ମରିଗଲା ଭେଣ୍ଡିଆ ପୁଅ, ନାତିନାତୁଣୀଙ୍କ ପାଇଁ ୧୦୦ ବର୍ଷ ବୟସରେ ଟ୍ରଲିରେ ପରିବା ବିକୁଛନ୍ତି ଏହି ବ୍ୟକ୍ତି

ବୟସ ୧୦୦, କିନ୍ତୁ ବୋହୁଛନ୍ତି ୨୦୦ କେଜିର ପରିବା। ପରିବାରର ପେଟ ପୋଷିବା ପାଇଁ ପଞ୍ଜାବର ଜଣେ ବ୍ୟକ୍ତି ଟ୍ରଲିରେ ଆଳୁ ଓ ପିଆଜ ବିକ୍ରି କରୁଥିବା ଦେଖାଯାଇଛି। ଭେଣ୍ଡିଆ ପୁଅର ଅଚାନକ ମୃତ୍ୟୁ ପରେ ଏବେ ନାତି ନାତୁଣୀଙ୍କ ଦାୟିତ୍ୱ ତାଙ୍କ ଉପରେ। ଏଣୁ ବାଧ୍ୟ ହୋଇ ପରିଣତ ବୟସରେ ଏଭଳି କଷ୍ଟକର କାମ କରିବାକୁ ପଡ଼ୁଛି ତାଙ୍କୁ।

man2
Image Credit: Navbharat

ପରିବାର ପାଇଁ ବୃଦ୍ଧାବସ୍ଥାରେ  ଖଟୁଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତି ହରବଂଶ ସିଂହ। ଶହେ ଟପିଥିଲେ ବି ନିଜ ଦାୟିତ୍ୱ ଓ କର୍ତ୍ତବ୍ୟକୁ ଦୂରେଇ ଦେଇନାହାନ୍ତି ସେ। ଏଣୁ ଖରା ହେଉ କି ବର୍ଷା ସବୁବେଳେ ଟ୍ରଲିରେ ଆଳୁ-ପିଆଜ ଧରି ଘରକୁ ଘର ବିକିବାକୁ ବାହାରି ପଡ଼ନ୍ତି। ବେଳେ ବେଳେ ଟ୍ରଲିରେ ପରିବାର ଓଜନ ୨୦୦ କେଜି ବି ଟପିଯାଏ। ତଥାପି ସେ ହାର୍‌ ମାନିନାହାନ୍ତି।


ହରବଂଶ ସିଂହ କହିଛନ୍ତି, କିଛି ଦିନ ତଳେ ତାଙ୍କ ବଡ଼ ପୁଅର ମୃତ୍ୟୁ ହୋଇଥିଲା। ପୁଅର ଦେହାନ୍ତ ପରେ ବୋହୂ ପିଲାଙ୍କୁୁ ଛାଡ଼ି ଚାଲିଗଲା। ଏଣୁ ଅନାଥ ନାତିନାତୁଣୀଙ୍କ ଦାୟିତ୍ୱ ଏବେ ହରବଂଶଙ୍କ ଉପରେ। ତାଙ୍କର ସାନ ପୁଅ ଫଳ ବ୍ୟବସାୟ କରି ଚଳୁଥିଲେ ମଧ୍ୟ ସେ ପରିବାର ଠାରୁ ଅଲଗା ରହୁଛନ୍ତି। ଏଣୁ ନିଜର ତଥା ନାତି ନାତୁଣୀଙ୍କ ପାଇଁ ହରିବଂଶ ବିଶ୍ରାମ କରିବା ବୟସରେ ପରିଶ୍ରମ କରୁଥିବା କହିଛନ୍ତି।

ହରବଂଶଙ୍କ ଏହି କାହାଣୀ ସୋସିଆଲ ମିଡିଆରେ ପ୍ରଚାରିତ ହେବା ପରେ ଲୋକମାନେ ତାଙ୍କୁ ସାହାଯ୍ୟ କରିବାକୁ ଆଗଭର ହେଉଥିବା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.