ବେଗୁନିଆ : ପବିତ୍ର ମକର ସଂକ୍ରାନ୍ତି ଅବସରରେ ବେଗୁନିଆ ଅଟ୍ରିରେ ବାବା ହଟ୍ଟକେଶ୍ୱର ଦେବଙ୍କ ପୀଠ ବେଶ ଚଳଚଞ୍ଚଳ ହୋଇ ପଡିଛି । ତେବେ କୋଭିଡ କଟକଣା ଯୋଗୁ ମେଳା ମହୋତ୍ସବକୁ ଅନୁମତି ଦେଇନି ପ୍ରଶାସନ । କଟକଣା ଭିତରେ କେବଳ ବାବାଙ୍କୁ ଦର୍ଶନ କରୁଛନ୍ତି ଭକ୍ତ ।
ତେବେ ମକର ସଂକ୍ରାନ୍ତ ଦିନ ଏଠାକୁ ଆସି ବାବାଙ୍କ ଦର୍ଶନ କଲେ ମନୋସ୍କାମନା ପୂରଣ ହୁଏ ବୋଲି ବିଶ୍ୱାସ ରହିଛି । ଯେଉଁ ଦମ୍ପତ୍ତିଙ୍କ ସନ୍ତାନ ହେଉନଥିବ ସେମାନେ ମକର ସଂକ୍ରାନ୍ତି ଦିନ ବାବାଙ୍କ ଦର୍ଶନ କରି କୁଆକୁଣ୍ଡରୁ ଗୁଆ ଖୋଜି ସେବନ କଲେ ସନ୍ତାନ ପ୍ରାପ୍ତି ହେଉଥିବା ବିଶ୍ୱାସ ରହିଛି।