ଭାରତ ଛାଡିପାରେ Harley Davidson ବାଇକ୍‌ କମ୍ପାନୀ, ଜାଣନ୍ତୁ କାହିଁକି

ହାଇ-ଏଣ୍ଡ୍ କ୍ରୁଜର ବାଇକ୍ ନିର୍ମାତା ହାର୍ଲେ ଡେଭିଡ୍ସନ୍ ଭାରତ ବଜାରରେ ୧୦ ବର୍ଷ କାରବାର କରିବା ପରେ ଏବେ କାରବାରକୁ ବନ୍ଦ କରିଦେଇପାରେ। ବିକ୍ରି ଦୁର୍ବଳ ରହିଥିବାବେଳେ ଆଗକୁ ବଜାରରେ ସୁଧାର ଆଶା କମ୍‌ ଥିବାରୁ କମ୍ପାନି ଏହା ଉପରେ ବିଚାର କରୁଥିବା ଏକ ରିପୋର୍ଟରୁ ଜଣାଯାଇଛି। ହରିୟାଣାର ବାୱଲରେ ଏହାର ଆସେମ୍ବ୍ଲି ୟୁନିଟ୍ ରହିଛି।

ଗତ ଆର୍ଥିକ ବର୍ଷ ହାର୍ଲେ ଡେଭିଡ୍ସନ୍ ଇଣ୍ଡିଆ ୨୫୦୦ରୁ କମ୍ ଗାଡି ବିକ୍ରି କରିଛି। ଯଦି କମ୍ପାନି ଭାରତ ଛାଡେ ତ’ହେଲେ ଡୋନାଲ୍ଡ ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ହେବା ପରେ ଏହା ଭାରତ ଛାଡୁଥିବା ଦ୍ୱିତୀୟ ଆମେରିକୀୟ କମ୍ପାନି ହେବ । ପୂର୍ବରୁ ଜେନେରାଲ ମୋଟର୍ସ ଏହାର ଭାରତ କାରବାରକୁ ବନ୍ଦ କରିଦେଇଥିଲା ।

bike

ଗତ ବର୍ଷ ଏହି କମ୍ପାନି ୨,୫୦୦ରୁ କମ୍‌ ୟୁନିଟ୍‌ ହିଁ ଭାରତରେ ବିକ୍ରି କରିପାରିଥିଲା। ସେହିପରି ଜେନେରାଲ ମୋଟର୍ସ ଘରୋଇ ପରିଚାଳନା ଯୋଗୁଁ ୨୦୧୭ରେ ଗୁଜୁରାଟ ପ୍ଲାଣ୍ଟକୁ ବିକ୍ରି କରିଦେଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.