Below header

ରାସ୍ତାରେ ଯାଉଥିବାବେଳେ ହଠାତ୍‌ ଭୁଶୁଡି ପଡିଲା ୨ ମହଲା କୋଠା, ତାପରେ କଣ ହେଲା ଦେଖନ୍ତୁ

ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ଲଗାଣ ବର୍ଷା ଯୋଗୁ ଜଳ ପ୍ରଳୟ ଦେଖିବାକୁ ମିଳିଛି। ଏସବୁ ଭିତରେ ଏବେ ଆଶ୍ଚର୍ଯ୍ୟ କଲା ଭଳି ଭିଡିଓ ସାମ୍ନାକୁ ଆସିଛି। ରାସ୍ତାରେ ଯାଉଥିବା ବେଳେ ଜଣେ ମହିଳା ନିଶ୍ଚିତ ମୃତ୍ୟୁରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଯାହାକୁ କୁହାଯାଏ ରଖେ ହରି ତ ମାରେ କିଏ। ଏହି ପୂରା ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଯାଇଛି।

ଏହି ଘଟଣାଟି ହେଉଛି ହ୍ରାଇଦ୍ରାବାଦର ମୁଗଲାପୁର ଅଞ୍ଚଳର। ଭିଡିଓକୁ ଯିଏ ଦେଖୁଛି ତାଙ୍କ ଛାତି ଥରି ଯାଉଛି, ଲୋମ ଟାଙ୍କୁରି ପଡୁଛି। ଭିଡିଓରେ ଆପଣ ଦେଖିପାରୁଥିବେ ଯେ, ରାସ୍ତାରେ ଜଣେ ମହିଳା କଳା ରଙ୍ଗର ବୁର୍ଖା ପିନ୍ଧି ଯାଉଛନ୍ତି। ମହିଳା ଜଣଙ୍କ ରାସ୍ତା କଡ଼ରେ ଥିବା ମନ୍ଦିର ଅତିକ୍ରମ କରିବା କ୍ଷଣି ହିଁ ଏହା ନିକଟରେ ଥିବା ଗୋଟିଏ ଦୁଇ ମହଲା କୋଠା ହଠାତ୍ ଭୁଶୁଡ଼ି ପଡୁଛି।

ଯାହାପରେ କୋଠାଟି ଭାଙ୍ଗି ରୁଜି ରାସ୍ତା ଉପରେ ଅଜାଡ଼ି ହୋଇପଡ଼ିଥିଲା। ତେବେ ମହିଳା ଜଣଙ୍କ ସତର୍କ ହୋଇଯିବାରୁ ତାଙ୍କ ଜୀବନ ଅଳ୍ପକେ ରକ୍ଷା ପାଇଗଲା ଏବଂ ବିଲଡିଙ୍ଗଟି ତାଙ୍କ ଉପରେ ପଡୁ ପଡୁ ରହିଗଲା। ଯଦି କିଛି ସମୟ ପୂର୍ବରୁ କୋଠାଟି ଭୁଷୁଡିଥାନ୍ତା ହୁଏତ ମହିଳା ଜଣଙ୍କ ସେଥିରେ ଚାପି ହୋଇଯାଇଥାନ୍ତେ।

ବିଲଡିଂ ଭୁଶୁଡ଼ିବା ପରେ ପୂରା ଇଲାକା ଧୂଆଁମୟ ହୋଇଯାଇଥିଲା। ହେଲେ ମହିଳା ଜଣଙ୍କ ସେହି ଧୂଆଁ ଭିତରୁ ସୁରକ୍ଷିତ ବାହାରି ଆସିଥିବା ଦୃଶ୍ୟ ମଧ୍ୟ ସିସିଟିଭିରେ କଏଦ ହୋଇଛି। ଧୂଆଁ ହଟିବା ପରେ ରାସ୍ତା ଉପରେ ଇଟା ଖଣ୍ଡ ଓ ଲୁହା ରଡ ସବୁ ପଡ଼ି ରହିଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.