କୁବେରଙ୍କ ଗର୍ବ ଭାଙ୍ଗିଥିଲେ ଭଗବାନ ଗଣେଶ, ଜାଣନ୍ତୁ କିପରି

ଗଣପତି ବାପ୍ପା ମୋରିୟା. . . ଅଗଲେ ବରଷ ତୁ ଜଲଦି ଆ। ଆସନ୍ତାକାଲି ସମଗ୍ର ଭାରତ ବର୍ଷରେ ପାଳିତ ହେବ ଆମର ପ୍ରିୟ ଭଗବାନ ଗଣେଶଙ୍କ ପର୍ବ ‘ଗଣେଶ ଚତୁର୍ଥୀ’। ଏହି ପର୍ବ ମହାରାଷ୍ଟ୍ରରେ ଖୁବ୍ ଧୂମଧାମରେ ପାଳନ କରାଯାଇଥାଏ। ବିଶେଷ ରୂପେ ଛୋଟ ପିଲାମାନଙ୍କର ଭଗବାଦନ ଗଣେଶ ଅତ୍ଯନ୍ତ ପ୍ରିୟ ହୋଇଥାନ୍ତି। ବାଲ ଗଣେଶ ବୁଦ୍ଧିର ଦେବତା। ଏହିକାରଣରୁ ପିଲାମାନଙ୍କ ପାଡ ପଢା ଏବଂ ତୀବ୍ର ବୁଦ୍ଧି ପାଇଁ ଗଜାନନ ପିଲାମାନଙ୍କର ପ୍ରିୟର ଠାକୁର ହୋଇଥାନ୍ତି। ଶାସ୍ତ୍ର ଅନୁଯାୟୀ ଭଗାବନ ଗଣେଶ ପ୍ରଥମ ପୂଜନୀୟ ଦେବତା। ସେହିପରି ଯେକୌଣସି କାର୍ଯ୍ଯ ଆରମ୍ଭ ପୂର୍ବରୁ ପ୍ରଥମେ ଭଗବାନ ଗଣେଶଙ୍କ ପୂଜା କରାଯାଇଥାଏ। କାରଣ କାର୍ଯ୍ଯରେ ଯେପରି କିଛି ବିଘ୍ନ ନଘଟେ ସେଥିପାଇଁ ପ୍ରଥମେ ବିଘ୍ନହର୍ତାଙ୍କୁ ପୂଜା କରାଯାଇଥାଏ। ତେବେ ଆସନ୍ତୁ ଜାଣିବା ଭଗବାସନ ଗଣେଶଙ୍କ ସହ ଜଡିତ ପୌରାଣିକ ତଥ୍ଯ।

ganesh2ଧନର ଦେବତା କୁବେର ଥରେ ନିଜ ପାଇଁ ଖୁବ୍ ଗର୍ବ ଅନୁଭବ କରୁଥିଲେ। କାରଣ ସେ ଭାବିଥିଲେ ସସମ୍ତ ଦେବତାଗଣଙ୍କ ମଧ୍ଯରେ ସେ ସବୁଠାରୁ ଧନୀ ଠାକୁର। ଏଥିପାଇଁ ସେ ନିଜ ଧନର ବୈଭବ ଦେଖାଇବା ପାଇଁ ଥରେ ଏକ ଭୋଜିର ଆୟୋଜନ କରିଥିଲେ। ଏଥିରେ କୁବେର ସମସ୍ତ ଦେବତାଙ୍କୁ ମଧ୍ଯ ଆମନ୍ତ୍ରିତ କରିଥିଲେ। ସମସ୍ତ ଦେବତାଗଣଙ୍କ ମଧ୍ଯରେ କୁବେର ଭଗବାନ ଶଙ୍କରଙ୍କୁ ମଧ୍ଯ ନିମନ୍ତ୍ରଣ କରିଥିଲେ। କିନ୍ତୁ କୌଣସି କାରଣରୁ ଭଗବାନ ଶିବ ଭୋଜିକୁ ଯାଇପାରିନଥିଲେ। ଏହିକାରଣରୁ ସେ ତାଙ୍କ ପୁତ୍ର ଗଣେଶଙ୍କୁ ଆୟୋଜନ କରାଯାଇଥିବା ଭୋଜିରେ ଯୋଗ ଦେବା ପାଇଁ କହିଥିଲେ।

ganesh3ଏହାପରେ ଭଗବାନ ଗଣେଶ ଭୋଜିରେ ପହଞ୍ଚି ଖାଦ୍ଯ ଖାଇବା ଆରମ୍ଭ କରିଥିଲେ। ଆଉ ଦେଖୁ ଦେଖୁ ଭଗବାନ ଗଣେଶ ପ୍ରସ୍ତୁତ ହୋଇଥିବା ସମସ୍ତ ଖାଦ୍ଯ ଖାଇଦେଇଥିଲେ। ସସମ୍ତ ଖାଦ୍ଯ ଖାଇବା ପରେ ମଧ୍ଯ ଭଗବାଦନ ଗଣେଶଙ୍କ ପେଟ ପୁରି ନଥିବାରୁ ଗଜାନନ ବାସନକୁ ମଧ୍ଯ ଛାଡିନଥିଲେ। ଖାଲି ଏତିକି ନୁହେଁ ଅଳକାପୁରୀ ସହରରେ ଯାହା କିଛି ମିଳିଥିଲା ତାକୁ ମଧ୍ଯ ଭଗବାନ ଗଣେଶ ଖାଇଥିଲେ। ପରେ ଆଉ କିଛି ଖାଇବାକୁ ନମିଳିବାରୁ ଗଣେଶ କୁବେରଙ୍କୁ ଖାଇବା ପାଇଁ ତାଙ୍କ ଆଡକୁ ଯାଇଥିଲେ। ଏହା ଦେଖି କୁବରେ ନିଜ ଜୀବନ ରକ୍ଷା କରିବା ପାଇଁ ହିମାଳୟ ପର୍ବତରେ ବିରାଜମାନ କରିଥିବା ଭଗବାନ ଶଙ୍କରଙ୍କ ଶରଣ ନେବା ସହ ଭଗବାନ ଗଣେଶଙ୍କ ନିକଟରୁ ତାଙ୍କୁ ରକ୍ଷା କରିବା ପାଇଁ ପ୍ରାର୍ଥନା କରିଥିଳେ। ଏହାପରେ ଭଗବାନ ଶଙ୍କର ଏକ ପାତ୍ରରେ ଅଳ୍ପ ସିଝା ଯାଇଥିବା ଚାଉଳ ଗଣେଶ ମହାପ୍ରଭୁଙ୍କୁ ଦେଇଥିଲେ। ଏହାପରେ ଯାଇ ଜଗାନନଙ୍କ ଭୋକ ମେଣ୍ଟିଥିଲା। ଭଗବାନ ଗଣେଶ ଏହି ସମସ୍ତଙ୍କ କାର୍ଯ୍ଯ କେବଳ କୁବରେଙ୍କୁ ଶିକ୍ଷା ଦେବା ପାଇଁ ହିଁ କରିଥିଲେ।

ganesh4ଏଥିରୁ ଆପଣମାନେ ମନେରଖିବା ଉଚିତ ନିଜ ପାଖରେ ଯେତେ ଧନ ଥିଲେ ମଧ୍ଯ ଗର୍ବ କରିବା ଅନୁଚିତ। ବରଂ ଏହାକୁ ଭଲ କର୍ମରେ ବ୍ଯବହାର କରିବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.