Below header

ସ୍ୱାମୀଙ୍କ ବେକରେ କୁକୁର ଚେନ୍‌ ବାନ୍ଧି ରାସ୍ତାରେ ବୁଲାଉଥିଲେ ମହିଳା, ପୋଲିସ ଧରି ଲଗାଇଲା ଲକ୍ଷାଧିକ ଟଙ୍କାର ଫାଇନ୍‌

କରୋନା ଭାଇରସ୍‌ ଯୋଗୁ ଲାଗୁ ହୋଇଥିବା ଲକ୍‌ଡାଉନ୍‌କୁ ମାତ୍‌ ଦେବା ପାଇଁ କାନାଡ଼ାର ଜଣେ ମହିଳା ଏକ ଆଶ୍ଚର୍ଯ୍ୟ କରିଦେବା ଭଳି କାମ କରିଛନ୍ତି। ତାଙ୍କ କାରନାମା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କାନାଡାର କ୍ୟୁବେକ୍‌ ସହରର ଜଣେ ମହିଳା ନିଜ ସ୍ୱାମୀଙ୍କ ବେକରେ କୁକୁର ବେଲ୍ଟ ବାନ୍ଧି ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳିଥିଲା। ଏହା ପରେ ପୋଲିସ ତାଙ୍କୁ ଧରି ଫାଇନ୍‌ ଲଗାଇଛି।

husband2
Photo Credit: zee

ଏବେ ସାରା ବିଶ୍ୱରେ ପୁଣିଥରେ କରୋନା ଭାଇରସ୍‌ ସଂକ୍ରମଣ ଆରମ୍ଭ ହୋଇଛି। ଏଥିରୁ ବର୍ତ୍ତିବା ପାଇଁ କେତେକ ଦେଶରେ ଲକ୍‌ଡାଉନ୍‌ ଲାଗୁ କରାଯାଇଛି। କାନାଡ଼ାର କ୍ୟୁବେକ୍‌ରେ ମଧ୍ୟ ଏକ ମାସ ପାଇଁ ଲକ୍‌ଡାଉନ୍‌ ଲାଗୁ କରାଯାଇଛି। ଏଥିସହ ରାତି ୮ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ବାହାରକୁ ବାହାରିବା ଉପରେ ପ୍ରତିବନ୍ଧକ ଲାଗିଛି। ମାତ୍ର ଲୋକଙ୍କୁ ଜରୁରୀ କାମରେ ବାହାରକୁ ଯିବାକୁ ଓ ପାଳିତ ଜୀବଜନ୍ତୁଙ୍କୁ ବାହାରେ ବୁଲାଇବାକୁ ଅନୁମତି ମିଳିଛି।

ରିପୋର୍ଟ ମୁତାବକ, କର୍ଫ୍ୟୁ ଭାଙ୍ଗି ବୁଲୁଥିବା ମହିଳାଙ୍କୁ ଯେତେବେଳେ ପୋଲିସ ଧରି କାରଣ ପଚାରିଲେ ସେ କହିଥିଲେ, ଆଖପାଖରେ କୁକୁର ସହ ବୁଲିବାକୁ ଅନୁମତି ଦିଆଯାଇଛି। ମାତ୍ର ତାଙ୍କ ପାଖରେ କୁକୁର ନାହିଁ। ଏଣୁ ବୁଲିବା ପାଇଁ ସେ ସ୍ୱାମୀକୁ କୁକୁର ଭଳି ବେଲ୍ଟ ବାନ୍ଧି ବାହାରକୁ ଆସିଛନ୍ତି। ପୋଲିସ ତାଙ୍କୁ ଏଥିପାଇଁ ବିରୋଧ କରିବାରୁ ସେ ହଙ୍ଗାମା କରିବା ଆରମ୍ଭ ଦେଇଥିଲେ। ଏହା ପରେ ପୋଲିସ ତାଙ୍କ ଉପରେ ୨୪୦୦ ଡଲାର ବା ପ୍ରାୟ ୧.୭୫ ଲକ୍ଷର ଫାଇନ୍‌ ଲଗାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.