Below header

ଦୁନିଆର ସେହି ୫ଟି ଭୟଙ୍କର ପେଣ୍ଟିଙ୍ଗ ଯାହାକୁ ଲୁଚାଇବାକୁ ପଡିଥିଲା ଅଜ୍ଞାତ ସ୍ଥାନରେ

ବଲିଉଡର ଅତିପ୍ରିୟ କଳାକାର ସୁଶାନ୍ତ ସିଂହ ଙ୍କ ମୃତ୍ୟୁରେ ତାଙ୍କର ସମସ୍ତ ଫ୍ୟାନ ଦୁଃଖରେ ମର୍ମାହତ ହୋଇପଡିଛନ୍ତି । ଏହି ସମୟରେ ସୁଶାନ୍ତଙ୍କର ୟୁରୋପ ଯାତ୍ରା ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛି । ତାଙ୍କ ପ୍ରେମିକା ରିୟା ଚକ୍ରବର୍ତିଙ୍କ କହିବା ଅନୁସାରେ ସୁଶାନ୍ତ ୟୁରୋପରେ ଏମିତି ଏକ ପେଣ୍ଟିଙ୍ଗ ଦେଖିଥିଲେ ଯାହକୁ ଦେଖିଲା ପରେ ତାଙ୍କର ବ୍ୟବହାର ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ ହୋଇ ଅସାମାନ୍ୟ ହୋଇଯାଇଥିଲା । ଏମିତି କଣ ଥିଲା ସେହ ପେଣ୍ଟିଙ୍କରେ ଯାହାକୁ ଦେଖିଲା ପରେ ସୁଶାନ୍ତ ଏତେ ମାତ୍ରାରେ ବଦଳି ଯାଇଥିଲେ । ତେବେ ସେହି ଚିତ୍ରରେ ଏକ ରାକ୍ଷସ ନିଜ ଶିଶୁକୁ ଖାଉଥିଲା । ଏହି କଳାକୃତି କୌଣସି ବି ମଣିଷକୁ ଡିସ୍ଟର୍ବ କରିପାରିବ । ଆମେ ଆପଣଙ୍କୁ ଏହିଭଳି କେତେକ ପେଣ୍ଟିଙ୍ଗ ବିଷୟରେ କହିବୁ ଯାହା ପୃଥିବୀର ସବୁଠାରୁ ଭୟାବହ ପେଣ୍ଟିଙ୍ଗ ଭାବେ ପରିଚିତ ।

Love Letters Replica :

Love Letters Replica

ଏହି Love Letters Replica ଚିତ୍ରରେ ଏକ ଆପଣ ୪ ବର୍ଷର ଏକ କୁନି ଝିଅକୁ ଗୋଟେ ହାତରେ ଗୁଲାପ ଓ ଅନ୍ୟ ଏକ ହାତରେ ଲଫାଫା ଧରି ଛିଡା ହୋଇଥିବାର ଦେଖିବାକୁ ପାଇବେ । କୁହାଯାଏ ଯେ ଏହି କୁନି ଝିଅ ସମଂଥା ହଷ୍ଟନ ଅମେରିକାର ଜଣେ ସିନେଷ୍ଟାରଙ୍କର ଏକମାତ୍ର ଝିଅ ଥିଲେ , ଯିଏ କି ସିଡିରୁ ଖସି ନିଜ ପ୍ରାଣ ହରାଇଥିଲେ । ତେବେ ୧୮୮୭ ମସିହାରେ ଏହି କୁନି ଝିଅଟିର ସ୍ମୃତିରେ ଏକ ଚିତ୍ର ଅଙ୍କା ଯାଇଥିଲା ଓ ଏହାକୁ ଏକ ପ୍ରଦର୍ଶନୀରେ ରଖାଯାଇଥିଲା । କିନ୍ତୁ କିଛି ସମୟ ପରେ ଏମିତି ଏକ ଘଟଣା ଘଟିଥିଲା ଯେଉଁଥିପାଇଁ ସେହି ଚିତ୍ରଟିକୁ ସେଠାରୁ ହଟାଇବାକୁ ପଡିଥିଲା ।ଏହି ପେଣ୍ଟିଙ୍ଗ ଲୋକଙ୍କୁ ଡରାଉଥିଲା ଓ ଏହାକୁ ୧ ମିନିଟରୁ ଅଧିକ ସମୟ ଧରି ଦେଖୁଥିବା ମଣିଷର ଭାବ ଆପେ ଆପେ ପରିବର୍ତ୍ତନ ହୋଇ ଯାଉଥିଲା ।

The Satgecraft :

The Stagecraft

ଏକ ଫଟୋଗ୍ରାଫରଙ୍କ ଫଟୋରୁ ପ୍ରେରିତ ହେଇ ଲୋରା ପି ନାମକ ଜଣେ କଳାକାର ଏହି ଚିତ୍ର ଆଙ୍କିଥିଲେ । ଏହି ଚିତ୍ରରେ ଆପଣ ଏକ ଶଗଡ ଗାଡି ପଛରେ ଜଣେ ବ୍ୟକ୍ତିଙ୍କୁ ଛିଡା ହୋଇଥିବାର ଦେଖିବେ । କିନ୍ତୁ ଫଟୋ ଗ୍ରାଫର ଜଣକ ଯେଉଁ ଫଟୋ ଉଠାଇଥିଲେ ସେଠାରେ କୌଣସି ବି ବ୍ୟକ୍ତି ନଥିଲେ । ଆଶ୍ଚର୍ଯ୍ୟର କଥା ଯେ ଲୋରା ମଧ୍ୟ ତାଙ୍କ ଚିତ୍ରରେ କୌଣସି ବ୍ୟକ୍ତିର ଚିତ୍ର ଆଙ୍କି ନଥିଲେ ବାଲି ସେ କହିଥିଲେ । ତେବେ ସେହି ପେଣ୍ଟିଙ୍ଗକୁ ଯେ କୌଣସି ବ୍ୟକ୍ତି କିଣୁଥିଲେ ତାଙ୍କୁ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଥିଲା । ଅସୁବିଧା ଅଧିକ ମାତ୍ରାରେ ବଢି ଯିବାରୁ ଶେଷରେ ସେହି ପେଣ୍ଟିଙ୍ଗକୁ ଜାଳିଦେବାକୁ ପଡିଲା ।

The Crying Boy:

The Crying Boy

ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ଏହି ଚିତ୍ରକୁ ଇଟାଲିର ଜଣେ କଳାକାର ବ୍ରୁନୋ ଏମୋଡିଆ ତିଆରି କରିଥିଲେ । ସେହି ସମୟରେ ବ୍ରୁନୋ ଇଟାଲିର ସମସ୍ତ ଅନାଥ ଆଶ୍ରମକୁ ଯାଇ ଅନାଥ ଶିଶୁଙ୍କର ଦୁଃଖକୁ ନିକଟରୁ ଅନୁଭବ କରିଥିଲେ । ଏହାପରେ ସେ ୬୫ଟି କାନ୍ଦୁଥିବା ଶିଶୁଙ୍କର ଚିତ୍ର ଆଙ୍କିଥିଲେ ସେ ମଧ୍ୟରୁ ବ୍ରିଟେନର ଏହି ଚିତ୍ରଟିକୁ ଲୋକେ ଅଭିଶପ୍ତ ପେଣ୍ଟିଙ୍ଗ ବୋଲି କୁହନ୍ତି । ଏହି ପେଣ୍ଟିଙ୍ଗଟିକୁ ପାଖରେ ରଖିଥିବା ଲୋକଙ୍କ ସାଥିରେ ଅଦ୍ଭୁତ ଘଟଣା ସବୁ ଘଟୁଥିଲା। କୁହାଯାଏ ଯେ ପେଣ୍ଟର ଜଣକ ପିଲାଟିର ଆଖି ତଳେ ଦିଆସିଲି କାଠି ଜଳାଇ ତାକୁ କାନ୍ଦିବାକୁ ବାଧ୍ୟ କରିଥିଲେ ।

The Anguished Man:

The Anguished Man

କୁହାଯାଏ ଯେ ଏହି ଚିତ୍ରଟିକୁ କଳାକାର ନିଜ ବା ଆଉ କାହାର ରକ୍ତ ସାହଯ୍ୟରେ ଆଙ୍କିଥିଲେ । ଏହା ଦୁନିଆର ସବୁଠାରୁ ଭୟଙ୍କର ପେଣ୍ଟିଙ୍ଗ ଭାବରେ ଜଣାଯାଏ ଓ ଏହାକୁ ତିଆରି କରିଥିବା କଳାକାରଙ୍କର କୌଣସି ପତ୍ତା ମିଳିନାହିଁ । ଏହି ଚିତ୍ରକୁ ସିନ ରୋବିସ୍ନାନ ନାମକ ଜଣେ ବ୍ୟକ୍ତି ତାଙ୍କ ମୃତ ଜେଜେମାଙ୍କ ସିନ୍ଧୁକରୁ ପାଇଥିଲେ । ଏହାକୁ ପାଇବା ପରେ ତାଙ୍କ ସହିତ ବହୁତ ଗୁଡାଏ ଅଦ୍ଭୁତ ଦୁର୍ଘଟଣା ଘଟିଥିଲା। ଯେ କୌଣସି ବ୍ୟକ୍ତି ଏହି ଚିତ୍ରର ରହସ୍ୟ ଜାଣିବାକୁ ଚେଷ୍ଟା କରୁଥିଲେ ,ସମସ୍ତଙ୍କୁ ଭୟଙ୍କର ଶବ୍ଦ ଶୁଣା ଯାଉଥିଲା । ଶେଷରେ ଏହାକୁ ଏକ ଗୁପ୍ତ ଯାଗାରେ ଲୁଚାଇ ଦିଆଗଲା ।

The Rain Woman:

The Rain Woman

ସ୍ୱେତଲାନା ଟେଲେଟସ୍‌ ନାମକ କଳାକାର ତିଆରି କରିଥିବା ଏହି ଚିତ୍ରଟି ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିଲା। ଏହି ପେଣ୍ଟିଙ୍ଗରେ ବର୍ଷା ମଧ୍ୟରେ ଏକ ସ୍ତ୍ରୀ ଲୋକ ଆକୃତିର ଚିତ୍ର ଅଙ୍କା ଯାଇଛି । ଏହି ଚିତ୍ରଟିକୁ କଳାକାର ସ୍ୱେତାଲିନ ୫ ଘଣ୍ଟା ମଧ୍ୟରେ ତିଆରି କରିଥିଲେ , ଯେପରିକି କିଏ ଜଣେ ତାଙ୍କ ହାତ ଧରି ସେହି ଚିତ୍ରଟିକୁ ତାଙ୍କ ଦ୍ୱାରା ଅଙ୍କାଉଛନ୍ତି । ଏହାକୁ ଯେ କୌଣସି ବ୍ୟକ୍ତି କିଣୁଥିଲେ ,ପୁଣିଥରେ ତାକୁ ଆସି ଫେରାଇ ଦେଉଥିଲେ । ଲୋକଙ୍କ କହିବାନୁସାରେ ଏହି ଚିତ୍ରଟିକୁ ଘରେ ଲଗଇବା ପରେ ଘର ଭିତର ସୁଖ ଶାନ୍ତି ସବୁ କୁଆଡେ ଉଭାନ ହୋଇ ଯାଉଥିଲା ଏବଂ ଘର ସାରା ପାରାନୋମାଲ ଆକ୍ଟିଭିଟି ଦେଖିବାକୁ ମିଳୁଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.