Below header

ହିତାହିତ ଜ୍ଞାନ ଭୁଲିଗଲା ଦାଦା : ନିଜ ଜମିରେ ପଶି ଆସିବାରୁ ଝିଆରିକୁ ଲୁହା ରଡ୍‌ରେ ମାରି କଲା ଲହୁଲୁହାଣ

ବାଲେଶ୍ୱର (କେନ୍ୟୁଜ): କାକା ଜମିରେ ପଶି ଆସିବାରୁ ଝିଆରିକୁ ଲୁହା ରଡ୍‌ରେ ମାରି ଲହୁଲୁହାଣ । ବାଲେଶ୍ୱର ଭୋଗରାଇ ବ୍ଲକ ଶଙ୍ଖାରି ପଞ୍ଚାୟତ ନାଫରାଇ ଗାଁରେ ଘଟିଛି ଅଭାବନୀୟ ଘଟଣା । ଗାଁର ମମତା ଭୂୟାଁଙ୍କ ଝିଅ ସ୍କୁଲରୁ ଘରକୁ ଫରିବା ବେଳେ ଭୁଲବଶତଃ ବିବାଦୀୟ ରାସ୍ତା ଦେଇ ଚାଲି ଆସିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଏହା ଉଗ୍ର ରୂପ ନେଇଥିଲା ।

କାକା ଶଙ୍କର ଭୂୟାଁ ହିତାହିତ ଜ୍ଞାନ ଭୁଲି ଯାଇ ଝିଆରୀକୁ ଏକ ଲୁହାରଡ଼ରେ ମାଡ଼ ମାରିଥିଲା । ଝିଅକୁ ଉଦ୍ଧାର କରିବାକୁ ଯାଇ ମା’ ମମତା ଭୂୟାଁ ମଧ୍ୟ ଦିଅର ଶଙ୍କର ଭୂୟାଁର ଆକ୍ରମଣ ଶିକାର ହୋଇଥିଲେ । ଏନେଇ ଚନ୍ଦନେଶ୍ୱର ପୋଲିସ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ କିନ୍ତୁ ଏହାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.