Below header

“ୱାଲଡ଼ ହେଲଥ ଦିବସ” ଉପଲକ୍ଷେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁଙ୍କ ବାଲୁକା କଳା ପ୍ରଦର୍ଶନ

“ୱାଲଡ଼ ହେଲଥ ଦିବସ” ଉପଲକ୍ଷେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀର ଲାଇଟ ହାଉସ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି । ଏହି ବାଲୁକା କଳାରେ ସୁସ୍ଥ ରହିବାର ସଚେତନତାକୁ ନେଇ ବାର୍ତ୍ତା ଦେଇଛନ୍ତି । ଏଥିରେ ସେ ସମସ୍ତଙ୍କୁ ଯୋଗ, ବ୍ୟାୟମ କରିବା, ପୌଷ୍ଟିକ ଖାଦ୍ୟ ଖାଇବା ପାଇଁ ସଚେତନ କରାଇବା ସହିତ ନିଜେ ସୁସ୍ଥ ରହି ସୁସ୍ଥ ସମାଜ ଗଠନ କରିବାର ଆହ୍ୱାନ ଦେଇଛନ୍ତି ।

ଏହି ବାଲୁକା କଳାରେ ଗୋଟେ ସୁନ୍ଦର ସୁସ୍ଥ ପରିବେଶର ଦୃଶ୍ୟ ଦେଖାଇବା ସହିତ ଜନସମାଜ ସଠିକ ସମୟରେ ସଜାଗ ହୋଇ ସୁସ୍ଥ ଜୀବନ ଶୈଳୀ ଗଠନ କରିପାରୁଛି ତାହା ଅତିସୁନ୍ଦର ଭାବରେ ବାଲୁକାରେ ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ | ଏହି ବାଲୁକା କଳା ଟି ୧୮ ଫୁଟ ଓସାର ବିଶିଷ୍ଟ ଏବଂ ଏଥିରେ ୧୫ ଟନ ବାଲି ଉପଯୋଗ କରାଯାଇଛି । ଏହି ବାଲୁକା କଳା କୁ ନିର୍ମାଣ କରିବା କୁ ମାନସ ସାହୁ ଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା । ଏହି ବାଲୁକା କଳାରେ “World Health Day” ଏବଂ your Health is in your Hands ” ର ବାର୍ତ୍ତା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.