ଚାରି ଦିନ ପରେ ଗୋହିରିଆ ଛକର ଏକ ହୋଟେଲରୁ ଉଦ୍ଧାର ହେଲେ ପିପିଲିରୁ ନିଖୋଜ ଦୁଇ ନାବାଳକ

ପିପିଲି: ଉଦ୍ଧାର ହେଲେ ପିପିଲିର ଦୁଇ ନାବାଳକ ଛାତ୍ର। ୪ଦିନ ପରେ ଆଜି ସକାଳେ ଜଟଣୀ ଅଞ୍ଚଳର ଗୋହିରିଆ ଛକର ଏକ ହୋଟେଲରୁ ଉଦ୍ଧାର କଲା ପିପିଲି ପୋଲିସ। ଦୁଇ ନାବାଳକ ହେଲେ କମଳାସାଗର ପାଟଣା ଗ୍ରାମର ପବିତ୍ର ଦାସଙ୍କ ପୁଅ ନିରଞ୍ଜନ ଦାସ(୧୪)ଦଶମ ଶ୍ରେଣୀ ଓ କେଦାର ବେହେରାଙ୍କ ପୁଅ ସୂର୍ଯ୍ୟକାନ୍ତ ବେହେରା (୧୩)୯ମ ଶ୍ରେଣୀ।

ଗତ ୧୧ତାରିଖ ସକାଳ ୭:୩୦ରେ ଘରୁ ଗୋଟିଏ ସାଇକେଲରେ ସ୍କୁଲକୁ ବହି ଆଣିବା ପାଇଁ ଯାଇ ଆଉ ଫେରିନଥିଲେ। ଉଭୟଙ୍କ ପରିବାର ଲୋକ ପିଲାମାନଙ୍କୁ ନପାଇବାରୁ ସେହିଦିନ ସନ୍ଧ୍ୟାରେ ପିପିଲି ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପିପିଲି ଥାନାରେ ଏକ ନିଖୋଜ ମାମଲା ରୁଜୁ କରି  ଅନୁସନ୍ଧାନ ଜାରି ରଖିଥିଲା ପିପିଲି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.