କଟକରେ ଚାଲିଛି ଜୋରଦାର ଧରପଗଡ଼, ଗତ ୨୪ ଘଣ୍ଟାରେ ଆଦାୟ ହେଲା ୬୦ ହଜାର ଟଙ୍କା ଜୋରିମାନା

କଟକ: ମୋଟର ଯାନ ଉଲ୍ଲଙ୍ଘନ କାରୀଙ୍କୁ ନେଇ ଟ୍ୱିନ ସିଟିରେ ଚାଲିଛି ଜୋରଦାର ଧରପଗଡ଼ । ନିୟମ ଉଲ୍ଲଙ୍ଘନ କଲେ ଆଦାୟ ହେଉଛି ମୋଟା ଅଙ୍କର ଜୋରିମାନା । ଏହା ସହ ଲାଇସେନ୍ସ ରଦ୍ଦ କରାଯିବା ସହିତ ଗାଡି ଗୁଡିକୁ ଅଟକ ରଖାଯାଉଛି । ଗତ ୨୪ ଘଣ୍ଟା ଭିତରେ ବିଶୃଙ୍ଖଳିତ ଗାଡି ଚାଲାକଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ବାବଦରେ ଏକ ବିବରଣୀ ଦେଇଛନ୍ତି କଟକ ସହରାଂଚଳ ପୋଲିସ  ।

cuttack police

ଏମଧ୍ୟରୁ ୮୨ ଜଣ ମୋଟର ଯାନ ଉଲ୍ଲଙ୍ଘନକାରୀ ଅଛନ୍ତି । ଯେବେକି ୬୬ ଟି ଲାଇସେନ୍ସ ରଦ୍ଦ କରାଯାଇଛି । ସହରର ବିଭିନ୍ନ ଥାନାରେ ୭୬ ଟି ଗାଡିକୁ ଅଟକ ରଖାଯାଇଛି । ଯେବେକି ଗତ ୨୪ ଘଣ୍ଟା ଭିତରେ ୬୦ ହଜାର ଟଙ୍କା ଜୋରିମାନା ଆଦାୟ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.