ଅଙ୍କିତା ଲୋଖଣ୍ଡେଙ୍କ ଏହି ପୋଷ୍ଟକୁ ନେଇ ଜୋର ଧରିଛି ଚର୍ଚ୍ଚା, ଏଥିରେ କଣ ଅଛି ଜାଣନ୍ତୁ

ଗୁରୁବାର ସନ୍ଧ୍ୟାରେ ସିବିଆଇ ଟିମ ମୁମ୍ବାଇରେ ପହଂଚି ସୁଶାନ୍ତ ରାଜପୁତ ମୃତ୍ୟୁ ମାମଲାର ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ଗଲା କିଛି ଦିନ ହେବ ସୁଶାନ୍ତଙ୍କ ପ୍ରଶଂସଙ୍କ ମାନେ ତାଙ୍କ ମାମଲାର ସିବିଆଇ ତଦନ୍ତ ନେଇ ଦାବି କରି ଆସୁଛନ୍ତି । ଆଶା କରାଯାଉଛିକି ତାଙ୍କ ମୃତ୍ୟୁ ସହ ଜଡିତ ଯାହା ବି ସତ ଥିବ ତାହା ଖୁବ ଶୀଘ୍ର ପଦାକୁ ଆସିଯିବ । କିନ୍ତୁ ଏଭିତରେ ସୁଶାନ୍ତଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ବା ପୂର୍ବ ବାନ୍ଧବୀ ଅଙ୍କିତା ଲୋଖଣ୍ଡେଙ୍କ ଏକ ଇନ୍ଷ୍ଟଗ୍ରାମ ପୋଷ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ରିୟା ଚକ୍ରବର୍ତ୍ତୀଙ୍କୁ ହିଁ ଟାର୍ଗେଟ କରି ହିଁ ଅଙ୍କିତା ଏହି ପୋଷ୍ଟ କରିଥିବା ସ୍ପଷ୍ଟ ହୋଇଛି । ପ୍ରକୃତରେ ଅଙ୍କିତା ନିଜ ଅଫିସିଆଲ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ଜଣେ ମହିଳା ହେଟ ପିନ୍ଧିଥିବାର ନଜର ଆସିଛନ୍ତି । ଆଉ ତାଙ୍କ ହାତରେ ଏକ କାଉ ବସିଛି । ଆଉ ନିଜର ଏହି ଫଟୋରେ ଅଙ୍କିତା ସତାରା ଲିଓରାଙ୍କ ଏକ ପ୍ରସିଦ୍ଧ କବିତାର କିଛି ପଂକ୍ତି ଲେଖିଛନ୍ତି । ଅଙ୍କିତା ନିଜର ଏହି ପୋଷ୍ଟରେ ଏହା ମଧ୍ୟ ଲେଖିଛନ୍ତିକି- ମହିଳା ମାନଙ୍କୁ ଅନେକ କିଛି ସମ୍ଭାଳିବା ନେଇ ଶିକ୍ଷା ଦିଆଯିଆଥାଏ ।

 

View this post on Instagram

 

Truth …. Here’s to being strange and powerful 🙏🏻

A post shared by Ankita Lokhande (@lokhandeankita) on

ଯାହା ଫଳରେ ସେମାନେ କୋଉଟା କୋଉଟା ଭୁଲ ସେ ନେଇ ନିଷ୍ପତ୍ତି ନେଇ ପାରନ୍ତି । ଅଙ୍କିତାଙ୍କ ଅନୁଯାୟୀ ଏହି କାରଣରୁ ହିଁ ସେ ନିଜକୁ ସ୍ୱତନ୍ତ୍ର ଓ ଶକ୍ତିଶାଳୀ ଭାବେ ଗଢିବାକୁ ଚାହୁଁଛନ୍ତି। ଆଉ ଏହା ହିଁ ସତ୍ୟ । କହିରଖିବା ଉଚିତ ହେବକି, କିଛି ଦିନ ତଳେ ଏକ ଖବର ପ୍ରସାରିତ ହୋଇଥିଲା । ବ୍ରେକ ଅପ ପରେ ମଧ୍ୟ ଅଙ୍କିତାଙ୍କ ଫ୍ଲାଟର କିସ୍ତି ସୁଶାନ୍ତ ହିଁ ଭରି ଆସୁଛନ୍ତି । ରିପୋର୍ଟ ଅନୁଯାୟୀ, ଅଙ୍କିତାଙ୍କ ଏହି ଫ୍ଲାଟର ମୂଲ୍ୟ ୪ କୋଟି ଟଙ୍କା ହେବ । ଏହି ଖବର ପ୍ରସାରଣ ପରେ ହିଁ ଅଙ୍କିତା ଗଣ ମାଧ୍ୟମରେ ଏବାବଦରେ ସ୍ପଷ୍ଟ କରିଥିଲେ । ନିଜ ଫ୍ଲାଟ କାଗଜ ପତ୍ର ସହ ନିଜ ବ୍ୟାଙ୍କ ଷ୍ଟେଟ ମେଣ୍ଟ ଗୁଡିକୁ ସେୟାର କରିଥିଲେ । ଯେଉଁଥିରୁ ସ୍ପଷ୍ଟ ହୋଇଥିଲାକି, ଅଙ୍କିତା ନିଜେ ହିଁ ସମସ୍ତ କିସ୍ତି ଦାଖଲ କରୁଛନ୍ତି । ଅଙ୍କିତାଙ୍କ ଏହି ପଦକ୍ଷେପରେ ସୁଶାନ୍ତଙ୍କ ଭଉଣୀ ମଧ୍ୟ ଖୁବ ତାରିଫ କରିଥିବା ଜଣା ଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.