Below header

ରଖେ ହରି ତ ମାରେ କିଏ ? ୧୩ ହଜାର ଫୁଟ ତଳକୁ ଖସି ବି ଜୀବିତ ରହିଲେ ମହିଳା !

କଥାରେ ଅଛି ଭାଗ୍ୟ ଯଦି ସାଥ ଦିଏ ନା କେହି କିଛି ବିଗାଡି ପାରନ୍ତିନାହିଁ । କିଛି ଲୋକ ସାମାନ୍ୟ ଘଟଣାରେ ଦୁନିଆ ଛାଡି ଚାଲି ଯାଉଥିବା ବେଳେ କିଛି ଜଣଙ୍କର ଭାଗ୍ୟ ଏମିତି ଟାଣ ଥାଏଯେ ଯେତେ ବଡ ଧରଣର ବିପଦ ଆସିଲେ ବି ସେମାନେ ତରିଯାନ୍ତି । ମୃତ୍ୟୁ କୁ ଯେମିତି ଜୟ କରିଯାନ୍ତି ଏହି ଯୋଗଜନ୍ମା ମାନେ | ଆଜି ଏମିତି ଜଣେ ମହିଳାଙ୍କ କାହାଣୀ ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଜାହବିଷ୍ୟରେ କହୁଛୁ ସେହି ମହିଳା ଜଣଙ୍କ ୧୩୦୦୦
ଫୁଟ ଉଚ୍ଚତାରୁ ସ୍କାଇ ଡାଇଭିଙ୍ଗ କରୁଥିଲେ । କିନ୍ତୁ ସେସମୟରେ ତାଙ୍କ ପାରାଚୁଟଟି ଖୋଲି ନଥିଲା । ଆଉ ଏହି ସମୟରେ ତାହା ହିଁ ହୋଇଥିଲା ଯାହାକୁ ନେଇ ସମସ୍ତେ ଭୟ କରୁଥିଲେ । ବିନା ପାରାଚୁଟ ଖୋଲାରେ ମହିଳା ଜଣଙ୍କ ଭୂମିରେ ଆସି ଧସ କିନା ତଳେ ପଡ଼ିଥିଲେ । ଜୋର୍ଡାନ ହେଟମେକରଙ୍କ ବୟସ ୩୫ ବର୍ଷ ହେବ । ସେ ହେଉଛନ୍ତି ଆମେରିକା ଭର୍ଜିନିଆର ମୂଳ ବାସିନ୍ଦା । ନିଜ ସହିତ ଘଟିଥିବା ଏହି ଦୁର୍ଘଟଣାକୁ ନେଇ ସେ କୁହନ୍ତିଯେ ତାଙ୍କ ଜୀବନରେ ଏସବୁ ମାତ୍ର ୩୦ ସେକେଣ୍ଡ ଭିତରେ ହିଁ ଘଟିଗଲା ।

woman video

image credit: Navbharat times

ସେ ପ୍ରାୟ ସାଢେ ୧୩ ହଜାର ଫୁଟ ତଳକୁ ଖସିଥିଲେ । ଆଉ ଏହି ସମୟରେ ନିଜ ପାରଚୁଟ ଟିକୁ ଖୋଲିବାକୁ ସେ ଭୁଲିଯାଇ ଥିଲେ । ଆଉ ଏବିଷୟରେ ତାଙ୍କର ଯେବେ ମନେ ପଡିଥିଲା ସେ ସମୟ ନଷ୍ଟ ନକରି ତାକୁ ଖୋଲିଥିଲେ । କିନ୍ତୁ ସେଇଟି ତାଙ୍କ ଗୋଡ଼ରେ ଛନ୍ଦି ହୋଇ ରହିଯାଇଥିଲା । ସେ ଘଣ୍ଟା ପ୍ରତି ୨୦୦ କିମି ବେଗରେ ଆସି ତଳେ ପଡ଼ିଥିଲେ । ମାତ୍ର ୨୦ ସେକେଣ୍ଡ ଭିତରେ ହିଁ ସେ ତଳେ ପଡିଯାଇଥିଲେ । ଆଉ ତଳେ ପଡି ଜୋର ଜୋର ସେ ଚିତ୍କାର ଛାଡିଥିଲେ । ସେ ବିଶ୍ୱାସ ବି କରିପାରିନଥିଲେକି ସେ ଆଉ ବଞ୍ଚିବେ କି ନାହିଁ ବୋଲି । କିନ୍ତୁ ଏସମୟରେ ତାଙ୍କ ଭାଗ୍ୟ ତାଙ୍କ ସାଥି ଦେଇଥିଲା | ଶରୀରର ପ୍ରତିଟି ଭାଗ ଭାଙ୍ଗିଯାଇଥିଲେ ବି ତାଙ୍କ ଜୀବନ କିନ୍ତୁ ରକ୍ଷା ହୋଇଯାଇଥିଲା । କିନ୍ତୁ ତଥାପି ବେହୋସ ନହୋଇ ସେ ସାହାଯ୍ୟ ପାଇଁ ଚିତ୍କାର ଛାଡିଥିଲେ । ଏହାପରେ ପାଖଆଖର ଲୋକେ ତାଙ୍କୁ ହସ୍ପିଟାଲ ନେଇ ସେଠାରେ ତାଙ୍କ ଚିକିତ୍ସା ଜାରି ରଖିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.