Below header

ଆକାଂକ୍ଷା ଜିଲ୍ଲାର ସ୍ଥିତି ପରଖିବାକୁ ୧୦ ଜିଲ୍ଲାକୁ ଗସ୍ତ କରିବେ ୧୦ କେନ୍ଦ୍ରମନ୍ତ୍ରୀ , ଆଜି ପ୍ରଥମ ଦିନରେ କୋରାପୁଟର ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରମନ୍ତ୍ରୀ ସଞ୍ଜୀବ ବାଲ୍ୟାନ

କୋରାପୁଟ (କେନ୍ୟୁଜ): ଓଡ଼ିଶା ଆସୁଛନ୍ତି ୧୦ କେନ୍ଦ୍ରମନ୍ତ୍ରୀ। ରାଜ୍ୟର ୧୦ ଆକାଂକ୍ଷୀ ଜିଲ୍ଲାରେ ବିଭିନ୍ନ କେନ୍ଦ୍ରୀୟ ଜନକଲ୍ୟାଣ ଯୋଜନା କିଭଳି କାର୍ଯ୍ୟକାରୀ କରାଯାଉଛି ତା’ର ଅନୁଧ୍ୟାନ କରିବେ । କେନ୍ଦ୍ରମନ୍ତ୍ରୀ ସଞ୍ଜୀବ ବାଲ୍ୟାନ ଆଜି କୋରାପୁଟ ଜିଲ୍ଲା ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧୩ରୁ ଓଡ଼ିଶା ଗସ୍ତରେ ଆସି ଢେଙ୍କାନାଳ ଜିଲ୍ଲାର କେନ୍ଦ୍ରୀୟ ଜନକଲ୍ୟାଣକାରୀ ଯୋଜନାର ତଦାରଖ କରିବେ। ମାଲାକାନଗିରି ଗସ୍ତରେ ଯିବେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସେହିପରି ଅର୍ଜୁନ ମୁଣ୍ଡା-କଳାହାଣ୍ଡି, ପ୍ରହ୍ଲାଦ ସିଂ ପଟେଲ-ଗଜପତି, ସାଧ୍ୱୀ ନିରଞ୍ଜନ ଜ୍ୟୋତି-ବଲାଙ୍ଗୀର, ଏସ.ବାଘେଲ-ନୂଆପଡ଼ା, ଶୋଭା କରନ୍ଦଲାଜେ-ନବରଙ୍ଗପୁର, ସୋମ ପ୍ରକାଶ-ରାୟଗଡ଼ା ଓ ଶୁଭ ସରକାର-କନ୍ଧମାଳ ଜିଲ୍ଲା ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବେ।

କୁହାଯାଉଛି, ନିକଟରେ ପଞ୍ଚାୟତ ଓ ପୌର ନିର୍ବାଚନ ପରାଜୟ ପରେ ଏବେ ବିଜେପି ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। କେନ୍ଦ୍ରମନ୍ତ୍ରୀମାନଙ୍କୁ ଧରି ରାଜ୍ୟ ବିଜେପି ପୁଣିଥରେ ଚଳଚଞ୍ଚଳ ହେବା ପାଇଁ ଉଦ୍ୟମ କରୁଛି ବୋଲି କୁହାଯାଉଛି। ସେପଟେ ବିଜେଡି କହିଛି, କେନ୍ଦ୍ରମନ୍ତ୍ରୀ ଆସିବାରେ କିଛି ଅସୁବିଧା ନାହିଁ।ସେମାନେ ୨୦୨୪ ପାଇଁ ପ୍ରସ୍ତୁତ ହୁଅନ୍ତୁ, କିନ୍ତୁ ବିଜେଡି ୨୦୩୦ ପାଇଁ ପ୍ରସ୍ତୁତ ।

ଆଗକୁ ୨୦୨୪ ସାଧାରଣ ନିର୍ବାଚନ । ତା ପୂର୍ବରୁ ପଞ୍ଚାୟତ ଓ ପୌର ନିର୍ବାଚନରେ ଏକପାଖିଆ ବିଜୟ ହାସଲ କରିଛି ବିଜେଡି । ଏବେ କେନ୍ଦ୍ରମନ୍ତ୍ରୀମାନେ ଓଡ଼ିଶା ଗସ୍ତରେ ଆସି ସମୀକ୍ଷା ମାଧ୍ୟମରେ କେଉଁ ବାର୍ତ୍ତା ଦେବାକୁ ରାଜ୍ୟବାସୀଙ୍କୁ ଚାହୁଁଛନ୍ତି ତାହାକୁ ନେଇ ଚର୍ଚ୍ଚା।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.