୭ ହଜାରରୁ ବି କମ ମୂଲ୍ୟରେ itel ଲାଞ୍ଚ କରିବାକୁ ଯାଉଛି ପ୍ରିମିୟମ ଡ଼ିଜାଇନର ସ୍ମାର୍ଟଫୋନ, ଜାଣନ୍ତୁ କଣ ରହିଛି ସ୍ପେଶାଲ ଫିଚର

ବଜେଟ ସ୍ମାର୍ଟଫୋନ କ୍ୟାଟେଗୋରୀରେ itelର ନାଁ ଖୁବ ଆଗରେ ଅଛି । ୫ ବର୍ଷରୁ ବି କମ ସମୟ ଭିତରେ ଭାରତରେ ସାତ କୋଟିରୁ ଅଧିକ ସଂଖ୍ୟକ ଗ୍ରାହକ ଏକାଠି କରିସାରିଲାଣି କମ୍ପାନୀ । ଆଉ ଖୁବ ଶୀଘ୍ର କମ୍ପାନୀ ନିଜର ଏକ ନୂଆ ମଡେଲ ଲଞ୍ଚ କରିବାକୁ ଯାଉଛି । ଆସନ୍ତା ୧୫
ତାରିଖରେ ବଜାରରେ ଲଞ୍ଚ କରିବା ନେଇ ଲକ୍ଷ ରଖିଛି କମ୍ପାନୀ । itel ର ନୂଆ ସ୍ମାର୍ଟଫୋନରେ ଟ୍ରିପଲ ରିୟର କ୍ୟାମେରା ସେଟଅପ ସହ ୱାଟରଡ୍ରପ ନଚ ଡିଷ୍ପ୍ଲେ ମିଳିପାରିବ । ଡିଷ୍ପ୍ଲେର ସାଇଜ ବଡ଼ ହେବା ସହ ଏଚ୍ଡି ପ୍ଲସ ରିଜୋଲୁସନ ମିଳିବ । ଏହାର ଲୁକ ପ୍ରିମିୟମ ହେବା ସହ ବ୍ୟାକ ପ୍ୟାନେଲରେ ଗୋଟେ ଫିଙ୍ଗରପ୍ରିଣ୍ଟ ସେନ୍ସର ବି ମିଳିପାରିବ । ଏହା ସହ ବଡ ବ୍ୟାଟେରୀ ବି ରହିବ ।

itel image

ଏହାର ମୂଲ୍ୟକୁ ନେଇ ଏଯାବତ କୌଣସି ପ୍ରକାର ସୂଚନା ଦିଆଯାଇନଥିବା ବେଳେ କିନ୍ତୁ ଦର ୭ ହଜାରରୁ ବି କମ ରହିବ ବୋଲି ଆଶଙ୍କା କରାଯାଉଛି । ଫୋନରେ ୩ ଜିବି ରାମ ସମେତ ୩୨ ଜିବି ଷ୍ଟୋରେଜ ସୁବିଧା ମିଳିବ । ଏହା ସହ ଆଣ୍ଡ୍ରଏଡ଼ 10 ସହ 4G LTE ସୁବିଧା ବି ମିଳିପାରିବ । ସୂଚନା ଦେଉଛୁକି, ଗତ ଅକ୍ଟୋବର ମାସରେ ଭାରତୀୟ ବଜାରରେ କମ୍ପନୀ itel A48 ଓ itel A25 Pro ନାମକ ଦୁଇଟି ସ୍ମାର୍ଟଫୋନ ଲଞ୍ଚ କରିଥିଲା । itel A48 ର ମୂଲ୍ୟ ୫,୯୯୯ ଟଙ୍କା ଥିବା ବେଳେ itel A25 Proର ମୂଲ୍ୟ ୪,୯୯୯ ଟଙ୍କା ରଖାଯାଇଛି । ଏହା ସହ ଏଥିରେ ୬.୧
ଇଞ୍ଚର ଏଚ୍ଡି ପ୍ଲସ ଡିଷ୍ପ୍ଲେ ଥିବା ବେଳେ ଆଇପିଏସ ଓ ଷ୍ଟାଇନ ୱାଟରଡ୍ରପ ନଚ ବି ରହିଛି ।

ଡିଷ୍ପ୍ଲେ ଉପରେ 2.5D କ୍ଵାଡ଼ ଗ୍ଲାସ ବି ରହିଛି । ଫୋନରେ ଆଣ୍ଡ୍ରଏଡ଼ ୧୦ ରହିଛି । ଏସବୁ ବ୍ୟତୀତ 1.4GHz କ୍ଵାଡ଼କୋର ପ୍ରୋସେସର ବି ରହିଛି । ଫୋନରେ ୫ ମେଗାପିକସଲର ରିୟର କ୍ୟାମେରା ସହ ୫ ମେଗାପିକସଲର ସେଲ୍ଫି କ୍ୟାମେରା ରହିଛି । ଫୋନରେ ୨ ଜିବି ରାମ ସହିତ ୩୨ ଜିବି ଷ୍ଟୋରେଜ ମିଳିପାରିବ । ଯାହାକୁ ମେମୋରୀ କାର୍ଡ଼ ସାହାଯ୍ୟରେ ୧୨୮ ଜିବି ପର୍ଯ୍ୟନ୍ତ ବଢ଼ାଇ ଦିଆ ଯାଇପାରିବ । ଏଥିରେ ଫେସ ଅନଲକ ସହ ଫିଙ୍ଗରପ୍ରିଣ୍ଟ ସପୋର୍ଟ ରହିଛି । ଫୋନର ବ୍ୟାଟେରୀ ୩୦୦୦mAh ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.