Below header

ମନମୋହନ ସିଂହ ସରକାରଙ୍କ ଶେଷ ଦିନରେ କେତେ ଥିଲା ପେଟ୍ରୋଲ ଦାମ ? ମୋଦି ସରକାରଙ୍କ ସାଢ଼େ ୪ ବର୍ଷରେ କେଉଁ ସ୍ତର ଛୁଇଁଛି ତୈଳ ଦର ? ପଢ଼ନ୍ତୁ . .

ଦେଶରେ ଏବେ ତୈଳ ଯୁଦ୍ଧ । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିରେ ବ୍ରେକ୍ ତ ଲାଗୁନି, ପଲିଟିକ୍ସ କିନ୍ତୁ ତେଜିଛି । ପ୍ରତିବାଦରେ କଂଗ୍ରେସ ଦେଶବ୍ୟାପୀ ବନ୍ଦ ପାଳନ କରୁଛି । ବହୁ ରାଜନୈତିକ ଦଳ ସମର୍ଥନ ବି ଦେଇଛନ୍ତି । କଂଗ୍ରେସ ଅଭିଯୋଗ କରିଛି, ୨୦୧୪ ତୁଳନାରେ ଦେଶରେ ତୈଳ ଦାମ ପାଖାପାଖି ୯ଟଙ୍କାରୁ ଅଧିକ ବଢ଼ିଛି । ସେତେବେଳେ ମନମୋହନ ସିଂହ ଓ ବର୍ତ୍ତମାନର ଅଚ୍ଛେଦିନ ସରକାରଙ୍କର ଏକ ତୁଳନାତ୍ମକ ଚିତ୍ର ରଖିଛି କଂଗ୍ରେସ । ଦଳ ଅଭିଯୋଗରେ କରିଛି, ୨୦୧୪ରେ ମୋଦି ସରକାର କ୍ଷମତାକୁ ଆସିବା ପରେ ତେଲ ଭପରେ ଉତ୍ପାଦ ଶୁଳ୍କ ଅହେତୁକ ଭାବରେ ବୃଦ୍ଧି କରିଛନ୍ତି ।

ଏବେ ଆସନ୍ତୁ ନଜର ପକାଇବାର ୨୦୧୪, ସେ ୨୫ ତାରିଖରେ (ୟୁପିଏ ସରକାରଙ୍କ ଶେଷ କାର‌୍ୟ୍ୟ ଦିବସ) କେତେ ଟଙ୍କା ଥିଲା ପେଟ୍ରୋଲ ଓ ଡିଜେଲ ଦାମ ? ଆଜିର ଦିନରେ କେତେ ଟଙ୍କା ଅଛି ?

Petrol Price୨୫ ମଇ, ୨୦୧୪ (ମନମୋହନ ସିଂହ)
ପେଟ୍ରୋଲ- ୭୧ ଟଙ୍କା ୪୧ ପଇସା/ଲିଟର
ଡିଜେଲ- ୫୬ ଟଙ୍କା ୭୧ ପଇସା/ଲିଟର

୧୦ ସେପ୍ଟେମ୍ବର, ୨୦୧୮ (ନରେନ୍ଦ୍ର ମୋଦି)
ପେଟ୍ରୋଲ- ୮୦ ଟଙ୍କା ୭୩ ପଇସା/ଲିଟର
ଡିଜେଲ- ୭୨ ଟଙ୍କା ୮୩ ପଇସା/ଲଲିଟ

କେତେ ମହଙ୍ଗା ?

ପେଟ୍ରୋଲ- ୯ ଟଙ୍କା ୪୨ ପଇସା/ଲିଟର
ଡିଜେଲ- ୧୬ ଟଙ୍କା ୧୨ ପଇସା/ଲିଟର

ତୈଳ ଦରରେ ଏହି ତୁଳନାତ୍ମକ ଚିତ୍ରରୁ ଏକଥା ବୁଝା ପଡୁଛି କି ୨୦୧୪, ମେ’ ମାସରେ ମନମୋହନ ସିଂହ ସରକାର ଯିବା ଓ ମୋଦି ସରକାର ଶାସନ ଡୋରି ସମ୍ଭାଳିବା ପରଠୁ ଗତ ୪ ବର୍ଷରେ ଦେଶରେ ପେଟ୍ରୋଲ ଓ ଡିଜେଲ ଦରରେ ମାତ୍ରାଧିକ ବୃଦ୍ଧି ଘଟିଛି । ଅର୍ଥାତ୍ ପେଟ୍ରୋଲ ଓ ଡିଜେଲର ଲିଟର ପ୍ରତି ଦାମରେ ଯଥାକ୍ରମେ ୯ ଓ ୧୬ ଟଙ୍କାରୁ ଅଧିକ ବୃଦ୍ଧି ଘଟିଛି । ୨୦୧୪, ମେ’ ୨୬ ତାରିଖରେ ଅଶୋଧିତ ତେଲର ଲିଟର ପ୍ରତି ଦର ଥିଲା ୫୮.୫୮ ଡଲାର । ୨୦୧୮ ସେପ୍ଟେମ୍ବର ମାସରେ ଏହାର ଦାମ ରହିଛି ୭୧.୯୦ ଡଲାର । ଅର୍ଥାତ୍ ଅଶୋଧିତ ତୈଳ ଦରର ବ୍ୟାରେଲ ପ୍ରତି ଦାମ୍ ୧୩.୩୨ ଡଲାର କମ୍ । ଏମିତି ସ୍ଥିତିରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ସହଜରେ ଗ୍ରହଣ କରୁ ନାହାନ୍ତି ବିରୋଧୀ । ସରକାର କେବଳ ଅନ୍ତର୍ଜାତୀୟ ବଜାରକୁ ଦାୟୀ କରି ଚୁପ୍ ବସି ଯାଉଛନ୍ତି ।

ଉତ୍ପାଦ ଶୁଳ୍କ କମାଇଲେ କେତେ ଟଙ୍କା ଖସିବ ତୈଳ ଦାମ୍ ?

PETROL PRICE

ବର୍ଦ୍ଧିତ ତୈଳ ଦଳକୁ ନେଇ ଜନ ଅସନ୍ତୋଷ ତୀବ୍ର ହେଲାଣି । ୮୦ ଟଙ୍କାରେ ଗୋଟିଏ ଲିଟର‌ ପେଟ୍ରୋଲ ଗାଡ଼ିରେ ପକାଇଲା ବେଳେ ଖାଉଟିଙ୍କୁ ବାଧିଛି । ରାଜନୀତି ବି ତେଜୁଛି । ଗ୍ରାହକ ଆଶଙ୍କା ବି କଲେଣି ଯଦି ତେଲ ଦାମ୍ ଏମିତି ଭପରମୁହାଁ ହୁଏ କେତେବେଳେ ବି ସେଞ୍ଚୁରୀ ଛୁଇଁପାରେ । କଂଗ୍ରେସ ଦାବି କରିଛି, ତୈଳ ଦର ବୃଦ୍ଧି ପାଇଁ କେବଳ ଅନ୍ତର୍ଜାତୀୟ ବଜାର ନୁହେଁ, କେନ୍ଦ୍ର ସରକାରଙ୍କର ଭୁଲ୍ ନୀତି ଅଧିକ ଦାୟୀ । ଦଳ କହିଛି ୨୦୧୪ ତୁଳନାରେ ପେଟ୍ରୋଲ ଉତ୍ପାଦ ଶୁଳ୍କ ରେ ୨୧୧. ୭ ପ୍ରତିଶତ ଓ ଡିଜେଲ ଉତ୍ପାଦ ଶୁଳ୍କରେ ୪୩୩ ପ୍ରତିଶତ ବୃଦ୍ଧି କରାଯାଇଛି । କଂଗ୍ରେସ କହିବା କଥା ୨୦୧୪ରେ ପେଟ୍ରୋଲ ଉପରେ ଥିବା ୯ ଟଙ୍କା ୨ ପଇସା ଉତ୍ପାଦ ଶୁଳ୍କ ବଢ଼ି ଏବେ ୧୯ ଟଙ୍କା ୪୮ ପଇସା ପ୍ରତି ଲିଟର ହୋଇଛି । ସେହିପରି ୨୦୧୪ରେ ପ୍ରତି ଲିଟର ଡିଜେଲ ଭପରେ ଉତ୍ପାଦ ଶୁଳ୍କ ଥିଲା ୩ ଟଙ୍କା ୪୨ ପଇସା । ଯାହାକୁ ବଢାଇ ୧୫ ଟଙ୍କା ୩୩ ପଇସା କରି ଦିଆଯାଇଛି । କଂଗ୍ରେସ ଅଭିଯୋଗ ଆଧାରରେ ଯଦି କେନ୍ଦ୍ର ସରକାର ୨୦୧୪ ଅନୁସାରେ ଉତ୍ପାଦ ଶୁଳ୍କ ହ୍ରାସ କରନ୍ତି ତେବେ ପେଟ୍ରୋଲ ଦାମରେ ଲିଟର ପ୍ରତି ଅତି କମରେ ୧୦ ଟଙ୍କା ୪୨ ପଇସା ଓ ଡିଜେଲ ୧୨ ଟଙ୍କା ଶସ୍ତା ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.