Below header

କୋରାପୁଟ: କୂଅ ଭିତରୁ ମା’ ସମେତ ଦୁଇ ଶିଶୁଙ୍କ ମୃତଦେହ ଉଦ୍ଧାର

କୋରାପୁଟ: କୋରାପୁଟ ଜିଲ୍ଲା କୋଟପାଡ଼ରେ ଘଟିଛି ଏକ ଅଭାବନୀୟ ଘଟଣା । ଏକ କୁଅରୁ ଜଣେ ମହିଳାଙ୍କ ସହ ୨ ଜଣ ଛୁଆଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମହିଳା ଜଣଙ୍କ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ଓ ତାଙ୍କ ଛୁଆଙ୍କୁ ହତ୍ୟା କରାଯାଇଛି ସେନେଇ ତଦନ୍ତ ଆରମ୍ଭ କରିଛି ସ୍ଥାନୀୟ ପୋଲିସ।କୋଟପାଡ ସହରର ୧୩ ନଂ ୱ୍ବାର୍ଡର ବଣ୍ଡାଗୁଡା ମାଝୀ ସାହିରେ ଘଟିଛି ଏପରି ଘଟଣା । କୂଅକୁ ଡେଇଁ ଦୁଇ ଛୁଆ ସହ ମା ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣାଟି ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଘର ଲୋକଙ୍କ କହିବା ଅନୁଯାୟୀ, ଗତ ୧୯ ତାରିଖ ସନ୍ଧ୍ୟାଠାରୁ ଲକ୍ଷ୍ମୀ କୁଆଡେ ଚାଲିଯାଇଥିଲେ । ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କ ପତ୍ତା ମିଳିନଥିଲା ।

ମୃତକର ନାମ ଲକ୍ଷ୍ମୀ ଭତ୍ରା । ତାଙ୍କ ବୟସ ପାଖାପାଖି ୩୦ ବର୍ଷ ହେବ । ଛୋଟ ଝିଅର ବୟସ ୩ ବର୍ଷ ହୋଇଥିବା ବେଳେ ପୁଅର ବୟସ ୨ବର୍ଷ ହେବ । ।ସୂଚନା ଅନୁଯାୟୀ, ସ୍ୱାମୀ କେଶବ ଭତ୍ରା ଓ ସ୍ତ୍ରୀ ଲକ୍ଷ୍ମୀ କୁଲି ମଜୁରି କରି ଘର ଚଳାନ୍ତି । ସ୍ବାମୀ କେଶବ ଅଧିକାଂଶ ସମୟରେ ମଦ ପିଇ ନିଶାଗ୍ରସ୍ତ ହୋଇ ସ୍ତ୍ରୀଙ୍କୁ ଗାଳି ଗୁଲଜ କରିବା ସହ ସ୍ତ୍ରୀଙ୍କୁ ମରା ଧରା କରନ୍ତି ବୋଲି ସ୍ଥାନୀୟ ଲୋକ ମତ ଦେଇଛନ୍ତି । ପୋଲିସ ଶବ ଗୁଡ଼ିକୁ ଜବତ କରିଛି । ଶବ ବ୍ୟବଛେଦ ରିପୋର୍ଟ ଆସିବାପରେ ହିଁ ହତ୍ୟା ନା ଅତ୍ମହତ୍ୟା ଜଣା ପଡିବ ବୋଲି ପୋଲିସ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.