କ୍ରୀଡ଼ା କ୍ଷେତ୍ରରେ ଅନନ୍ୟ ସଫଳତା, କିସ୍‌ର ତିନି ଛାତ୍ରୀ ସମ୍ବର୍ଦ୍ଧିତ

କ୍ରୀଡ଼ା କ୍ଷେତ୍ରରେ ସଫଳତା ହାସଲ କରିଥିବା କିସ୍‌ର ତିନି ଛାତ୍ରୀଙ୍କୁ ସମ୍ବର୍ଦ୍ଧନା। କୁଚିଣ୍ଡା ବ୍ଲକର ତିନି ପ୍ରତିଭାବାନ ଖେଳାଳି ଓ କିସ୍‌ ଛାତ୍ରୀଙ୍କୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ଟାଇଁସର ପଞ୍ଚାୟତ କଦୋପଡ଼ା ଗାଁର କରିସ୍ମା କିଶାନ ଭୁବନେଶ୍ୱର କିସ୍‌ରେ ବିବିଏ ପ୍ରଥମ ବର୍ଷ ଛାତ୍ରୀ। ଟେନିସ ଖେଳରେ ସେ ସମ୍ବଲପୁର ଜିଲ୍ଲା ତଥା କୁଚିଣ୍ଡା ବ୍ଲକ ପାଇଁ ଆଣିଛନ୍ତି ଗୌରବ। କୋରିଆର ସିନ୍‌ଚାନ ସହରରେ ଅନୁଷ୍ଠିତ ଆନ୍ତର୍ଜାତିକ ଟେନିସ ପ୍ରତିଯୋଗିତାରେ ଭାଗ ନେଇ ଫେରିଛନ୍ତି। କଦୋପଡା ଗାଁର ଲକ୍ଷ୍ମୀପ୍ରିୟା କିଷାନ ଜୁଡୋରେ ରାଜ୍ୟସ୍ତରୀୟ ମ୍ୟାଚରେ ପ୍ରତିନିଧିତ୍ୱ କରିଛନ୍ତି।

ସେହିପରି କେ ଜମନକିରା ପଞ୍ଚାୟତର କୁକମ ଗାଁର ଅଞ୍ଜୁ ନାଏକ କିସରେ +୩ ଶେଷ ବର୍ଷରେ ପଢୁଛନ୍ତି। ସେ କିସ ପକ୍ଷରୁ ଜାତୀୟସ୍ତରରେ ହକି ମ୍ୟାଚରେ ପ୍ରତିନିଧିତ୍ୱ କରିଛନ୍ତି। ଆଗକୁ ଭାରତୀୟ ମହିଳା ଟିମରେ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି। ଏମାନଙ୍କୁ ସମ୍ବର୍ଦ୍ଧନା ପାଇଁ ତିନି ପ୍ରତିଭାବାନ ଖେଳାଳି କିସ୍‌ ଓ କିଟ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଓ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘକୁ ଧନ୍ୟବାଦ ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.