Below header

କରୋନାରୁ ରକ୍ଷା ପାଇବା ପାଇଁ ନେଉଛନ୍ତିକି ମାତ୍ରାଧିକ ବାମ୍ଫ, ତେବେ ହୋଇଯାନ୍ତୁ ସଚେତନ

ଗତବର୍ଷ ତୁଳନାରେ ଏବର୍ଷ କରୋନାର ନୂଆ ସ୍ଟ୍ରେନ୍ର ପ୍ରକୋପ ଦିନ କୁ ଦିନ ବଢ଼ିବାରେ ଲାଗିଛି । କରୋନାର ଏହି ନୂଆ ସ୍ଟ୍ରେନ୍ ଖାଲି ଯେ ଆକ୍ରାନ୍ତ କରୁଛି ତାହା ନୁହେଁ ଖୁବ କମ ସମୟରେ ଅସଂଖ୍ୟ ଜୀବନ ବି ନେଇଯାଉଛି । ଆଉ ଏପରି ଏକ ସ୍ଥିତିରେ ନିଜକୁ ଏହି ମାରାତ୍ମକ ଭାଇରସ ଦାଉରୁ ରକ୍ଷା କରିବା ପାଇଁ ଲୋକେ ଘରେ ବିଭିନ୍ନ ପ୍ରକାର ଉପଚାର ମାନ କରୁଛନ୍ତି । ଆଉ ଏହି ଉପଚାର ମାନଙ୍କ ଭିତରେ ରହିଛି ବାମ୍ଫ ନେବା | ଏମିତି ବି ଦେଖାଦେଉଛି କରୋନା ଭୟରେ ଲୋକେ ମାତ୍ରାଧିକ ବାମ୍ଫ ନେବାରେ ଲାଗିଛନ୍ତି । ଯେଉଁ ମାନେ ସଂକ୍ରମିତ ନୁହନ୍ତି ସେମାନେ ବି ନିୟମିତ ଭାବରେ ବାମ୍ଫ ନେଉଛନ୍ତି । ଲୋକଙ୍କ ମନରେ ଧାରଣା ରହିଛିକି ବାମ୍ଫ ନେଲେ ଆମେ ସୁସ୍ଥ ହୋଇଯିବୁ କିମ୍ବା କରୋନା ଆମକୁ ସଂକ୍ରମିତ କରିପାରିବ ନାହିଁ ।

steam

କିନ୍ତୁ ମନେରଖିବେ ଆପଣ ଯାହାକୁ ନିଜ ଜୀବନ ବଞ୍ଚାଇବା ପାଇଁ ବ୍ୟବହାର କରୁଛନ୍ତି ତାହା ଆପଣଙ୍କର କିଛି କ୍ଷତି ନ କରିବସୁ । ଆନ୍ତର୍ଜାତୀୟ ସ୍ତରର ଏକ ବୈଜ୍ଞାନିକ ଦଳ ଗବେଷଣାରୁ ଜାଣି ପାରିଛନ୍ତିଯେ, ଦରକାର ଠାରୁ ଅଧିକ ବାମ୍ଫ ନେବା ଦ୍ୱାରା ଶରୀର ଉପରେ ଅନେକ ପ୍ରତିକୂଳ ପ୍ରଭାବ ପଡୁଛି । ଏହି ଦଳର ମୁଖ୍ୟ ଡାକ୍ତର ପଲଙ୍କ ଅନୁଯାୟୀ, ଅଧିକ ଷ୍ଟିମ କିମ୍ବା ବାମ୍ଫ ନେଲେ ଗଳା ସମେତ ଫୁସଫୁସର ବିଭିନ୍ନ ଗ୍ରନ୍ଥି ଗୁଡିକ ନଷ୍ଟ ହୋଇଯାଇପାରେ । ଆଉ ଯଦି ଏହି ନଳୀ ନଷ୍ଟ ହୋଇଯାଏ ତେବେ ଜଣେ ବ୍ୟକ୍ତିଙ୍କୁ ଶ୍ଵାସ ନେବାରେ ଅସୁବିଧା ହୁଏ । ଆଉ ଏମିତିରେ ଜଣଙ୍କ ଶରୀରରେ ଖୁବ ସହଜରେ ଏହି ଭାଇରସ ପ୍ରବେଶ କରିପାରେ ।

କହିରଖିବା ଉଚିତ ହେବକି, କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନ କୁ ଦିନ ବଢ଼ିବାରେ ଲାଗିଛି । ହସ୍ପିଟାଲରେ ସିଟ ଟିଏ ମିଳୁନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଉ ଏହି କାରଣରୁ ଅନେକଙ୍କର ଜୀବନ ବି ଯାଉଛି । ଏହା ସହ ଆବଶ୍ୟକ ମୁତାବକ ଅକ୍ସିଜେନ ଅଭାବ ବି ଏକ ପ୍ରକାର ଜଟିଳ ସ୍ଥିତି ସୃଷ୍ଟି କରିଛି । ସ୍ଥିତି ଅସମ୍ଭାଳ ହେବା କାରଣରୁ ବିଭିନ୍ନ ରାଜ୍ୟ ସରକାର ଲକ ଡାଉନ, ସଟ ଡାଉନ, ନାଇଟ କର୍ଫ୍ୟୁ ଘୋଷଣା କରୁଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.