ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଗବେଷକ ବାହାର କଲେ କରୋନା ଚିହ୍ନଟ ଡିଭାଇସ, ୫ ମିନିଟରେ କୋଭିଡ୍‌ର ଭୂତାଣୁ କରିବ ଚିହ୍ନଟ

କେନ୍ୟୁଜ୍ (ବ୍ୟୁରୋ):  ଅନଲକ୍‌ ଚାଲିଛି। ଖୋଲୁଛି ଅର୍ଥନୀତି। ଆଗକୁ ପାର୍ବଣ। ଆସୁଛି ଶୀତ ଋତୁ। ଏ ସମୟରେ ସଂକ୍ରମଣ ବଢିବା ଆଶଙ୍କା ରହିଛି। ତେଣୁ ତୁରନ୍ତ କୋଭିଡ୍‌ ରୋଗୀ ଚିହ୍ନଟ କରି ଚିକିତ୍ସା ଉପରେ ଗୁରୁତ୍ୱ ଦିଆଯାଉଛି। ଏ ସମୟରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଗବେଷକ କହିଛନ୍ତିି, ସେମାନେ ଏପରି ଏକ ଡିଭାଇସ ବାହାର କରିଛନ୍ତି ଯାହା ୫ ମିନିଟରେ କୋଭିଡ୍‌ର ଭୂତାଣୁ ଚିହ୍ନଟ କରି ଦେବ। ବ୍ରିଟେନ ଅକ୍ସୋଫୋର୍ଡ ବିଶ୍ୱବିଦ୍ୟାଳୟର ଡିପାର୍ଟମେଣ୍ଟ ଅଫ ଫିଜିକ୍‌ସ ଏପରି ଏକ ଡିଭାଇସ ତିଆରି କରିଛି। ଯେଉଁଥିରେ ୫ ମିନିଟରେ ଜଣା ପଡିଯିବ ଜଣେ କୋଭିଡ୍‌ରେ ସଂକ୍ରମଣ କି ନୁହଁ। ଏହି ଡିଭାଇସ କୋଭିଡ୍‌ ପାଇଁ ଦାୟୀ ଭାଇରସକୁ ତୁରନ୍ତ ସଠିକ ଭାବେ ଚିହ୍ନଟ କରି ପାରିବ। ଏହି ଡିଭାଇସ ସୁଲଭ ଦରରେ ମିଳି ପାରିବ। ତେଣୁ ଏହା ମାସ୍‌ ଟେଷ୍ଟିଂ ପାଇଁ ବେଶ ସହାୟକ ହୋଇ ପାରିବ ବୋଲି କୁହାଯାଉଛି।

corona detected device 1

ବିଶ୍ୱରେ ଏବେ ବିଭିନ୍ନ ସ୍ଥାନରେ ରାପିଡ୍‌ ଟେଷ୍ଟକୁ ଗୁରୁତ୍ୱ ଦେଉଛନ୍ତି। ରାପିଡ ଟେଷ୍ଟର ଚାହିଦା ବଢିଛି। ଶୀଘ୍ର ଓ ସଠିକ ଫଳାଫଳ ପାଇଁ ଡିଭାଇସ ଖୋଜିବାରେ ସମସ୍ତେ ବ୍ୟସ୍ତ। ଗତକାଲି ୟୁରୋପରେ ଏକ ସଂସ୍ଥା ସିମେନ୍‌ସ ହେଲ୍‌ଥିନିୟର ରାପିଡ୍‌ ଆଣ୍ଟିଜେନ ଟେଷ୍ଟ ବଜାରକୁ ଛାଡିଛି। ଅକ୍ସଫୋର୍ଡର ରାପିଡ ଟେଷ୍ଟ ଡିଭାଇସ ୨୦୨୧ ଆରମ୍ଭରୁ ବଜାରକୁ ଆସିବ। ଏହି ଟେଷ୍ଟ ଉପରେ କାମ କରୁଥିବା ବିଶେଷଜ୍ଞ କହିଛନ୍ତି, ବର୍ତ୍ତମାନ ଥିବା ସବୁ ରାପିଡ ଟେଷ୍ଟଠାରୁ ଅକ୍ସଫୋର୍ଡ ରାପିଡ ଟେଷ୍ଟରେ ଶୀଘ୍ର ଫଳାଫଳ ଜଣା ପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.