ଗ୍ୟାସ୍ ସିଲିଣ୍ଡର ଲିକ୍ ହୋଇ ଭୟାବହ ଅଗ୍ନିକାଣ୍ଡ, ଘରର ଆସବାବ ପତ୍ର ସହ ଅନେକ ସାମଗ୍ରୀ ପୋଡି ପାଉଁଶ

ଗଂଜାମ : ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ସାହାସପୁର ଗାଁ ରେ ଆଜି ଭୋର୍ ରେ ଚକ୍ରପାଣି ଡାକୁଆଙ୍କ ଘରେ ଗ୍ୟାସ୍ ସିଲିଣ୍ଡର ଲିକ୍ ହୋଇ ଅଗ୍ନିକାଣ୍ଡ ଘଟିଛି । ଏଥିରେ ଘରର ଆସବାବ ପତ୍ର ଓ ଲୁଗା ଓ ଚାଉଳ ପୋଡିଯାଇଥିବା ଜଣାପଡିଛି ।

ମକର ସଂକ୍ରାନ୍ତି ଥିବା ଯୋଗୁଁ ଭୋର୍ ରେ ଚକ୍ରପାଣି ଙ୍କ ସ୍ତ୍ରୀ ଗ୍ୟାସ୍ ଲଗାଇବା ବେଳେ ହଠାତ୍ ଲିକ୍ ହୋଇ ଯାଇଥିଲା ଓ ନିଆଁ ଲାଗି ଯାଇଥିଲା । ଏହି ସମୟରେ କୌଶଳ କ୍ରମେ ପରିବାର ଲୋକେ ବାହାରକୁ ଚାଲିଆସିଥିଲେ । ସାନଖେମୁଣ୍ଡି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.