ଫୋନ ଉଠାଇବା ପରେ କାହିଁକି କୁହାଯାଏ ’HELLO’ ?

ଆପଣ କେବେ ଲକ୍ଷ କରିଛନ୍ତି ମୋବାଲରେ ସବୁଠୁ ଅଧିକ ବ୍ୟବହାର କରାଯାଉଥିବା ଶବ୍ଦ ’ହେଲୋ’ର ସ୍ରୁଷ୍ଟି ଏବଂ ଉତ୍ପତ୍ତି ସମ୍ପର୍କରେ । ଫୋନରେ ସର୍ବପ୍ରଥମେ ଏହି ଶବ୍ଦର ପ୍ରୟୋଗ କରାଯାଇଥାଏ। କିନ୍ତୁ ବହୁତ କମ୍ ଲୋକ ଜାଣିଥିବେଯେ ଏହି ହେଲୋ ଶବ୍ଦଟି ଆସିଲା କେଉଁଠି ଏବଂ କାହିଁକି ? ତେବେ ଆମେ ଆପଣଙ୍କୁ ଜଣାଇବୁ ’ହେଲୋ’ ପଛର କାହାଣୀ ବା ରହସ୍ୟ।

ଆପଣଙ୍କୁ ଏହି କଥା ଜାଣି ନଥିବେ, ୨୧ ନଭେମ୍ବର ୧୯୭୩ରୁ ସାରା ଦୁନିଆରେ ’ୱାର୍ଲ୍ଡ ହେଲୋ ଡେ’ ପାଳିତ କରାଯାଉତ କିନ୍ତୁ ସମୟ କ୍ରମେ ଏହାକୁ ଲୋକମାନେ ଭୁଲି ଗଲେଣି। ’ହେଲୋ’ର ବ୍ୟବହାର ଆଜି ମଧ୍ୟ ସବୁ ଜାଗାରେ କରାଯାଉଛି। ଫୋନରେ ହେଲୋ କହିବାର କାହାଣୀ ଫୋନର ଆବିଷ୍କାରକ ଗ୍ରାହମ ବେଲଙ୍କ ସହିତ ଜଡିତ।

phoneସେ କେବଳ ଫୋନର ଆବିଷ୍ଖାର କରି ନାହାନ୍ତି ବରଂ ଫୋନରେ ବ୍ୟବହାର କରାଯାଉଥିବା ଭାଷାରେ ମଧ୍ୟ ଆବିଷ୍ବାର କରିଥିଲେ। ସେ ଫୋନରେ ହେଉଥିବା ଭାଷାକୁ ଆହୁରୀ ସରଳ କରିବାକୁ ଏମିତି କରିଥିଲେ।

ଏହା ସହ ପଢ଼ନ୍ତୁ : ମେସେଜରେ କେବେ ବି ଏକ୍ସଙ୍କୁ କୁହନ୍ତୁ ନାହିଁ ଏହି ସବୁ କଥା

’ହେଲୋ’ ଶବ୍ଦକୁ ସେ ଖୋଜି ବାହାର କରିଥିଲେ। ଏକ ରିପୋର୍ଟ ଅନୁଯାୟୀ ଗ୍ରାହମ ବେଲଙ୍କକର ପ୍ରେମିକାଙ୍କର ନାଁ ’ମାର୍ଗରେଟ ହେଲୋ’ ଥିଲା। ସେ ମାର୍ଗରେଟଙ୍କୁ ବହୁତ ଭଲ ପାଉଥିଲେ। ଗ୍ରାହମ ତାଙ୍କୁ କେବଳ ହେଲୋ ନାମରେ ହିଁ ଡାକୁଥିଲେ। ସେ ଯେତେବେଳେ ଫୋନର ଆବିଷ୍କାର କରିଥିଲେ ସେତେବେଳେ ସେ ସର୍ବ ପ୍ରଥମେ ତାଙ୍କର ପ୍ରେମିକାଙ୍କର ନାମକୁ ନେଇଥିଲେ।

phoneଯେଉଁ କାରଣରୁ ଆଜି ମଧ୍ୟ ସବୁ ଲୋକ ସର୍ବପ୍ରଥମେ ’ହେଲୋ’ କହୁଛନ୍ତି। କିଛି ଲୋକ ବର୍ତ୍ତମାନ ପର‌୍ୟ୍ୟନ୍ତ ମଧ୍ୟ ଏହି କଥାକୁ ମାନନ୍ତି ନାହିଁ। ତାଙ୍କର କହିବାନୁଯାୟୀ ଏହି ଶବ୍ଦର ଉତ୍ପତ୍ତି ଫ୍ରେଞ୍ଚ ଶବ୍ଦ ’ହୋଲା’ରୁ ହୋଇଛି, ଯାହାର ଅର୍ଥ ହେଉଛି ହୋଲ୍ଡ କର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.