Below header

ମୟୁରଭଞ୍ଜ: କାଳବୈଶାଖୀ ସାଜିଲା କାଳ,  ବଜ୍ରପାତରେ ୨ ଗୋରୁ ସମେତ ବାଛୁରୀ ମୃତ

କରଞ୍ଜିଆ(କେନ୍ୟୁଜ୍):  ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଭାଲିଆଡାଳ ଗ୍ରାମପଞ୍ଚାୟତ ଅଧିନ ବାଘଦଫା ଗ୍ରାମରେ ଗୁରବାର ସକାଳେ ବଜ୍ରପାତ ଘଟି ଗୋଟିଏ ଲେଖାଏଁ ଗାଈ,ବଳଦ ଓ ବାଛୁରୀର ମୃତ୍ୟୁ ଘଟିଛି। ବାଗଦଫା ଗ୍ରାମର ଦେଉଳିଆ ସାହିର ବୁଧୁରାମ ମୁଣ୍ଡାଙ୍କ ଏହି ୩ଟି ଗୋରୁ ଚରୁଥିବା ବେଳେ ସକାଳ ପ୍ରାୟ ୮.୩୦ ସମୟରେ ବର୍ଷା ଘଡଘଡି ହୋଇଥିଲା ।

ଏଥିଯୋଗୁଁ  ଘର ନିକଟ ଥିବା ଏକ ଗଛ ମୂଳରେ ଗୋରୁ ଗୁଡିକ ଆଶ୍ରୟ ନେଉଥିଲେ। ଏହି ସମୟରେ ବଜ୍ରପାତ ଘଟିଥିଲା। ବଜ୍ରପାତରେ ଘଟଣାସ୍ଥଳରେ  ଆଶ୍ରୟ ନେଇଥିବା ୩ଟି ଗୋରୁର ମୃତ୍ୟୁ ଘଟିଥିଲା।ଖବର ପାଇ ଠାକୁରମୁଣ୍ଡା ପଶୁ ଚିକିତ୍ସା ଅଧିକାରୀ ଘଟଣାସ୍ଥଳକୁ ଯାଇ ମୃତ ଗୋରୁ ଗୁଡିକର ଶବ ବ୍ୟବଚ୍ଛେଦ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.