ଜନ୍ମାଷ୍ଟମୀର ଗୁରୁତ୍ୱ କ’ଣ? ଏହାକୁ ପାଳନ କଲେ କେଉଁ ସବୁ ଲାଭ ମିଳେ ଜାଣନ୍ତୁ 

ଆଗକୁ ଆସୁଛି କୃଷ୍ଣ ଜନ୍ମାଷ୍ଟମୀ । ଅନେକ ଲୋକମାନେ ନିଜ ଘରେ ଦେବୀ-ଦେବତାଙ୍କ ପୂଜା କରିବା ବ୍ୟତୀତ ଭଗବାନ କୃଷ୍ଣଙ୍କ ସ୍ବରୂପ ବାଳଗୋପାଳ ମୂର୍ତ୍ତି ପୂଜା କରିଥାନ୍ତି। ଯାହାକୁ ଲଡୁ ଗୋପାଳ ମଧ୍ୟ କୁହାଯାଇଥାଏ। ଲଡୁ ଗୋପାଳଙ୍କ ପୂଜା ସହ ତାଙ୍କ ସେବା ମଧ୍ୟ ଏକ ଛୋଟ ପିଲା ଭଳି କରାଯାଇଥାଏ। ସକାଳୁ ଉଠିବା ଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ଭଗବାନଙ୍କ ସେବା କରାଯାଇଥାଏ। ଲଡୁ ଗୋପାଳଙ୍କ ପ୍ରତିମା ପୂଜା କରିବା ଦ୍ବାରା ଘରର ସମସ୍ତ ସମସ୍ୟା ଦୂର ହୋଇଯାଇଥାଏ।

ହିନ୍ଦୁ ଧର୍ମ ଅନୁସାରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିନକୁ ଖୁବ୍‌ ଧୁମଧାମରେ ପାଳନ କରାଯାଏ। ସମ୍ପୂର୍ଣ୍ଣ ବିଧିବିଧାନ ଅନୁଯାୟୀ କୃଷ୍ଣଙ୍କ ଜନ୍ମଦିନକୁ କେବଳ ଭାରତ ନୁହେଁ ବିଦେଶରେ ମଧ୍ୟ ଅତି ଉତ୍ସାହର ସହ ପାଳନ କରାଯାଏ। ଏହି ଉତ୍ସବକୁ ପୂର୍ବରୁ ଲୋକମାନେ ପାଳନ କରିଆସୁଛନ୍ତି। କିନ୍ତୁ ଏହି ବ୍ରତ କରିବାର କ’ଣ ମହତ୍ତ୍ୱ ରହିଛି, ତାହା ପ୍ରାୟତଃ କମ୍‌ ଲୋକେ ଜାଣିଥିବେ।

ପୌରାଣିକ କଥା ମୁତାବକ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ରୋହିଣୀ ନକ୍ଷତ୍ର ଅଷ୍ଟମୀ ତିଥିରେ ହୋଇଥିଲା। ଏହି ଦିନ ଚନ୍ଦ୍ର ବୃଷ ରାଶି ଏବଂ ସୂର୍ଯ୍ୟ ସିଂହ ରାଶିରେ ରହିଥିଲେ । ସେଥିପାଇଁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବକୁ ଏହି ସମୟରେ ପାଳନ କରାଯାଏ। ଏଥିପାଇଁ ଲୋକମାନେ ରାତିସାରା ଭଜନ କୀର୍ତ୍ତନ କରିଥାନ୍ତି । ଏହି ଦିନରେ ଲୋକମାନେ ବ୍ରତ ରଖିବା ସହ ପୂଜାପାଠ କରିଥାନ୍ତି। ଏହିଦିନ ବ୍ରତ ରଖିବା ଦ୍ୱାରା ବ୍ରତଧାରୀଙ୍କ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଯେଉଁ ଲୋକମାନଙ୍କ ଜାତକରେ ଚନ୍ଦ୍ରମା ଦୁର୍ବଳ ରହିଥାଏ, ସେମାନେ ଏହିଦିନ ପୂଜା ପାଠ କରି ଭଗବାନଙ୍କ କୃପା ଲାଭ କରିପାରିବେ। ଏହି ଦିନ ପୂଜା କରିବା ଦ୍ୱାରା ସନ୍ତାନ ପ୍ରାପ୍ତି ହେବାର ସୁଯୋଗ ମଧ୍ୟ ରହିଥାଏ।

ଶ୍ରୀକୃଷ୍ଣଙ୍କ ଜନ୍ମ ମହୋତ୍ସବ ଚଳିତ ବର୍ଷ ୧୮ ଅଗଷ୍ଟରେ ପାଳନ କରାଯିବ। ତେବେ କୃଷ୍ଣଙ୍କ ଜନ୍ମ ଦିବସ ଉପଲକ୍ଷେ ଏହି ପର୍ବକୁ ପାଳନ କରାଯାଏ। ତିଥିକୁ ଧ୍ୟାନ ଦେଲେ ଜଣାପଡେ ଯେ ରକ୍ଷା ବନ୍ଧନ ର ଠିକ ଆଠ ଦିନ ପରେ ଶ୍ରୀକୃଷ୍ଣଙ୍କ ଜନ୍ମ ହୋଇଥିଲା। ପାରମ୍ପରିକ ରାସଲୀଳା ସହିତ , ଦହି ହାଣ୍ଡି ଉତ୍ସବ ଏହି ପର୍ବର ମୁଖ୍ୟ ଆକର୍ଷଣ।

ଅନେକ ଶାସ୍ତ୍ରରେ ଜନ୍ମାଷ୍ଟମୀ ବ୍ରତକୁ ବ୍ରତମାନଙ୍କ ମଧ୍ୟରେ ରାଜା ବୋଲି କୁହାଯାଏ। ଧାର୍ମିକ ମାନ୍ୟତା ଅନୁଯାୟୀ ଶ୍ରୀକୃଷ୍ଣଙ୍କୁ ଝୁଲା ଝୁଲାଇବାର ମଧ୍ୟ ବହୁତ ମହତ୍ୱ ରହିଛି। ଭଗବାନଙ୍କୁ ଝୁଲା ଝୁଲାଇବା ଦ୍ୱାରା ଶ୍ରୀକୃଷ୍ଣ ବ୍ରତଧାରୀଙ୍କ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ।

ଏହି ପୂଜା କେବଳ ଭାରତ ନୁହେଁ ବରଂ ବିଦେଶରେ ମଧ୍ୟ ଭାରତୀୟ ଖୁବ୍ ଧୂମଧାମ୍ .ରେ ପାଳନ କରାଯାଇଥାଏ। ବିଦେଶରେ ବିଭିନ୍ନ ପ୍ରକାର ଭବ୍ୟ ସମାରୋହର ଆୟୋଜନ କରାଯାଏ। ଏହା ବ୍ଯତୀତ ବ୍ରଜ ନଗରୀ ମଥୁରାରେ ଶ୍ରୀକୃଷ୍ଣ ଜନ୍ମ ଉତ୍ସବ ଖୁବ୍ ଆନନ୍ଦ ଉଲ୍ଲାସରେ ପାଳନ କରାଯାଏ।

ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିର ମଧ୍ୟ ରାତ୍ରରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ହୋଇଥିଲା। ଏହିକାରଣରୁ ଘରେ ଏବଂ ମନ୍ଦିରରେ ମଧ୍ୟରାତ୍ରି ୧୨ଟା ହେବା ପରେ ଭଗବାନଙ୍କ ଜନ୍ମ ଉତ୍ସବ ପାଳନ କରାଯାଇଥାଏ। ଏହି ଦିନ ରାତିରେ ଲଡୁ ଗୋପାଳଙ୍କ ମୂର୍ତ୍ତିକୁ ସ୍ନାନ କରାଇବା ପରେ ନୂତନ ବସ୍ତ୍ର ପିନ୍ଧାଇ ତାଙ୍କୁ ଶୃଙ୍ଗାର କରାଯାଇଥାଏ। ଶେଷରେ ଭଗବାନଙ୍କ ନିକଟରେ ଭୋଗ ଲଗାଯାଇ ପ୍ରସାଦ ବଣ୍ଟା ଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.