‘ଟେକ୍ନୋଡିଅମ୍‌-୨୦୨୧’ରେ କିଟ୍‌ ସ୍କୁଲ୍‌ ଅଫ୍‌ ଇଲେକ୍ଟ୍ରିକାଲ୍‌ ଇଞ୍ଜିନିୟରିଂର ଛାତ୍ରଙ୍କ କମାଲ, ଇ-ସାଇକେଲ୍‌ ପ୍ରକଳ୍ପରେ KIIT ପ୍ରଥମ

ଇ-ସାଇକେଲ୍‌ ପ୍ରକଳ୍ପରେ କିଟ୍‌କୁ ପ୍ରଥମ ପୁରସ୍କାର। ଇଂଜିନିୟରିଂ ସ୍ନାତକ ଛାତ୍ରଛାତ୍ରୀଙ୍କ ପାଇଁ ଜାତୀୟସ୍ତରର ପୋଷ୍ଟର ପ୍ରତିଯୋଗିତା ‘ଟେକ୍ନୋଡିଅମ୍‌-୨୦୨୧’ରେ କିଟ୍‌ ସ୍କୁଲ୍‌ ଅଫ୍‌ ଇଲେକ୍ଟ୍ରିକାଲ୍‌ ଇଞ୍ଜିନିୟରିଂର ଛାତ୍ରମାନେ ଶ୍ରେଷ୍ଠ ବିବେଚିତ ହୋଇଛନ୍ତି। ସେମାନେ ସ୍କୁଲର ପ୍ରଫେସର ସୌଭଗ୍ୟ ରଞ୍ଜନ ପୃଷ୍ଟି, ପ୍ରଫେସର ସୁବ୍ରତ ବେହେରା, ପ୍ରଫେସର ତନ୍ମୟ ରାୟ ଚୌଧୁରୀ ଏବଂ ନବ କିଶୋର ଦାଶଙ୍କ ତତ୍ତ୍ୱାବଧାନରେ ଇ-ସାଇକେଲ୍‌ ପ୍ରସ୍ତୁତ କରି ଟ୍ରାକ୍‌-୩ରେ ପ୍ରଥମ ପୁରସ୍କାର ଲାଭ କରିଛନ୍ତି।

kitt

ଏହି ପ୍ରତିଯୋଗିତାର ‘ନିଉ ଫେସ୍‌ ଅଫ୍‌ ଇ-ସାଇକେଲ୍‌’ ବିଭାଗରେ ଅଂଶଗ୍ରହଣ କରିଥିଲେ । କିଟ୍‌ ଇଲେକ୍ଟ୍ରିକାଲ୍‌ ଇଂଜିନିୟରିଂ ସ୍କୁଲର ଛାତ୍ର ରୋହିତ ମହାନ୍ତି, ରାହୁଲ କ୍ରିଷ୍ଣା ପଟେଲ୍‌, ସୌଭାଗ୍ୟ କର, ପୁରୁଷୋତ୍ତମ ମହାନ୍ତି ଏବଂ ସୌମ୍ୟ ରଞ୍ଜନ ସାହୁ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ସମୟରେ ତୈଳଦର ବୃଦ୍ଧି ପାଉଥିବାରୁ ଏକ ଅତ୍ୟାଧୁନିକ ଇ-ସାଇକେଲ୍‌ ବିକଶିତ କରିବା ପାଇଁ ଏହି ଛାତ୍ରମାନେ ଆଗ୍ରହ ପ୍ରକାଶ କରିଥିଲେ । ଏହାକୁ ଦୃଷ୍ଟିରେ ରଖି ଭବିଷ୍ୟତରେ ଇ-ସାଇକେଲ୍‌ ଉପରେ ଏକ ପୋଷ୍ଟର ପ୍ରସ୍ତୁତ କରିଥିଲେ । ଏହା ବ୍ୟତୀତ ଛାତ୍ରମାନେ ଇଲେକ୍ଟ୍ରିକାଲ୍‌ ଇଞ୍ଜିନିୟରିଂ ବିଭାଗର ଇଲେକ୍ଟ୍ରିକ୍‌ ଡ୍ରାଇଭସ ଲ୍ୟାବରେ ଏକ ଇ-ସାଇକେଲ୍‌ ମଧ୍ୟ ବିକଶିତ କରିଛନ୍ତି । କିଟ୍‌ ଛାତ୍ରଙ୍କ ଏହି ସୃଜନ ଉଚ୍ଚ ପ୍ରଶଂସିତ ହୋଇଥିବା ବେଳେ ପ୍ରତିଯୋଗିତାରେ କିଟ୍‌ ଛାତ୍ରଙ୍କ ପ୍ରକଳ୍ପ ଶ୍ରେଷ୍ଠ ବିବେଚିତ ହୋଇଥିଲା । ଏଥିପାଇଁ ପୁରସ୍କାର ବାବଦରେ ଛାତ୍ରମାନେ ୧୨ ହଜାର ଟଙ୍କାର ଆର୍ଥିକ ପୁରସ୍କାର ଲାଭ କରିଛନ୍ତି । ଏହି ସଫଳତା ଭବିଷ୍ୟତରେ ସେମାନଙ୍କୁ ଏକ ଅତ୍ୟାଧୁନିକ ଇ-ସାଇକେଲ୍‌ ବିକାଶିତ କରିବାର ମନୋବଳ ବୃଦ୍ଧି କରିବ । ଏହି ସଫଳତା ପାଇଁ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଇ-ସାଇକେଲ୍‌ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ସମସ୍ତ ଛାତ୍ର ଓ ଅଧ୍ୟାପକ ତଥା ଗାଇଡଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.