Below header

ମା ଯାଇଥିଲା ମାମୁଁଘର, ପୁଅ ଆଖି ସାମ୍ନାରେ ବାପାକୁ ହତ୍ୟା

ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଦେଢ଼ ଗାଁରେ ଘଟିଥିବା ବିଭତ୍ସ ହତ୍ୟାକାଣ୍ଡ । ଘରେ ପସି ଯୁବକଙ୍କୁ ନିର୍ମମ ଭାବେ କରାଯାଇଛି ହତ୍ୟା । ଆଉ ଏହି ହତ୍ୟା କାଣ୍ଡର ଦୃଶ୍ୟ ଦେଖିଛନ୍ତି ଖୋଦ୍‌ ନିଜ ପୁଅ । ମୃତକ ଜଣକ ହେଉଛନ୍ତି ରୂଖାଡ଼ ଥପା । ରାତି ପ୍ରାୟ ୧୦ଟା ସମୟରେ କିଛି ଲୋକ ଆସି ରୂଖାଡ଼ଙ୍କ ଘରେ ପସି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି।

ବଲାଙ୍ଗୀର : ଏ ଶୁଣିଲେ ତ କୁନି ପୁଅ କଣ କହୁଛି । ୫ ଜଣ ଲୋକ ବାଇକ୍‌ରେ ଆମ ଘରକୁ ଆସିଥିଲେ । ୨ ଜଣ ଲୋକ ବାପାଙ୍କୁ ବୋତଲରେ ପିଟୁଥିବା ବେଳେ ୩ ଜଣ ଲୋକ ସେଇଠି ଠିଆ ହୋଇଥିଲେ । ଏସବୁ ମୋ ଆଖି ସାମ୍ନାରେ ଘଟୁଥିଲା ହେଲେ ମୁଁ କିଛି କରିପାରୁନଥିଲି । ମୋ ବାପାକୁ ବଞ୍ଚାଇବା ପାରିଲିନି ସେମାନେ ମୋ ବାପାକୁ ମାରିଦେଲେ ।

ମା ଯାଇଥିଲା ମାମୁଁଘର। କୁନି ପୁଅ ଥିଲା ଘରେ । ରାତି ପ୍ରାୟ ୧୦ଟା ହେବ । ଶୀତ ହେଉଥିବାରୁ ଗାଁରେ ଅଧା ଲୋକ ଶୋଇପଡ଼ିଥିଲେ । ବିଳମ୍ବିତ ରାତିରେ ବାପା ଘରେ ଆସି ପହଞ୍ଚିଥିଲେ ତାଙ୍କ ପଛରେ କିଛି ଲୋକ ଆସି ବାପାଙ୍କୁ ଧମକ ଚମକ ଦେଇ ବାପା ଉପରେ ଆକ୍ରମଣ କରିଥିଲେ । ସେ ଲୋକଙ୍କୁ ଦେଖି କିଛି ବୁଝି ପାରୁନଥାଏ ଏହି ପିଲାଟି । ବାପା ଉପରେ ହେଉଥିବା ଆକ୍ରମଣ କେବଳ ଠିଆ ହୋଇ ଚୁପ୍‌ ଚାପ୍‌ ଦେଖୁଥାଏ । ଭୟରେ ତାଙ୍କ ପାଖକୁ ବି ଯାଇ ପାରି ନଥିଲା। କିନ୍ତୁ ସକାଳ ହେବା କ୍ଷଣି ସବୁ କଥା ମା ଆଗରେ କହିଥିଲା ।

ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଦେଢ଼ ଗାଁରେ ଘଟିଥିବା ବିଭତ୍ସ ହତ୍ୟାକାଣ୍ଡ । ଘରେ ପସି ଯୁବକଙ୍କୁ ନିର୍ମମ ଭାବେ କରାଯାଇଛି ହତ୍ୟା। ଆଉ ଏହି ହତ୍ୟା କାଣ୍ଡର ଦୃଶ୍ୟ ଦେଖିଛନ୍ତି ଖୋଦ୍‌ ନିଜ ପୁଅ । ମୃତକ ଜଣକ ହେଉଛନ୍ତି ରୂଖାଡ଼ ଥପା । ରାତି ପ୍ରାୟ ୧୦ଟା ସମୟରେ କିଛି ଲୋକ ଆସି ରୂଖାଡ଼ଙ୍କ ଘରେ ପସି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ସିନ୍ଧେକେଲା ପୋଲିସ ଘଟଣାର ଖବର ପାଇଁ ଶଵ ଜବତ କରିଥିବା ବେଳେ ଜଣକୁ ଥାନାରେ ରଖି ଅଧିକ ତଦନ୍ତ ଆରମ୍ଭ କରିଛି। ତେବେ କିଏ ଓ କାହିଁକି ହତ୍ୟା କରିଛି ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ଏପଟେ ସ୍ୱାମୀର ମୃତ୍ୟୁକୁ ନେଇ ସ୍ତ୍ରୀ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିବା ବେଳେ ଗାଁ ରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.