ଇଏ ପାର୍କ ନୁହେଁ ହସ୍ପିଟାଲ୍ ! ଏଠାକାର ପରିବେଶ ଦେଖିଲେ ଆପଣ କିଛି ସମୟ ପାଇଁ ପଡିଯିବେ ଦ୍ୱନ୍ଦ୍ୱରେରେ

ତାଳଚେର: କୁହାଯାଏ ଖରାପ ସମୟ ଓ ପରିସ୍ଥିତି ବେଳେ ମଣିଷ ଭଗବାନଙ୍କୁ ମନେ ପକାଇଥାଏ । ସେମିତି ପରିବାରର କେହି ରୋଗରେ ପଡ଼ି ମେଡିକାଲ ଗଲେ ଭଗବାନଙ୍କୁ ମନେ ପକାଇ ନିଜର ଲୋକଟି କେମିତି ଶୀଘ୍ର ଆରୋଗ୍ୟ ହେବାପାଇଁ କାମନା କରିଥାନ୍ତି । ସେଇଥିପାଇଁ ବୋଧହୁଏ ମେଡିକାଲ ପାଖରେ ଭଗବାନଙ୍କ ମନ୍ଦିର କିମ୍ବା ପ୍ରତିମୂର୍ତ୍ତି ସ୍ଥାନ ପାଇଥାଏ । ହେଲେ ଆମେ ଆଜି ଏମିତି ଏକ ମେଡିକାଲ ବିଷୟରେ କହିବାକୁ ଯାଉଛୁ, ଯେଉଁଠି କେବଳ ଯେ, ରୋଗୀସେବା ମିଳେ ତାହା ନୁହେଁ ବରଂ ରୋଗୀଙ୍କ ସହିତ ମେଡିକାଲ ଆସୁଥିବା ସମ୍ପର୍କୀୟ କିମ୍ବା ପରିବାର ଲୋକଙ୍କ ମାନସିକ ଦୁଶ୍ଚିନ୍ତା ହାଲୁକା କରିବା ପାଇଁ ନିଆଯାଇଛି ଏକ ନିଆରା ପଦକ୍ଷେପ ।

hospitalସୁନ୍ଦର ସାଜସଜ୍ଜା, ଭିନ୍ନ ଭିନ୍ନ ଆକୃତିର ମୂର୍ତ୍ତି , ରଙ୍ଗ ବେରଙ୍ଗର ଫୁଲ ଆଉ ଭଳିକି ଭଳି ଗଛ । ଏହା କୌଣସି ପାର୍କର କଥା କହୁନୁ  ବରଂ ଏହା ଏକ ସ୍ବାସ୍ଥ୍ୟ କେନ୍ଦ୍ରର ପରିବେଶ କଥା କହୁଛୁ। ଶରୀର ଅସୁସ୍ଥ ସାଙ୍ଗକୁ ଆମ୍ବୁଲାନ୍ସର ବିକଟ ଶବ୍ଦ ଶୁଣିଲେ ଦେହ ମନ ବିଚଳିତ ହୋଇପଡି ଥାଏ। ହେଲେ ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚୁ ପହଞ୍ଚୁ ମନ ଶାନ୍ତ ହୋଇଯାଏ । କାରଣ ଡାକ୍ତରଖାନାକୁ ପଶିବା ବେଳେ ଆପଣଙ୍କୁ କେବେବି ଅନୁଭବ ହେବ ନାହିଁ ଯେ ଆପଣ ଡାକ୍ତରଖାନାକୁ ଆସିଛନ୍ତି । ଦିନ ଥିଲା ଏହି ଡାକ୍ତରଖାନାରେ ଡାକ୍ତର ନଥିଲେ କି ବେଶୀ ରୋଗୀ ଏହାର ହତା ମାଡୁ ନଥିଲେ । ହେଲେ ୨୦୧୬ ମସିହା ପର ଠାରୁ ବଦଳି ଗଲା ଏଠାକାର ପରିବେଶ। ଆମେ କହୁଛୁ ଅନୁଗୁଳ ଜିଲ୍ଲାର କଣିହାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କଥା।

sibaଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲା। ଏଠାରେ ୭୦ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ନେଇ ଦେଶର ଶିଳ୍ପ ମାନଚିତ୍ରରେ ଏକ ସ୍ୱତନ୍ତ୍ର ମାନ୍ୟତା ପାଇଛି NTPC କଣିହାଁ ଅଞ୍ଚଳ। ଶିଳ୍ପ ପାଇଁ ପ୍ରଶଂସା ପାଇ ଥିବା ଏହି ଅଞ୍ଚଳରେ ଯୋଡ଼ି ହୋଇଛି ଆଉ ଏକ ଗର୍ବ ଆଉ ଗୌରବର ନିଆରା ଗାଥା। ଏହା ହେଉଛି ସାରା ଓଡ଼ିଶାରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ଏହି କଣିହାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର। ଲୋକଙ୍କ ସମସ୍ୟାକୁ ହୃଦବୋଧ କରି ଏଠାରେ ରାଜ୍ୟ ସରକାର ଦ୍ଵାରା ଏଠାରେ ଯୋଗ ଦାନ କଲେ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡା. ସୁମନ୍ତ କୁମାର ପଟେଲ । ଆଉ ତା ପରଠାରୁ ସେ ନିଜସ୍ଵ ଉଦ୍ୟମରେ ଏହି ଡାକ୍ତରଖାନାର ରୂପରେଖ ବଦଳାଇବାକୁ ଆରମ୍ଭ କଲେ ପ୍ରୟାସ। ଦୀର୍ଘ ଦିନ ହେଲା ଅବହେଳିତ ଓ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିବା ଡାକ୍ତରଖାନା ପ୍ରତି ଜନସାଧାରଣଙ୍କର ଆସ୍ଥା କିଭଳି ଅତୁଟ ରହିବ ସେ ନେଇ ଚେଷ୍ଟା କରିଥିଲେ । ରୋଗୀ ସେବାକୁ ପ୍ରାଥମିକତା ଦେଇ ସ୍ବାସ୍ଥ୍ୟକେନ୍ଦ୍ରର ପରିବେଶ ପ୍ରତି ଦୃଷ୍ଟି ଦେଇଥିଲେ । ନିଜର ଟଙ୍କା ଓ ଅଳ୍ପ କିଛି ସ୍ଥାନୀୟ କମ୍ପାନୀର ସହାୟତାରେ ଅତି ସୁନ୍ଦର ଭାବେ ସଜାଇଛନ୍ତି ଡାକ୍ତରଖାନାକୁ । ଏହା ସହ ଡାକ୍ତରଖାନା ପରିସରରେ ଏକ ସୁନ୍ଦର ଉଦ୍ୟାନ ତିଆରି କରା ଯାଇଛି । ଏତେ ସୁନ୍ଦର ସ୍ୱଚ୍ଛ ଓ ମନୋରମ ପରିବେଶ ହୋଇଛି ଯେ ରୋଗୀ ଅଧା ସେଠାରେ ଭଲ ହୋଇ ଯାଉଛି ବୋଲି ସ୍ଥାନୀୟ ଲୋକ କହୁଛନ୍ତି ।

doctorଭାରାକ୍ରାନ୍ତ ମନକୁ ସାମାନ୍ୟ ଆଶ୍ବସ୍ଥି ଦେବାପାଇଁ ଡକ୍ଟର ପଟେଲଙ୍କ ଦ୍ଵାରା ହୋଇଥିବା ଏହି ସୁନ୍ଦର ପରିବେଶ ବାଟରେ ଯାଉଥିବା ପଥିକକୁ ଆକର୍ଷିତ କରି ଭିତରକୁ ଟାଣି ଆଣେ କ୍ଷଣିକ ପାଇଁ। ସେଇଥିପାଇଁ ତ ମେଡିକାଲର ଅପେକ୍ଷା ହଲ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ସଜେଇ ହୋଇଛି ବିଭିନ୍ନ କଳା କାରିଗରୀ ସାଙ୍ଗକୁ ସ୍ବାସ୍ଥ୍ୟ ସଚେତନତାର ବାର୍ତା । ବିଭିନ୍ନ ସ୍ଥାନରୁ ଆର୍ଥିକ ସହାୟତା ହେଉ ଅବା ନିଜ ପକେଟରୁ ଅର୍ଥ ଖର୍ଚ୍ଚ କରି ହେଉ ଡା. ପଟେଲଙ୍କ ଏହି ପ୍ରୟାସକୁ ବିଭିନ୍ନ ମହଲରୁ ସ୍ଵାଗତ କରା ଯାଉଛି ।

ସ୍ଵଚ୍ଛ ଓ ସୁନ୍ଦର ପରିବେଶ ମାନସିକ ଦୁଶ୍ଚିନ୍ତାରୁ ମୁକ୍ତି ଦିଏ, ଯେଉଁଥିରେ ଅଧା ରୋଗ ଭଲ ହୋଇଯାଏ ବୋଲି କୁହାଯାଉ ଥିବାବେଳେ ସରକାରୀ କଣିହାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏମିତି ବ୍ୟବସ୍ଥା ରୋଗୀଙ୍କ ସମ୍ପର୍କୀୟମାନଙ୍କ ଉପରେ ମଧ୍ୟ ସକରାତ୍ମକ ପ୍ରଭାବ ପକାଉଥିବା ଦେଖିବାକୁ ମିଳିଛି ।

ତାଳଚେରରୁ ଅନିଲ୍ କୁମାର ସାମଲ, କେନ୍ଯୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.