Below header

ଓଡ଼ିଆ ସାହିତ୍ୟରେ ଆଧୁନିକତାର ପ୍ରବର୍ତ୍ତକ ସଚ୍ଚି ରାଉତରାୟ, ଯିଏକି ପ୍ରାୟ ୭୫ ବର୍ଷ ଧରି ରଚନା କରିଥିଲେ ସାହିତ୍ୟ

ସଚ୍ଚିଦାନନ୍ଦ ରାଉତରାୟ ଜଣେ ଓଡ଼ିଆ କବି, ଗାଳ୍ପିକ ଓ ଔପନ୍ୟାସିକ । ‘ମାଟିର ଦ୍ରୋଣ’, ‘କବିଗୁରୁ’, ‘ମାଟିର ମହାକବି’, ‘ସମୟର ସଭାକବି’ ପ୍ରଭୃତି ବିଭିନ୍ନ ଶ୍ରଦ୍ଧାନାମରେ ସେ ନାମିତ । ସେ ପ୍ରାୟ ୭୫ ବର୍ଷ ଧରି ସାହିତ୍ୟ ରଚନା କରିଥିଲେ । ଓଡ଼ିଆ ସାହିତ୍ୟରେ “ଅତ୍ୟାଧୁନିକତା”ର ପ୍ରବର୍ତ୍ତନର ଶ୍ରେୟ ସଚ୍ଚି ରାଉତରାୟଙ୍କୁ ଦିଆଯାଏ । ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ଚାଳିଶରୁ ଅଧିକ ପୁସ୍ତକ ରଚନା କରିଛନ୍ତି । ତାଙ୍କର ଲେଖାଲେଖି ପାଇଁ ୧୯୮୬ରେ ଭାରତ ସରକାରଙ୍କଠାରୁ ଜ୍ଞାନପୀଠ ପୁରସ୍କାର ପାଇଥିଲେ ।

ସଚି ରାଉତରାୟ ଖୋର୍ଦ୍ଧା ଜିଲ୍ଲାର ଗୁରୁଜଙ୍ଗଠାରେ ୧୩ ମଇ ୧୯୧୬ରେ ଜନ୍ମଗ୍ରହଣ କରିଥିଲେ । ଚାଟଶାଳୀରେ ପଢିବା କାଳରେ ସେ ସ୍ୱାଧୀନତା ଆନ୍ଦୋଳନରେ ବି ଝାସ ଦେଇଥିଲେ । ଫିରିଙ୍ଗି ସରକାର ବିରୋଧରେ ଲଢି, ସେ ଖୋର୍ଦ୍ଧା ଉଚ୍ଚ ବିଦ୍ୟାଳୟରୁ ବିତାଡିତ ହୋଇଥିଲେ । ଏଗାର ବର୍ଷ ବୟସରୁ ରାଉତରାଏ କବିତା ଲେଖା ଆରମ୍ଭ କରିଥିଲେ । ସ୍ୱାଧୀନଚେତା ଲେଖା ପାଇଁ ତାଙ୍କର ଦୁଇଟି କବିତା ୧୯୩୯ରେ ‘ରକ୍ତଶିଖା’ଓ ୧୯୪୩ରେ ‘ଉଠ ଜାଗ ଭୋକବନ୍ଦୀ’କୁ ଫିରିଙ୍ଗି ମାନେ ଲୋକଙ୍କ ପାଖରେ ପହଞ୍ଚିବାରୁ ରୋକି ଦେଇଥିଲେ । ୧୯୨୮ ମସିହାରେ ୧୫ ବୟସରୁ ସଚ୍ଚି ରାଉତରାୟଙ୍କ କବିତା ରଚନାର ଆରମ୍ଭ କରିଥିଲେ ।

rautray

‘୧୯୩୮ରେ ତାଙ୍କର କାବ୍ୟ ‘ବାଜି ରାଉତ’କୁ ୧୯୪୨ରେ କବି ହରୀନ୍ଦ୍ରନାଥ ଚାଟାର୍ଜୀ ଇଂରାଜୀରେ ‘ନାଉରିଆ ପିଲା ଓ ଅନ୍ୟାନ୍ୟ କବିତା’ ମର୍ମରେ ଅନୁବାଦ କରିଥିଲେ । ଏହାର ପ୍ରକାଶନ ପରେ ସଚ୍ଚି ରାଉତରାୟ ଭାରତର ଜଣେ ଜଣାଶୁଣା କବି ଭାବେ ପ୍ରତିଷ୍ଠିତ ହୋଇଥିଲେ । ରାଜନୈତିକ ଚରମପନ୍ଥୀ ଥିବାରୁ ରେଭେନ୍ସା ମହାବିଦ୍ୟାଳୟର ତତକାଳୀନ ଅଧ୍ୟକ୍ଷ ପ୍ରାଣକୃଷ୍ଣ ପରିଜା, ରାଉତରାୟଙ୍କୁ ରେଭେନ୍ସା ମହାବିଦ୍ୟାଳୟରେ ସ୍ନାତକୋତ୍ତର ଶିକ୍ଷାଲାଭରୁ ବଞ୍ଚିତ କରିଥିଲେ । ସେ କଟକଠାରେ ୨୧ ଅଗଷ୍ଟ ୨୦୦୪ରେ ଦେହତ୍ୟାଗ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.