Below header

ଯେସାକୁ ତେସା ନୀତି, ନିଜ ଉପରେ କାଦୁଅ ଛିଟା ପଡ଼ିବନି ବୋଲି ଯୁବତୀ କଲେ ଏମିତି କିଛି…..

ସାଧାରଣତଃ ବର୍ଷାଦିନ ମାନଙ୍କରେ ସାଧାରଣତଃ ରାସ୍ତାରେ ଚାଲିବା କଷ୍ଟକର ହୋଇଥାଏ । ଆଉ ଯଦି ଚାଲୁ ଚାଲୁ କଡରେ ସ୍ପୀଡ ରେ ଗାଡି ଟିଏ ଚାଲିଗଲା ତେବେ କଥା ସରିଲା । ଯେମିତି ରାଗ ସୁଝେଇଲା ଭଳିଆ ସବୁତକ ପାଣିକୁ ଆମରି ଉପରେ ଛିଟକେଇକି ଚାଲିଯାଏ । ଏଥିରୁ ଯେତେ ରକ୍ଷା ପାଇବାକୁ ଚେଷ୍ଟା କଲେ ବି ସମ୍ଭବ ହୁଏନାହିଁ । ଯେମିତି ବି ହେଉ ରାସ୍ତାର ସେହି ଗନ୍ଧିଆ ପାଣି ଆମ ଦେହରେ ପଡ଼ିଯାଏ । ଗାଡି ଡ୍ରାଇଭର ଉପରେ ମନେ ମନେ ଯେତେ ରାଗିଲେ ବି ଆମେ କିଛି କରିପାରି ନଥାଉ । ଶେଷରେ ଆମେ ପିନ୍ଧିଥିବା ଡ୍ରେସ ପତ୍ର ଅପରିଷ୍କାର ହୋଇଯାଏ । କିନ୍ତୁ ଠିକ ଏମିତି ଏକ ଘଟଣା ନେଇ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଆପଣ ଦେଖିପାରିବେ ଝିଅ ଟିଏ କେମିତି ରାସ୍ତାରେ ଯାଉଥିବା ସମୟରେ ଦ୍ରୁତ ବେଗରେ ଆସୁଥିବା ଏକ ଗାଡି ଠାରୁ ନିଜକୁ ବଂଚେଇବାକୁ ଚେଷ୍ଟା କରୁଛି ।  ଖାଲି ଚେଷ୍ଟା କରିନି ଏଥିରେ ସେ ସଫଳ ବି ହୋଇଛି ।


ବର୍ଷା ଦିନ । ଆଉ କୌଣସି ଏକ ଜଙ୍ଗଲିଆ ରାସ୍ତାର କଡେ କଡେ ଯାଉଛି ଝିଅ ଟିଏ । ବର୍ଷା କାରଣରୁ ରାସ୍ତାର ଅବସ୍ତା ବି ଭଲ ନାହିଁ । ଠା ଠା ପାଣି ଜମି ଜମି ରାସ୍ତାଟି ପୁରାପୁରି କାଦୁଆ ହୋଇଯାଇଛି । ଆଉ ଠିକ ଏହି ସମୟରେ ପଛରୁ ଆସୁଛି ଏକ ବଡ ଗାଡି । ଗାଡିର ବେଗ ବି ଦ୍ରୁତ ଅଛି । ଏହି ସମୟରେ ଗାଡିର ବେଗ ଆଉ ତା ପ୍ରଭାବରେ ପଡ଼ିବାକୁ ଥିବା କାଦୁଅରୁ ନିଜକୁ ବଞ୍ଚାଇବା ପାଇଁ ତଳେ ପଡିଥିବା ଏକ ବଡ ଆକାରର ପଥରକୁ ନିଜ ହାତରେ ଟେକି ଧରୁଛି । ଯେମିତି ତାଙ୍କ ଉପରକୁ ଯଦି ଆଘାତ ଆସେ ତାହେଲେ ହେଲେ ପଥରଟିକୁ କାର ଉପରେ ପିଙ୍ଗିଦେବେ । ଆଉ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଝିଅ ଟିର ଏରୂପକୁ ଦେଖି ଡ୍ରାଇଭର ଜଣଙ୍କ ବି ଡରି ଯାଉଛନ୍ତି ଆଉ ଗାଡିର ବେଗକୁ ଧୀର କରିଦେଉଛନ୍ତି । ଏମିତି ଏକ ମଜାଦାର ଭିଡିଓକୁ ଯିଏ ଦେଖୁଛି ସେ ହସି ହସି ଗଡ଼ି ଯାଉଛନ୍ତି । ଆଉ ଝିଅଟିର ଉପସ୍ଥିତ ବୁଦ୍ଧିକୁ ତାରିଫ ବି କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.