ଅପରେସନ ସମୟରେ କାନ୍ଦିଲେ ମହିଳା, ହସପିଟାଲ କର୍ତ୍ତୃପକ୍ଷ ବିଲରେ ଯୋଡିଲେ ଅତିରିକ୍ତ ପଇସା

ସର୍ଜରୀ ସମୟରେ ଯନ୍ତ୍ରଣାରେ ଚିତ୍କାର କରିବା ଜଣେ ମହିଳାଙ୍କୁ ମହଙ୍ଗା ପଡିଛି। ସର୍ଜରୀ ବେଳେ କାନ୍ଦିବା ଯୋଗୁଁ ହସପିଟାଲ କର୍ତ୍ତୃପକ୍ଷ ଅତିରିକ୍ତ ବିଲ୍ ଯୋଡିଛନ୍ତି। ଏଥିପାଇଁ ମହିଳାଙ୍କୁ ଟଙ୍କା ଦେବାକୁ ପଡିଛି। ଖବରଟି ପଢିଲା ପରେ ହୁଏତ ଆପଣ ଆଶ୍ଚର୍ଯ୍ଯ ହେଉଥିବେ। କିନ୍ତୁ ଏହା ସତ।

ଖବର ମୁତାବକ, ଜଣେ ଆମେରିକୀୟ ମହିଳାଙ୍କର ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କରିଛନ୍ତି। ସେ ଦାବି କରିଛନ୍ତି କି, ସର୍ଜରୀ ବେଳେ ସେ କାନ୍ଦିବାରୁ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କର ବିଲ୍‌ରେ କାନ୍ଦିବା ପାଇଁ ମଧ୍ୟ ତାଙ୍କ ଠାରୁ ଟଙ୍କା ନେଇଛନ୍ତି । ମିଜ୍ ନାମକ ମହିଳା ମୁହଁରେ ଥିବା ତିଳ ଚିହ୍ନ ହଟେଇବା ଅପରେସନ କରିବା ପରେ ମିଳିଥିବା ବିଲ୍‌ର ଏକ ଫଟୋ ସେୟାର କରିଥିଲେ ।

ମେଡିକାଲ ଓ ସର୍ଜରୀ ସର୍ଭିସ୍‌ ବ୍ୟତୀତ, ବିଲ୍‌ରେ ବ୍ରିଫ୍‌ ଇମୋସନ ପାଇଁ ୧୧ଡଲାରର ଶୁଳ୍କ ମଧ୍ୟ ସାମିଲ ଥିଲା । କାନ୍ଦିବା ପାଇଁ ପାଖାପାଖି ୮୧୫ ଟଙ୍କା ହସ୍ପିଟାଲ କର୍ତ୍ତୃପକ୍ଷ ମହିଳାଙ୍କ ଠାରୁ ନେଇଥିଲେ । ଏହାକୁ ଜଣେ ଟ୍ୱିଟର ୟୁଜର @mxmclain ଦ୍ୱାରା ଶେୟାର କରାଯାଇଛି , ତିଳ ଚିହ୍ନ ହଟେଇବା : $223, କାନ୍ଦିବା : ଅତିରିକ୍ତ, ମିଜ୍ ବୁଧବାର ବିଲ୍‌ର ଏକ ଫଟୋ ଶେୟାର କରି ଲେଖିଛନ୍ତି ।

ଉକ୍ତ ଟ୍ୱିଟ୍‌ ଏବେ ସୋସିଆଲ ମିଡ଼ିଆରେ ଖୁବ୍‌ ଭାଇରାଲ ହେଉଛି । ଏହି ଟ୍ୱିଟ୍‌କୁ ଏବେ ସୁଦ୍ଧା ୨ ଲକ୍ଷରୁ ଅଧିକ ଲାଇକ୍ସ ମିଳି ସାରିଛି । ଲୋକେ ଏହା ଉପରେ ମଜାଳିଆ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.