Below header

ଭିଜିଲାନ୍ସ ଜାଲରେ ବାଣିଗୋଚ୍ଛା ଥାନା ଏସଆଇ, ଏକ ଟ୍ରାକ୍ଟରକୁ ରିଲିଜ୍‌ କରିଦେବା ପାଇଁ ନେଉଥିଲେ ୨ହଜାର ଟଙ୍କା ଲାଞ୍ଚ

ନୟାଗଡ଼: ପୁଣି ଭିଜିଲାନ୍ସ ଜାଲରେ ଥାନା ବାବୁ। ମାତ୍ର ଦୁଇ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ନୟାଗଡ଼ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ବାଣି ଗୋଚ୍ଛା ଥାନା ଏସାଇ ଲଳିତ ମୋହନ ପ୍ରଧାନ ସୁଶାନ୍ତ ମୁଦୁଲିଙ୍କ ଟ୍ରାକ୍ଟରକୁ ରିଲିଜ୍‌ କରିଦେବା ପାଇଁ ୬ ହଜାର ଟଙ୍କା ମାଗିଥିଲେ। ମାତ୍ର ୨ ହଜାର ଟଙ୍କାରେ କଥା ଛିଣ୍ଡିଥିଲା। ସୁଶାନ୍ତଙ୍କ ଟ୍ରାକ୍ଟର ବାଲି ବୋହୁଥିବା ବେଳେ ବାଣିଗୋଚ୍ଛା ଥାନା ପକ୍ଷରୁ ଚଢାଉ କରି ଧରା ଯାଇଥଲା।

ସୁଶାନ୍ତ ଏନେଇ ନୟାଗଡ଼ ଭିଜିଲାନ୍ସ ଅଫିସରଙ୍କ ସହ ଯୋଗାଯୋଗ କରିଥିଲେ। ଦୁଇ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଡିଏସ୍‌ପି ଶିଶିର ଭୋଇଙ୍କ ନେତୃତ୍ୱରେ ଏସାଇ ଲଳିତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ତାଙ୍କ ପକ୍ଷରୁ ୪ଖଣ୍ଡ ୫ ଶହ ଟଙ୍କା ନୋଟ୍‌ ଜବତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.