କଂଗ୍ରେସର ଭାରତ ବନ୍ଦ ଅବସରରେ କେନ୍ଦ୍ର ଉପରେ ବର୍ଷିଛନ୍ତି ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ

ନୁଆଦିଲ୍ଲୀ (କେନ୍ୟୁଜ୍) : କଂଗ୍ରେସର ଭାରତ ବନ୍ଦ ଅବସରରେ କେନ୍ଦ୍ର ଉପରେ ବର୍ଷିଛନ୍ତି ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ତୈଳ ଦର ବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ‘ତୈଳ ଦର ବୃଦ୍ଧିକୁ ନେଇ ମୋଦି କାହିଁକି ଚୁପ ଅଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ଦରଦାମ ବୃଦ୍ଧି,ରାଫେଲ ଡିଲ୍ ଦୁର୍ନୀତିକୁ ନେଇ ମଧ୍ୟ ମୋଦି ଚୁପ ଥିବା ରାହୁଲ ଅଭିଯାଗ କରଛନ୍ତି । ‘‘GST ପାଇଁ ଦେଶରେ ଦୁର୍ନୀତି ବଢ଼ିଛି ବୋଲି କହିବା ସହ ‘ସମସ୍ତେ ଏକାଠି ହୋଇ ବିଜେପିକୁ ହରାଇବାକୁ ଆହ୍ନାନ ଦେଇଛନ୍ତି ।

କଂଗ୍ରେସର ଭାରତ ବନ୍ଦକୁ ୨୧ଟି ଦଳ ସାମିଲ ଥିଲେ । ରାଜଧାନୀ ଦିଲ୍ଲୀର ରାମଲୀଳା ମଇଦାନରେ ଅନୁଷ୍ଠିତ ଧାରଣାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସମେତ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଏନସିପି ଅଧ୍ୟକ୍ଷ ଶରଦ ପାଓ୍ଵାର ଏବଂ ପୂର୍ବତନ ଜେଡିୟୁ ସାଂସଦ ଶରଦ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ । ଆରଜେଡି ନେତା ମନୋଜ ଝା, ଜେଡିଏସ୍ ନେତା ଦାନୀଶ ଅଲ୍ଲୀ, ଆରଏଲଡି ନେତା ଜୟନ୍ତ ଚୌଧୁରୀ, ଆପ୍ ନେତା ସଂଜୟ ସିଂହ ଓ ତୃଣମୂଳ କଂଗ୍ରେସ କିଛି ବରିଷ୍ଠ ନେତା ଯୋଗ ଦେଇଥିଲେ ।

ବାରମ୍ବାର ତୈଳଦର ବୃଦ୍ଧି ଓ ଏନଡିଏ ସରକାରଙ୍କ ଜନବିରୋଧୀ ନୀତିକୁ ବିରୋଧୀ କଡା ସମାଲୋଚନା କରାଯାଇଛି । କଂଗ୍ରେସ ଭାରତ ବନ୍ଦ ନାଁରେ ଗୁଣ୍ଡାଗିରି ଚଳାଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ। ଭାରତ ବନ୍ଦ ସଂପୂର୍ଣ୍ଣ ଭାବେ ବିଫଳ ହୋଇଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.