ମାଧୁରୀ ଦୀକ୍ଷିତ ଜଜ୍‌ ଥିବା ଡ୍ୟାନ୍ସ ଶୋ’ର ହୋଷ୍ଟ୍‍ ରାଘବଙ୍କୁ କରୋନା, ପୂର୍ବରୁ ଜଜ୍‌ ଧର୍ମେଶ ଓ ୧୮ କ୍ରୁ ମେମ୍ବର ହୋଇଥିଲେ ପଜିଟିଭ

ଟିଭି ଡ୍ୟାନ୍ସ ରିଆଲିଟି ଶୋ’ ‘ଡ୍ୟାନ୍ସ ଦିଓ୍ଵାନେ ୩’ର ହୋଷ୍ଟ୍‍ ରାଘବ ଜୁୟାଲ କରୋନା ପଜିଟିଭର ଶିକାର ହୋଇଛନ୍ତି। ଏ ନେଇ ସେ ନିଜେ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଫ୍ୟାନ୍‌ମାନଙ୍କୁ ସୂଚନା ଦେଇଛନ୍ତି। କହି ରଖୁଛୁ, କିଛିଦିନ ତଳେ ଶୋ’ର ଜଜ୍‌ ଧର୍ମେଶ କୋଭିଡ୍‌ ପଜିଟିଭ ବାହାରିଥିଲେ। ଏଥିସହିତ ଶୋ’ର ପାଖାପାଖି ୧୮ କ୍ରୁ ମେମ୍ବର କରୋନାର ଶିକାର ହୋଇଥିଲେ।

ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ ଶେୟାର କରି ରାଘବ ଲେଖିଛନ୍ତି, ‘କାଶ ଓ ଜ୍ୱର ପରେ ମୁଁ ନିଜର କୋଭିଡ୍‌ ଟେଷ୍ଟ କରାଇଥିଲି, ଯାହାକି ପଜିଟିଭ ବାହାରିଛି। ଯେଉଁ ଲୋକ ମୋ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ସମସ୍ତେ ନିଜର ଯାଞ୍ଚ କରେଇ ନିଅନ୍ତୁ। ନିଜର ଧ୍ୟାନ ରଖନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ। ସବୁ ସାବଧାନତା ଅବଲମ୍ବନ କରନ୍ତୁ’। କହି ରଖୁଛୁ, ଶୋ’ରେ ବଲିଉଡ ସେଲିବ୍ରିଟି ମାଧୁରୀ ଦୀକ୍ଷିତ ମଧ୍ୟ ଜଜ୍‌ ରୂପେ ନଜର ଆସିଥାଆନ୍ତି।

ସେପଟେ ସେଟ୍‌ରେ ଅନେକ ଲୋକଙ୍କୁ କରୋନା ହେବା ପରେ ଶୋ’ର ମେକର ବୟାନ ଜାରି କରି କହିଥିଲେ, ସେଟ୍‌କୁ ସମ୍ପୂର୍ଣ୍ଣ ଭାବେ ସାନିଟାଇଜ୍‌ କରାଯାଇଛି ଏବଂ ସମସ୍ତଙ୍କର କୋଭିଡ୍‌ ଟେଷ୍ଟ କରାଯାଉଛି। ସେ କହିଥିଲେ କି, ‘ସୁରକ୍ଷା ସହ ଜଡ଼ିତ ସବୁ ବ୍ୟବସ୍ଥା ଉପରେ ଧ୍ୟାନ ରଖାଯାଇଛି। ଯେଉଁଠି କ୍ରୁ ମେମ୍ବରମାନେ ପରସ୍ପରକୁ ଭେଟୁଥିଲେ, ସେହି ସ୍ଥାନକୁ ସାନିଟାଇଜ୍‌ କରାଯାଇଛି। ଆମେ ସେମାନଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ଉପରେ ଲଗାତାର ନଜର ରଖିଛୁ ଏବଂ ଧାର୍ଯ୍ୟ ଗାଇଡ୍‌ଲାଇନ୍ସକୁ ଫଲୋ କରୁଛୁ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.