ତୁତ ହେଉଥିଲେ ।

rajes khanna.
photo credit: Deccan Herald

ରାଜେଶ ଖାନ୍ନାଙ୍କ ଅଭିନୟରେ ବେଶ ପ୍ରଭାବିତ ହୋଇ ତାଙ୍କୁ ନିଜ ଫିଲ୍ମରେ ଅଭିନୟ କରିବାକୁ ଅଫର ଦେଲେ । ସେତେବେଳେ ରାଜେଶ ଖାନ୍ନା ଫିଲ୍ମରେ ଅଭିନୟ ପାଇଁ ପ୍ରସ୍ତୁତ ନଥିଲେ । ତେଣୁ ସେ ନିଜର ଜ୍ୟୋତିଷଙ୍କୁ ଯାଇ ଏହି କଥା କହିବାରୁ ସେ ଫିଲ୍ମରେ ମନ ନଦେଇ ଷ୍ଟିଲ କିମ୍ବା ଲୁହା ବ୍ୟବସାୟ କରିବାକୁ ପରାମର୍ଶ ଦେଲେ ।

ହେଲେ ଏହାର କିଛି ବର୍ଷ ପରେ ରାଜେଶ ଖାନ୍ନା ହିନ୍ଦୀ ଫିଲ୍ମର ସୁପରଷ୍ଟାର ବନିଗଲେ । ସେ ବର୍ଷେ କିମ୍ବା ଦୁଇ ବର୍ଷ ନୁହେଁ ବଲିଉଡ୍‌କୁ ଦଶନ୍ଧି ଧରି ରାଜ କଲେ । କୁହାଯାଏ ରାଜେଶ ଖାନ୍ନାଙ୍କ ଭଳି ଷ୍ଟାରଡମ୍‌ ବୋଧହୁଏ କେହି ଅଭିନେତା ଦେଖି ନଥିବେ । ସୁପରଷ୍ଟାର ହେବା ପରେ ରାଜେଶ ଖାନ୍ନାଙ୍କ ଜ୍ୟୋତିଷଙ୍କ ଉପରୁ ସବୁଦିନ ପାଇଁ ଭରଷା ତୁଟିଗଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.