ଆଜି ବିଶ୍ୱ ପରିବାର ଦିବସ, ଏକତା କୁ ନେଇ ହିଁ ଗଢି ଉଠିଥାଏ ପରିବାର

ପ୍ରତିବର୍ଷ ମେ ମାସ ୧୫ ତାରିଖକୁ ବିଶ୍ଵବ୍ୟାପୀ “ଅନ୍ତରାଷ୍ଟ୍ରୀୟ ପରିବାର ଦିବସ” ଭାବେ ପାଳନ କରାଯାଇଥାଏ । ଲୋକ ମାନଙ୍କ ମଧ୍ୟରେ ଯୌଥ ପରିବାରର ମହତ୍ତ୍ୱ ନେଇ ସଚେତନତା ସୃଷ୍ଟି କରିବା ପାଇଁ ଏହି ଦିବସ ପାଳନର ଆରମ୍ଭ ହୋଇଥିଲା । ସମାଜର ମେରୁଦଣ୍ଡ ଭାବେ ପରିବାରକୁ ହିଁ ଧରାଯାଇଥାଏ । ଅଥବା ଏମିତି ବି କହିପାରିବା ପରିବାର ହେଉଛି ସମାଜର ଏକ କ୍ଷୁଦ୍ର ରୂପ । ଖାଲି ଯେ ଚାରି ପାଞ୍ଚ ଜଣ ଜୀବନ୍ତ ମଣିଷଙ୍କୁ ନେଇ ଏକ ପରିବାର ଗଠନ ହୋଇଥାଏ ତାହା ନୁହେଁ । ଗୋଟିଏ ଛାତ ତଳେ ଏକାଠି ରହୁଥିବା ମଣିଷ ମାନଙ୍କ ଭିତରେ ସ୍ନେହ,ପ୍ରେମ, ପରସ୍ପର ପ୍ରତି ସମ୍ମାନ, ଦାୟିତ୍ୱବୋଧତା ରହିବା ବି ନିହାତି ରହିବା ଆବଶ୍ୟକ ।

family

ଏହି ଗୁଣ ଗୁଡିକର ଉପସ୍ଥିତିରେ ହିଁ ଏକ ପରିବାରର ଗଠନ ହୋଇଥାଏ । ସେଠାରେ କୌଣସି ରକ୍ତ ସମ୍ପର୍କ ଥାଉ ବା ନଥାଉ । ଭାରତୀୟ ସଂସ୍କୃତିରେ ସାଧାରଣତଃ ପରିବାର ଦୁଇ ପ୍ରକାରର ହୋଇଥାଏ । ଗୋଟିଏ ହେଉଛି ଏକାର୍ଣ୍ଣବର୍ତ୍ତୀ ପରିବାର ଓ ଅନ୍ୟଟି ହେଉଛି ସୟୁନକ୍ତ ବା ଯୌଥ ପରିବାର । ଆଜିର ସମୟରେ ହଜିଯାଇଥିବା ଯୌଥ ପରିବାରର ବିଶେଷତ୍ତ୍ୱ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଦିବସ ପାଳନର ଆରମ୍ଭ ହୋଇଥିଲା । ତେବେ ଆସନ୍ତୁ ଆଜି ଯୌଥ ପରିବାରର କିଛି ମହତ୍ତ୍ୱ ବିଷୟରେ ଜାଣିରଖିବା ।

୧. ଏକ ଯୌଥ ପରିବାରରେ ସାଧାରଣତଃ ଦୁଇରୁ ଅଧିକ ପିଢ଼ି ବସବାସ କରନ୍ତି । ଏମିତି ପରିବାରରେ ପିତା-ମାତା, ଜେଜେ-ଜେଜେ ମା, ଶାଶୁ- ବହୂ, ଦିଅର – ନଣନ୍ଦ, ଦେଢ଼ଶୂର- ଯାଆ ପରି ଅନେକ ସମ୍ପର୍କ ଗଢି ଉଠିଥାଏ ।

୨. ଯୌଥ ପରିବାରରେ ସମସ୍ତ ଖର୍ଚ୍ଚ, କାମ ଓ ଦାୟିତ୍ୱ ଆଦିକୁ ସଦସ୍ୟ ମାନଙ୍କ ଭିତରେ ସମାନ ଭାବେ ବଣ୍ଟା ଯାଇଥାଏ । ଯାହା ଫଳରେ କୌଣସି ଜଣେ ସଦସ୍ୟଙ୍କ ଉପରେ ମାତ୍ରାଧିକ ବୋଝ ପଡ଼ିନଥାଏ ।

joint family: That twinge of something

୩. ଏହି ଯୌଥ ପରିବାରର ପିଲା ମାନେ ଛୋଟ ବେଳରୁ ହିଁ ସମ୍ପର୍କକୁ ବୁଝିବା ସହ ଭବିଷ୍ୟତ ପାଇଁ ସଠିକ ମାର୍ଗଦର୍ଶନ ପାଇଥାନ୍ତି । କାରଣ ଏପରି ପରିବାରରେ ଭିନ୍ନ-ଭିନ୍ନ ବୟସର ଅନୁଭବୀ ସଦସ୍ୟ ମାନେ ହିଁ ବସବାସ କରନ୍ତି ।

୪. ଏହା ସହ ପିଲା ମାନଙ୍କ ମଧ୍ୟରେ ଭାଗବଣ୍ଟା କରି ବ୍ୟବହାର କରିବା ନେଇ ଶିକ୍ଷା ମଧ୍ୟ ମିଳିଥାଏ । କାରଣ ନିଜ ସମ୍ପର୍କୀୟ ଭାଇଭଉଣୀଙ୍କ ଭିତରେ ସେମାନେ ପ୍ରତ୍ୟକ ଜିନିଷ ଭାଗବାଣ୍ଟି ହିଁ ବ୍ୟବହାର କରିଥାନ୍ତି । ଏହି ଗୁଣ ଗୁଡିକ ସେମାନଙ୍କ ଭବିଷ୍ୟରେ ଖୁବ କାମରେ ଆସିଥାଏ ।

୫. ବିବାହ, ଜନ୍ମଦିନ ବା ଅନ୍ୟ କୌଣସି ପର୍ବପର୍ବାଣି ଗୁଡିକୁ ପରିବାରର ସମସ୍ତ ଏକାଠି ହସଖୁସିରେ ପାଳନ କରିଥାନ୍ତି ।

୬. ଯୌଥ ପରିବାରର ସବୁଠୁ ବିଶେଷ ଗୁଣ ହେଉଛି, ପ୍ରତ୍ୟକ ସଦସ୍ୟ ନିଜ ନିଜ ଭିତରେ ହିଁ ସମସ୍ତ ସୁଖ ଦୁଃଖ ବାଣ୍ଟି ପାରିଥାନ୍ତି । ଯାହା ଫଳରେ ଏତେଟା ମାନସିକ ଚାପ ପଡି ନଥାଏ ।

୭. ଯୌଥ ପରିବାରରେ ହିଁ ସଦସ୍ୟ ମାନେ ନିଜ ନିଜ ଭିତରେ ସଠିକ ବୁଝାମଣା ରଖିବା ସହ ନିଜକୁ ଖୁସି ରଖିବାର କଳା ଶିଖି ପାରିଥାନ୍ତି ।

୮. ଯୌଥ ପରିବାରର ଦୈନନ୍ଦିନ କାର୍ଯ୍ୟରେ ଏକ ନିର୍ଦ୍ଦିଷ୍ଟ ଅନୁଶାସନ ଥାଏ । ଯାହା ସମସ୍ତ ସଦସ୍ୟଙ୍କ ସୁସ୍ଥତାର ଅନ୍ୟତମ ମୁଖ୍ୟ କାରଣ ଅଟେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.