ଦୁନିଆର ସବୁଠାରୁ ମହଙ୍ଗା ତକିଆ, ଶାନ୍ତିରେ ଶୋଇବା ପାଇଁ ଲୋକେ ୪୫ ଲକ୍ଷ ଦେଇ କିଣୁଛନ୍ତି

ଶୋଇବା ସମୟରେ ମୁଣ୍ଡ ତଳେ ତକିଆ ରଖି ଶୋଇବା ସ୍ୱାଭାବିକ କଥା। ଆଉ ଏହି ସାଧାରଣତଃ ତକିଆ ୨୦୦-୩୦୦ ଟଙ୍କାରେ ଆସେ। କିନ୍ତୁ କୌଣସି ତକିଆ ଅଧାକୋଟି ଟଙ୍କାରେ ବିକ୍ରି ହେବା କଥା ହୁଏତ ଆପଣ କେବେ ବି ଶୁଣିନଥିବେ। ଆଉ ଏହା ବିଷୟରେ ଖବର ଜାଣିଲେ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ। ନିକଟରେ ଏକ ତକିଆ ଅଧା କୋଟି ଟଙ୍କାରେ ବିକ୍ରି ହୋଇଛି। ତେବେ ଏହି ତକିଆ କ’ଣ ପାଇଁ ଏତେ ଦାମ୍‌ରେ ବିକ୍ରି ହେଉଛି, ତାହା ନିଶ୍ଚିତ ଜାଣନ୍ତୁ :

ରିପୋର୍ଟ ମୁତାବକ, ଦୁନିଆର ସବୁଠାରୁ ମହଙ୍ଗା ତକିଆକୁ ନେଦରଲ୍ୟାଣ୍ଡର ଜଣେ ଫିଜିଓଥେରାପିଷ୍ଟ ଡିଜାଇନ୍ କରିଛନ୍ତି। ଖାସ୍ ଭାବରେ ଡିଜାଇନ୍ ହୋଇଥିବା ଏହି ତକିଆକୁ ତିଆରି କରିବାରେ ତାଙ୍କ ଜୀବନର ପ୍ରାୟ ୧୫ ବର୍ଷ ବିତାଇଛନ୍ତି। ଏହି ସମସ୍ତ କଠିନ ପରିଶ୍ରମ ପରେ, ଶେଷରେ ସେ ଏହି ତକିଆ ପ୍ରସ୍ତୁତ କରିବାରେ ସକ୍ଷମ ହୋଇଛନ୍ତି।

ତକିଆ ଭିତରେ ରହିଛି ହୀରା, ସୁନା ଓ ରୁପା:

ଏହି ତକିଆ ଭିତରେ ସୁନା, ହୀରା ଏବଂ ନୀଳମଣି ସହିତ ଅନେକ ରତ୍ନ ଜଡିତ ରହିଛି। ତକିଆ ଭିତରେ ଥିବା ସୂତା ରୋବଟ୍ ମିଲିଂ ମେସିନ୍ ର ହୋଇଛି। ଏହି ତକିଆର ଜିପରେ ଚାରିଟି ହୀରା ରଖାଯାଇଛି। ଗୋଟିଏ ନୁହେଁ ବରଂ ଏହି ପ୍ରକାରର ଅନେକ ତକିଆ ତିଆରି କରାଯାଇଛି। ଏହି ତକିଆଗୁଡିକ ଅନିୟମିତ ଭାବରେ ବିକ୍ରି ହୁଏ ନାହିଁ କିନ୍ତୁ ଏକ ବଛା ବଛା ଲୋକଙ୍କୁ ବ୍ରାଣ୍ଡେଡ୍ ବକ୍ସରେ ପ୍ୟାକେଜ୍ କରି ଦିଆଯାଏ।

takia
Photo credit: The Mirror

ଏହି ବିଳାସପୂର୍ଣ୍ଣ ତକିଆକୁ ଡିଜାଇନ୍ କରିଥିବା ଫିଜିଓଥେରାପିଷ୍ଟ ଦାବି କରିଛନ୍ତି, ଏହି ତକିଆ ଅନିଦ୍ରା, ଘୁଙ୍ଗୁଡି କିମ୍ବା ମୁଣ୍ଡବିନ୍ଧାର ଶିକାର ହେଉଥିବା ଲୋକଙ୍କ ପାଇଁ ଚମତ୍କାର ଭାବେ କାର୍ଯ୍ୟ କରିଥାଏ। ଫିଜିଓଥେରାପିଷ୍ଟଙ୍କ ଅନୁଯାୟୀ, ରାତିରେ ଏହି ବିଶେଷ ତକିଆ ଉପରେ ମୁଣ୍ଡ ରଖି ଶୋଇବା ଦ୍ୱାରା ଶୀଘ୍ର ଦିନ ଲାଗିଯାଏ ଏବଂ ଅନେକ ପ୍ରକାରର ମାନସିକ ଚାପରୁ ମୁକ୍ତି ମିଳିଥାଏ। ଏହି ତକିଆର ମୂଲ୍ୟ ୫୭,୦୦୦ ଡଲାର ଅର୍ଥାତ୍ ୪୫ ଲକ୍ଷ ଟଙ୍କା। ତକିଆ ପାଇଁ ଏହି ମୂଲ୍ୟ ରଖାଯାଇଛି।

ଏହି ତକିଆକୁ ନେଦରଲ୍ୟାଣ୍ଡରେ ଅଧିକ ବିକ୍ରି ହେଉଛି। ମାନସିକ ଚାପ ଦୂର କରିବା ପାଇଁ ଲୋକେ ଏହାକୁ କିଣି ନେଉଛନ୍ତି। ମଣିଷ ଟିକେ ଶାନ୍ତିରେ ଶୋଇବା ପାଇଁ ଏତେ ଟଙ୍କା ଖର୍ଚ୍ଚ କରିବାକୁ ବି ପଛାଉନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.